Odisha Police SI Written Exam ଡିସେମ୍ବର ୨୬ ଓ ୨୭ ରେ ମିଳିତ ପୋଲିସ୍ ସେବା ପରୀକ୍ଷା ୨୦୨୪ (ଏସ୍‌ଆଇ)ର ଲିଖିତ ପରୀକ୍ଷା

Nov 27, 2026 - 20:29
Odisha Police SI Written Exam ଡିସେମ୍ବର ୨୬ ଓ ୨୭ ରେ ମିଳିତ ପୋଲିସ୍ ସେବା ପରୀକ୍ଷା ୨୦୨୪ (ଏସ୍‌ଆଇ)ର ଲିଖିତ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ( ଓୟୁଏସଏସଏସସି) ପକ୍ଷରୁ ମିଳିତ ପୁଲିସ୍ ସେବା ପରୀକ୍ଷା-୨୦୨୪ (ସବ୍ ଇନ୍ସପେକ୍ଟରସ୍ତରୀୟ ପରୀକ୍ଷା)ର ଲିଖିତ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା କରାଯାଇଛି ।

ଆଜି (ଶୁକ୍ରବାର) ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ, ପରୀକ୍ଷା ଡିସେମ୍ବର ୨୬ (ଶନିବାର) ଓ ୨୭ (ରବିବାର) ଅନୁଷ୍ଠିତ ହେବ।

Advertisment Odisha Police SI Exam 2024 ଅକ୍ଟୋବର ୧୫ରୁ ୨୯ ସିପିଏସ୍‌ଇ-ଏସ୍‌ଆଇ ପରୀକ୍ଷା ନିମନ୍ତେ ପ୍ରାର୍ଥୀଙ୍କ ତଥ୍ୟର ଅନ୍‌-ଲାଇନ ଅପ୍‌ଡେସନ୍‌ ଓୟୁଏସଏସଏସସି କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ସଂଖ୍ୟା ୧୦୧୦ ତା-୨୭.୧୧.୨୦୨୬ ରେ ପରୀକ୍ଷା କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦିଆଯାଇଛି ।

ସୂଚନାନୁସା‌ରେ, ଉକ୍ତ କାର୍ଯ୍ୟାଳୟର ବିଜ୍ଞାପନ ସଂଖ୍ୟା- 02-CPSE-2024/OPRB, ତାରିଖ- ୧୭ ଜାନୁଆରି ୨୦୨୫ ଏବଂ ସଂଶୋଧିତ ବିଜ୍ଞାପନ ସଂଖ୍ୟା 05/OPRB, ତାରିଖ ୩୧ ଜୁଲାଇ ୨୦୨୫ ଅନୁଯାୟୀ ମିଳିତ ପୁଲିସ୍ ସେବା ପରୀକ୍ଷା (CPSE)-2024 ) ର ଲିଖିତ ପରୀକ୍ଷା ଓଏମ୍ଆର୍ ପଦ୍ଧତିରେ ଆସନ୍ତା ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବ।

Police SI exam: ଖୁବ୍‌ଶୀଘ୍ର ପୁଲିସ ଏସ୍‌ଆଇ ପରୀକ୍ଷା: ୟୁନିଫାଏଡ୍‌ ସେବା କର୍ମଚାରୀ ଚୟନ ଆୟୋଗର ସୂଚନା ପରୀକ୍ଷାର ପେପର୍–୧ରେ ସାଧାରଣ ଇଂରାଜୀ ଓ ଓଡ଼ିଆ ଭାଷା ବିଷୟରେ ପରୀକ୍ଷା ୨୬ ଡିସେମ୍ବର ୨୦୨୬ ( ଶନିବାର) ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମିନିଟ୍ (ପ୍ରଥମ ସିଟିଂ) ପର୍ଯ୍ୟନ୍ତ ହେବ ।

ସେହି ଦିନ ଅପରାହ୍ଣ ୧.୩୦ଟାରୁ ୪.୩୦ ପର୍ଯ୍ୟନ୍ତ (୨ୟ ସିଟିଂ) ପେପର୍–୨ରେ ସାଧାରଣ ଅଧ୍ୟୟନ ପରୀକ୍ଷା ଅନୁଷ୍ଠିତ ହେବ ।

ପେପର୍–୩ର ବୈଷୟିକ ବିଷୟ (କେବଳ ଷ୍ଟେସନ ଅଫିସର –ଫାୟାର ସର୍ଭିସ୍ ପଦବୀ ପାଇଁ) ପରୀକ୍ଷା ୨୭ଡିସେମ୍ବର , ୨୦୨୬ (ରବିବାର) ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ୨୫ ଲକ୍ଷରେ ଚାକିରି ବିକ୍ରି ପାଇଁ ହୋଇଥିଲା ଡିଲ୍‌ ପରୀକ୍ଷାର୍ଥୀମାନଙ୍କୁ ଉପରୋକ୍ତ ପରୀକ୍ଷା କାର୍ଯ୍ୟସୂଚୀ ଅନୁଧ୍ୟାନ କରି ତଦନୁଯାୟୀ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।ପରୀକ୍ଷା କେନ୍ଦ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଉଲ୍କେଖଥିବା ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ଆୟୋଗଙ୍କ ଅଧିକୃତ ୱେବ୍‌ସାଇଟ୍ www.ousssc.odisha.gov.in ରେ ଯଥା ସମୟରେ ଉପଲବ୍ଧ ହେବ ବୋଲି କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷା ସମ୍ବନ୍ଧୀୟ ପରବର୍ତ୍ତୀ ସୂଚନା, ନିର୍ଦ୍ଦେଶାବଳୀ ଓ ଅନ୍ୟାନ୍ୟ ବିବରଣୀ ପାଇଁ ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ଆୟୋଗଙ୍କ ୱେବ୍‌ସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)