Odisha Loan Crisis: ଋଣ ଟଙ୍କା ସୁଝି ନପାରି ଗାଁ ଛାଡ଼ି ଜଙ୍ଗଲରେ ମା-ଝିଅ; ୪ ବର୍ଷ ହେଲା ଘଞ୍ଚ ଜଙ୍ଗଲରେ

Nov 25, 2026 - 18:15
Odisha Loan Crisis: ଋଣ ଟଙ୍କା ସୁଝି ନପାରି ଗାଁ ଛାଡ଼ି ଜଙ୍ଗଲରେ ମା-ଝିଅ; ୪ ବର୍ଷ ହେଲା ଘଞ୍ଚ ଜଙ୍ଗଲରେ

ଋଣ ଟଙ୍କାରୁ ଛାଡ଼ିଲେ ଭିଟାମାଟି।

ଋଣ ଟଙ୍କା ସୁଝିନପାରି ଗାଁ ଛାଡ଼ି ଜଙ୍ଗଲରେ ରହୁଛନ୍ତି ମାଆ ଓ କୁନି ଝିଅ l ଗତ ୪ ବର୍ଷ ହେଲା ଘଞ୍ଚ ଜଙ୍ଗଲରେ ଦିନ କାଟୁଛନ୍ତି I ରାତି ହେଲେ ଗଛର ମଞ୍ଚା ପାଲଟିଛି ସେମାନଙ୍କ ବାସସ୍ଥଳୀ।

ଖରା, ବର୍ଷା, ଶୀତ ଆଉ କାକରରେ ମହିଳାଙ୍କ ସହିତ ସାଥୀରେ ଶିଶୁକନ୍ୟା ବି ରହୁଛି l Advertisment ମୟୂରଭଞ୍ଜ କୁଲଡିହା ଅଭୟାରଣ୍ୟ ପାଦଦେଶରେ ଥିବା ଘଞ୍ଚ ଜଙ୍ଗଲରେ ୬ବର୍ଷର କୁନି ଝିଅକୁ ଧରି ଜଣେ ଆଦିବାସୀ ମହିଳା ଗଛରେ ମଞ୍ଚା କରି ବିପଦସଙ୍କୁଳ ଅବସ୍ଥାରେ ଦିନ କାଟୁଛନ୍ତି।

ମହିଳା ଜଣକ ବାଲେଶ୍ବର ଔପଦା ବ୍ଳକ ଗଡ଼ସାହି ପଞ୍ଚାୟତ ପଣ୍ଡୁଆ ଗାଁର ଲକ୍ଷ୍ମୀ ଖଟୁଆ ବୋଲି ଜଣାପଡିଛି।

ଋଣ ସୁଝି ନପାରି ନିଜର ମାନସିକ ସ୍ଥିତି ମଧ୍ୟ ହରାଇ ବସିଥିବା ଲୋକେ କହିଛନ୍ତି।

୫ ରୁ ୬ ବର୍ଷ ତଳେ ଲକ୍ଷ୍ମୀ ପରିବାର ଚଳାଇବା ପାଇଁ ଘରୋଇ ଫାଇନାନ୍ସରୁ ଋଣ କରି ଏକ ଜଳଖିଆ ଦୋକାନ କରିଥିଲେ।

ତେବେ ମୟୂରଭଞ୍ଜ ଅଞ୍ଚଳର ଜଣେ ବ୍ୟକ୍ତି ଲକ୍ଷ୍ମୀଙ୍କ ସରଳତାର ସୁଯୋଗ ନେଇ ପର୍ଯ୍ୟାୟକ୍ରମେ ରୁଣ ଟଙ୍କା ଧରି ଫେରାର ହୋଇଯାଇଥିଲେ।

ଏହା ପରେ ଋଣ ଦେଇଥିବା ସଂସ୍ଥା ଟଙ୍କା ମାଗିବା ସହ ଲକ୍ଷ୍ମୀଙ୍କ ଘରେ ଥିବା ଛେଳି କୁକୁଡ଼ା ନେଇଯାଇଥିଲେ।

ଏହି ଚିନ୍ତାରେ ଲକ୍ଷ୍ମୀ ମାନସିକ ଭାରସାମ୍ୟ ହରାଇ ଘର ଛାଡ଼ି ଜଙ୍ଗଲକୁ ପଳାଇଥିଲେ।

ଉଭୟଙ୍କୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ ପରେ ବି ସେମାନେ ଆସୁନଥିବା କହିଛନ୍ତି ଗ୍ରାମବାସୀ।

Advertisment ଋଣ ଟଙ୍କା ସୁଝିନପାରି ଗାଁ ଛାଡ଼ି ଜଙ୍ଗଲରେ ମା-ଝିଅ କୁଲଡ଼ିହା ଜଙ୍ଗଲରେ ରହୁଛନ୍ତି ମା-ଝିଅ ଗତ ୪ ବର୍ଷ ହେଲା ଘଞ୍ଚ ଜଙ୍ଗଲରେ ଦିନ କାଟୁଛନ୍ତି ରାତି ହେଲେ ଗଛର ମଞ୍ଚା ପାଲଟିଛି ବାସସ୍ଥଳୀ ବୁଝାସୁଝା ପରେ ମଧ୍ୟ ଆସୁନାହାନ୍ତି ଉଭୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)