Rattingia Panchayat unsolved problems ରଟିଙ୍ଗିଆ ପଞ୍ଚାୟତ ସମସ୍ୟା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ୯ ଦଫା ଦାବିପତ୍ର
ଘୁ.ଉଦୟଗିରି(ସମୀର ପାଢ଼ୀ): ଦୀର୍ଘବର୍ଷର ଅବହେଳା, ମୌଳିକ ସୁବିଧାର ଅଭାବ ଏବଂ ପ୍ରଶାସନିକ ଉଦାସୀନତା ବିରୋଧରେ ଆନ୍ଦୋଳନ ନିମନ୍ତେ ରଟିଙ୍ଗିଆ ପଞ୍ଚାୟତବାସୀ ଅଂଟା ଭିଡ଼ିଛନ୍ତି।
ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ମର୍ମରେ ୯ଦଫା ଦାବିପତ୍ର ପ୍ରଦାନ କରାଯାଇଛି।
Advertisment Fresh Landslide at Kalinga Ghat ଅବିଶ୍ରାନ୍ତ ବର୍ଷା: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ରଟିଙ୍ଗିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ ସରପଞ୍ଚ ବିଷ୍ଣୁଦେବ ପ୍ରଧାନଙ୍କ ନେତୃତ୍ବରେ ସାଧାରଣ ନାଗରିକ କମିଟି ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମିଶ୍ରଙ୍କୁ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ର ପ୍ରଦାନ ସହ ବିଡିଓଙ୍କ ସହ ଆଲୋଚନା କରି ପଞ୍ଚାୟତର ଦୀର୍ଘଦିନର ଅବହେଳିତ ସମସ୍ୟାଗୁଡ଼ିକ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
Demand for Road ରଟିଙ୍ଗିଆ ପଞ୍ଚାୟତକୁ ପକ୍କା ରାସ୍ତା ନିର୍ମାଣ ଦାବି ପଞ୍ଚାୟତବାସୀଙ୍କ ୯ ଦଫା ଦାବି ମଧ୍ୟରେ ରହିଛି, ରଟିଙ୍ଗିଆ ପଞ୍ଚାୟତରେ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ସ୍ଥାପନ, ଅର୍ଣ୍ଣବ ବାତ୍ୟାରେ କ୍ଷତିଗ୍ରସ୍ତ ମୁଖ୍ୟ ସଡ଼କରେ ଉନ୍ନତମାନର ବ୍ରିଜ୍ ନିର୍ମାଣ ସହ ମଧୁଝରି ଘାଇ ହିଡ଼ର ମରାମତି, ରଟିଙ୍ଗିଆରେ ଜିଓ ମୋବାଇଲ୍ ଟାୱାର ସ୍ଥାପନ,ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ସହଜ ସମାଧାନ ପାଇଁ ରଟିଙ୍ଗିଆରେ ନୂତନ ରାଜସ୍ୱ ନିରୀକ୍ଷକ (RI) କାର୍ଯ୍ୟାଳୟ ସ୍ଥାପନ, ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ତୁରନ୍ତ କାର୍ଯ୍ୟକ୍ଷମ କରି ସ୍ୱାସ୍ଥ୍ୟସେବା ଯୋଗାଣ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି, ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ବିଶ୍ରାମାଗାର ଓ ସାଧାରଣ ଲୋକଙ୍କ ପାଇଁ ଗୋଷ୍ଠୀ ପରିସ୍ରାଗାର ନିର୍ମାଣ,ପଶୁ ଚିକିତ୍ସାଳୟକୁ ନିୟମିତ ଖୋଲାଯିବା ସହ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରି ପଶୁପାଳକଙ୍କୁ ଆବଶ୍ୟକୀୟ ଚିକିତ୍ସାସେବା ପ୍ରଦାନ,କଲ୍ୟାଣମଣ୍ଡପ ପରିବର୍ତ୍ତେ ଅଞ୍ଚଳବାସୀଙ୍କ ଆବଶ୍ୟକତା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଜାରଗୃହ ନିର୍ମାଣ ଆଦି ଦାବି ଗୁଡ଼ିକ ରହିଛି।
Kandhamal forests: କନ୍ଧମାଳ ଜଙ୍ଗଲ ଉପରେ ମାଫିଆଙ୍କ ନଜର: ୫ ବର୍ଷରେ ୧୫୦ ବାଘଛାଲ ଜବତ, ୨୫୦ ଶିକାରୀ ଗିରଫ ଦାବିପତ୍ର ପ୍ରଦାନ ସମୟରେ ବ୍ଲକ୍ ଉପାଧ୍ୟକ୍ଷ ଏନ୍.
ଲୁକ, ସାଧାରଣ ନାଗରିକ କମିଟିର ସଭାନେତ୍ରୀ ଦମ୍ବିକା ନାୟକ, ସମ୍ପାଦକ ବିକି ପ୍ରଧାନ, ସମାଜସେବୀ ହୃଷିକେଶ ପ୍ରଧାନ, ସଦାନନ୍ଦ ନାୟକ, ମିଲନ ନାୟକ, ଅମିତ୍ ନାୟକ, ବିଧୁଭୂଷଣ ପ୍ରଧାନ, ଚକ୍ରବର୍ତ୍ତୀ ପ୍ରଧାନ,ଡି.
ସବନମ, ବ୍ଲେସି ପ୍ରଧାନ, ବିରାଜ କୁମାର ପ୍ରଧାନ, ସିଦ୍ଧାନ୍ତ ରଞ୍ଜନ ପ୍ରଧାନ, ଆରିୟାନ୍ସ ମଲ୍ଲିକ, ସୁମନ୍ତ ପ୍ରଧାନ ଓ ସାନ୍ତୁନ ପ୍ରଧାନଙ୍କ ସମେତ ଅଞ୍ଚଳର ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
