Cricket: ଟେଷ୍ଟରୁ ସନ୍ୟାସ ନେଇ ସାରିଥିବା ସାମି ଦିନିକିଆ-ଟି୨୦ ପାଇଁ କ’ଣ ଚିନ୍ତା କରୁଛନ୍ତି? କହିଲେ ଆଗାମୀ ଯୋଜନା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମି କିଛି ଦିନ ପୂର୍ବରୁ ଟେଷ୍ଟ କ୍ରିକେଟ୍କୁ ବିଦାୟ ଦେଇଛନ୍ତି।
ଦିନିକିଆ ଏବଂ ଟି୨୦ କ୍ରିକେଟ୍ ପାଇଁ ମଧ୍ୟ କିଛି ଯୋଜନା କରୁଛନ୍ତି।
ଭାରତ ପାଇଁ ଶେଷ ଥର ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିବା ସାମିଙ୍କ କହିବା ଅନୁସାରେ ଧଳା ବଲ (ଦିନିକିଆ ଏବଂ ଟି୨୦) ଟିମ୍କୁ ଫେରିବା ଆଶା ରଖି ନାହାନ୍ତି।
ସାମି ଏବେ ନିଜର ଘରୋଇ ଟିମ୍ ପଶ୍ଚିମବଙ୍ଗ ଏବଂ ଆଇପିଏଲ୍ରେ ଖେଳି ଆନନ୍ଦ ଅନୁଭବ କରୁଛନ୍ତି।
ନିଜର ପ୍ରଦର୍ଶନ ଆହୁରି ଭଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
Advertisment କ୍ରିକେଟ୍ ୱେବ୍ସାଇଟ୍ 'କ୍ରିକ୍ଇନ୍ଫୋ'କୁ ଏକ ସ୍ବତନ୍ତ୍ର ଆଲୋଚନା ସମୟରେ ଦ୍ରୁତ ବୋଲର ସାମି କହିଛନ୍ତି, ଭାରତୀୟ ଟିମ୍ରେ ଫେରିବାକୁ ନେଇ ଅଦୌ ଚିନ୍ତିନ ନାହିଁ।
୨୦୨୭ ଦିନିକିଆ ବିଶ୍ବକପ୍ ଅଥବା ୨୦୨୮ ଟି୨୦ ବିଶ୍ବକପ୍ ନେଇ ଆପଣ କ'ଣ ଚିନ୍ତା କରୁଛନ୍ତି ବୋଲି ଯେତେବେଳେ ପ୍ରଶ୍ନ ପଚାରାଗଲା, ସେ କହିଛନ୍ତି, ମୁଁ ଏସବୁ ଜିନିଷ ଆଉ ଗଣୁ ନାହିଁ।
ଚୟନକର୍ତ୍ତା ଯାହା ନିଷ୍ପତ୍ତି ନେବେ, ଏହା ଟିମ୍ ପାଇଁ ମଙ୍ଗଳ ହେବ।
କିନ୍ତୁ ମୁଁ ଏବେ ମୋର ବୋଲିଂ ଦିଗରେ ଉନ୍ନତି ପାଇଁ କାମ କରୁଛି ଏବଂ ଏଥୁରୁ ଆନନ୍ଦ ଲାଭ କରୁଛି।
ରାଜସ୍ଥାନ ରୟାଲ୍ସରୁ ଖେଳିବେ ସାମି ଘରୋଇ ସିଜିନ ଶେଷ ହେଲା ପରେ ମହମ୍ମଦ ସାମି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୭ରେ ସେ ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇବେ।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ରୁ ସେ ବିଦାୟ ନେଇଥିବା ବେଳେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଛନ୍ତି।
ସାମି ଏକ ଭିନ୍ନ ଲୟରେ ଅଛନ୍ତି।
ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ସହିତ ଗୋଟିଏ ଡ୍ରେସିଂ ରୁମରେ ତାଙ୍କୁ ଦେଖିବାକୁ ମିଳିବ।
ଏଥି ପାଇଁ ସେ ଉତ୍ସାହିତ ମଧ୍ୟ ଅଛନ୍ତି।
ସୂର୍ଯ୍ୟବଂଶୀଙ୍କ ଦ୍ବାରା ନିକଟରେ ଏସିସି ପୁରୁଷ ଏସିୟା କପ୍ ରାଇଜିଂ ଷ୍ଟାରର୍ସ ୨୦୨୬ରେ ୟୁଏଇ ବିପକ୍ଷରେ କରାଯାଇଥିବା ସ୍କୋରକୁ ସାମି ପ୍ରଶଂସା କରିଛନ୍ତି।
ବୈଭବଙ୍କ ବ୍ୟାଟିଂ କଳ୍ପନା ବାହାରେ ଥିଲା।
ସେ ଏହିଭଳି ଭାବରେ ବ୍ୟାଟିଂ କରିଥିଲେ, ଯାହାକି ଭିଡିଓ ଗେମ୍ ଭଳି ଲାଗୁଥିଲା।
Ind vs SL A: ଛକା ମାରିବାକୁ ଯାଉଥିଲେ ବୈଭବ ସୂର୍ଯ୍ୟବଂଶୀ; ଜନିଥ ଲିୟାନଗେ କଲେ ଶିକାର; ଦେଖନ୍ତୁ ଭିଡିଓ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
