Gold prices: ୨ ଦିନରେ ସୁନା ମୂଲ୍ୟ ୫୧୨୦ ଟଙ୍କା ବୃଦ୍ଧି

Nov 27, 2026 - 17:49
Gold prices: ୨ ଦିନରେ ସୁନା ମୂଲ୍ୟ ୫୧୨୦ ଟଙ୍କା ବୃଦ୍ଧି

ଭୁବନେଶ୍ବର: ନିୟମିତ ଭାବ ତଳକୁ ଖସୁଥିବା ସୁନା ଦର ରେ ‌ବିରାମ ଲାଗିଛି।

ଗତ ଦୁଇଦିନ ଧରି ଏହା ଉପରମୁହାଁ ହୋଇଛି।

ଭୁବନେଶ୍ବରରେ ଏହି ଦୁଇ ଦିନର ୨୪ କ୍ୟାରେଟ୍‌ ସୁନା ଦର ୫୧୨୦ ଟଙ୍କା ବୃଦ୍ଧି ପାଇ ୧,୨୮,୪୦୦ ଟଙ୍କା ହୋଇଛି।

ସେହିପରି, ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମକୁ ୪୭୦୦ ଟଙ୍କା ବୃଦ୍ଧି ପାଇ ୧,୧୭,୭୦୦ ଟଙ୍କାରେ ପହଞ୍ଚିଛି।

ଶୁକ୍ରବାର ୨୨ କ୍ୟାରେଟ୍‌ ସୁନା ୩୩୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ୩୬୦୦ ଟଙ୍କା ବଢ଼ିଥିଲା।

କେବଳ ସୁନା ନୁହେଁ, ଆଜି ରୁପା ଦରରେ ମଧ୍ୟ ୫୦୦୦ ଟଙ୍କାର ବୃଦ୍ଧି ଘଟିବାରୁ ତାହାର କେଜି ପିଛା ଦାମ୍‌ ୧,୭୦,୦୦୦ ଟଙ୍କା ହୋଇଛି।

Advertisment ସାରା ଦେଶରେ ସୁନା ମହଙ୍ଗା କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ସୁନା ମହଙ୍ଗା ହୋଇଛି।

ଇଣ୍ଡିଆନ ବୁଲିଅନ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ୍‌ (ଆଇବିଜେଏ) ଅନୁଯାୟୀ, ଦେଶରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୨୬୭୫ ଟଙ୍କା ବଢ଼ି ୧.୨୫ ଲକ୍ଷ ଟଙ୍କା ହୋଇଛି।

ସେହିପରି, ରୁପା କେଜି ୫୯୨୮ ଟଙ୍କା ବଢ଼ି ୧.୫୩ ଲକ୍ଷ ଟଙ୍କା ହୋଇଛି।

କିଛି ଦିନ ମଧ୍ୟରେ ସୁନା ଦର ଚଳିତ ବର୍ଷର ସର୍ବୋଚ୍ଚ ସ୍ତରଠାରୁ ପ୍ରାୟ ୩୫% ଖସିଯିବା ପରେ ପୁଣି ଏହାର ଚାହିଦା ବୃଦ୍ଧି ପାଇଛି।

ଏହାବ୍ୟତୀତ ବିବାହ ଋତୁକୁ ନଜରରେ ରଖି ଲୋକମାନେ ସୁନା କିଣୁଛନ୍ତି।

ସେଥିପାଇଁ ସୁନା ଦରରେ ଏହି ବୃଦ୍ଧି ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି।

୨ ଦିନରେ ସୁନା ମୂଲ୍ୟ ୫୧୨୦ ଟଙ୍କା ବୃଦ୍ଧି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)