Budget 2027-28: ପ୍ରଥମ ଥର ପ୍ରାକ୍ ବଜେଟ୍ ଆଲୋଚନାରେ ଭାଗନେଲେ ଜେନ୍-ଜି
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୭-୨୮ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ବର୍ଗ ସହିତ ଆଲୋଚନା କରିଛନ୍ତି।
ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ୨୬ ତାରିଖରେ ଶେଷ ହୋଇଛି।
କିନ୍ତୁ ଚଳିତବର୍ଷର ବିଶେଷତ୍ବ ହେଉଛି ଅର୍ଥମନ୍ତ୍ରୀ ପ୍ରଥମ ଥର ପାଇଁ ଜେନ୍ ଜି ବା ଯୁବ ପ୍ରତିନିଧିମାନଙ୍କ ସହିତ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି।
Advertisment ଆଲୋଚନା ସମୟରେ ଯୁବା ପ୍ରତିନିଧିମାନେ ନିଯୁକ୍ତି, ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତ୍ତା ଠାରୁ ଆରମ୍ଭ କରି ଉଦ୍ୟମିତା ଭଳି ଏକାଧିକ ପ୍ରସଙ୍ଗ ଉଠାଇଛନ୍ତି।
ପ୍ରସ୍ତାବଗୁଡ଼ିକ ମଧ୍ୟରେ ସେମାନଙ୍କର ଏକ ବଡ଼ ପରାମର୍ଶ ମଧ୍ୟ ରହିଛି।
ତାହା ହେଉଛି ସହରାଞ୍ଚଳରେ ସୁଲଭ ବାସଗୃହ ଉପଲବ୍ଧ କରାଇବା ପାଇଁ ଭଡ଼ାଗୃହକୁ ବ୍ୟାପକ ମାତ୍ରାରେ ପ୍ରୋତ୍ସାହନ ଦେବା।
ଏଥିସହିତ ଦେଶର ଟିୟର-୨ ଓ ଟିୟର-୩ ସହରଗୁଡ଼ିକର ଦ୍ରୁତ ବିକାଶ ପାଇଁ ସେମାନେ ପରାମର୍ଶ ଦେଇଛନ୍ତି।
Finance Minister Big Announcement ନିର୍ବାଚନୀ ରାଜ୍ୟଗୁଡ଼ିକ ପାଇଁ ବଜେଟ୍ରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେଟ୍ରୋ ବାହାରେ ଥିବା ଛୋଟ ସହରଗୁଡ଼ିକରେ ଉନ୍ନତ ଭିତ୍ତିଭୂମି ସହ ନିଯୁକ୍ତି ସୁଯୋଗ ମିଳିଲେ ଯୁବବର୍ଗ ସେମାନଙ୍କ ଘର ନିକଟରେ କର୍ମ ସଂସ୍ଥାନ ପାଇପାରିବେ।
ଏହାଦ୍ବାରା ଦେଶାନ୍ତର ଚାପ କମିବ ବୋଲି ଅଂଶଗ୍ରହଣକାରୀମାନେ ମତ ଦେଇଛନ୍ତି।
ବଡ଼ ବଡ଼ ସହରକୁ ପ୍ରତିବର୍ଷ ବହୁସଂଖ୍ୟକ ପିଲା ଚାକିରି କରିବାକୁ ଯାଉଛନ୍ତି।
କିନ୍ତୁ ଜମି ଦର ବଢ଼ୁଥିବାରୁ ଚାକିରିର ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ଘରର ମାଲିକ ହୋଇପାରୁନାହାନ୍ତି।
ଏଥିପାଇଁ ସହରାଞ୍ଚଳରେ ଉତ୍ତମ ମାନର ଭଡ଼ାଘର ପ୍ରକଳ୍ପ ପାଇଁ ସେମାନେ ମତ ଦେଇଛନ୍ତି।
ଦୁଇ ଘଣ୍ଟା ଧରି ଅର୍ଥମନ୍ତ୍ରୀଙ୍କ ସହିତ ହୋଇଥିବା ଏହି ଆଲୋଚନାରେ ପ୍ରାୟ ୫୦ ପ୍ରତିଶତ ମହିଳା ପ୍ରତିନିଧି ଅଂଶଗ୍ରହଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
