SAP layoffs 2026: ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଏସ୍‌ଏପି

Nov 27, 2026 - 19:10
SAP layoffs 2026: ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଏସ୍‌ଏପି

ନୂଆଦିଲ୍ଲୀ: ଏଆଇ (କୃତ୍ରିମ ବୁଦ୍ଧିମତ୍ତା)ର ବ୍ୟବହାର ବଢ଼ାଇବାକୁ ୟୁରୋପର ବଡ଼ ସଫ୍ଟୱେର କମ୍ପାନି ଏସଏପି ଯୋଜନା କରୁଛି।

ଏଥିପାଇଁ କମ୍ପାନି ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ନେଇ ବିଚାର କରୁଛି।

ଏହା ହେଲେ କମ୍ପାନିର ମୋଟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୯ ପ୍ରତିଶତଙ୍କ ଚାକିରି ଯାଇପାରେ।

ତେବେ ଏ ନେଇ ଏଯାଏଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଜର୍ମାନୀର ଏହି କମ୍ପାନିରେ ବିଶ୍ୱର ବିଭିନ୍ନ ଦେଶରେ ୧ ଲକ୍ଷ ୧୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

କମ୍ପାନୀ ନିଜର ସଫ୍ଟୱେରରେ ଏଆଇର ବ୍ୟବହାର ବଢ଼ାଇବାକୁ ଚାହୁଁଛି।

ଏଥିସହ କମ୍ପାନୀର କାମ କରିବା ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ଯୋଜନା ରହିଛି।

ଏଥିପାଇଁ କେଉଁ ବିଭାଗରେ କର୍ମଚାରୀ ସଂଖ୍ୟା କମାଯାଇପାରିବ, ସେ ନେଇ ସମୀକ୍ଷା ଚାଲିଛି।

ବିଶେଷକରି ସଫ୍ଟୱେର ତିଆରି, ଇଞ୍ଜିନିୟରିଂ ଓ ବିକ୍ରି ବିଭାଗ ଉପରେ ନଜର ରହିଛି।

Advertisment ଶ୍ରମିକ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଛଟେଇ ସଂଖ୍ୟା ବଦଳିପାରେ କମ୍ପାନିର ମୁଖ୍ୟ ଖ୍ରୀଷ୍ଟିଆନ କ୍ଲାଇନ୍ ସଫ୍ଟୱେରରେ ଅଧିକରୁ ଅଧିକ ଏଆଇ ସୁବିଧା ଯୋଡ଼ିବାକୁ ଚାହୁଛନ୍ତି।

ଏହାଦ୍ୱାରା କମ୍ପାନିର କାମ ଶୀଘ୍ର ଓ ସହଜରେ ହୋଇପାରିବ।

ଏହି ପରିବର୍ତ୍ତନ ପାଇଁ କମ୍ପାନିର ଉଚ୍ଚ ପଦବିରେ ମଧ୍ୟ ବଦଳ ହେଉଛି।

ଆସନ୍ତା ମାର୍ଚ୍ଚରେ କମ୍ପାନୀର ୬ ଜଣିଆ ଶୀର୍ଷ କମିଟିରୁ ଦୁଇ ଜଣ ସଦସ୍ୟ ଚାଲିଯିବେ।

ଏହି ଛଟେଇ ଯୋଜନା ସମ୍ପର୍କରେ ଏସଏପି ଏଯାଏଁ ସ୍ପଷ୍ଟ ଭାବେ କିଛି କହିନାହିଁ।

କମ୍ପାନି କହିଛି ଯେ ବ୍ୟବସାୟ ଓ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ କାମ କରିବା ପ୍ରଣାଳୀର ସମୀକ୍ଷା କରାଯାଉଛି।

ଶ୍ରମିକ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଛଟେଇ ସଂଖ୍ୟା ବଦଳିପାରେ।

ଆଗାମୀ ୫ ବର୍ଷରେ ଏଆଇ ଖାଇବ ୨.୪ କୋଟି ଚାକିରି!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)