Gold Chain Snatched ଘର ଭିତରେ ପଶି ମହିଳାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଛଡ଼ାଇନେଲେ ଦୁର୍ବୃତ୍ତ

Sep 07, 2026 - 23:10
Gold Chain Snatched ଘର ଭିତରେ ପଶି ମହିଳାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଛଡ଼ାଇନେଲେ ଦୁର୍ବୃତ୍ତ

"ରାଇରଙ୍ଗପୁର: ରାଇରଙ୍ଗପୁର ସହରର ପ୍ରତିଷ୍ଠିତ ସୁନାଗହଣା ବ୍ୟବସାୟୀ କାମେଶ୍ବର ପରିଡ଼ାଙ୍କ ଅଁଳାଡୁବା ସ୍ଥିତ ବାସଭବନରୁ ତାଙ୍କ ବୃଦ୍ଧା ମା"ଙ୍କ ବେକରୁ ସୁନା ଚେନ ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି।

ଲୁଟ ହୋଇଥିବା ସୁନାଚେନ୍‌ର ମୂଲ୍ୟ ସାଢେ଼ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ।Advertisment ସୂଚନାନୁସାରେ, ଆଜି (ସୋମବାର) ପୂର୍ବାହ୍‌ଣରେ ରୁକ୍ମଣୀ ପରିଡ଼ା ଗାଧୁଆ ପାଧୁଆ ସାରି ଘର ଭିତରେ ଲୁଗା ଶୁଖାଉଥିଲେ।

ସେ ସମୟରେ ଜଣେ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକରେ ହେଲମେଟ ପିନ୍ଧି ତାଙ୍କ ଘର ସାମନାରେ ଛିଡ଼ା ହୋଇଥିଲା।

ରୁକ୍ମଣୀଙ୍କୁ ଏକୁଟିଆ ଦେଖି ଦୁର୍ବୃତ୍ତ ଜଣକ ତାଙ୍କ ଘରେ ପଶି ତାଙ୍କ ମୁହଁକୁ ଚାପି ରଖି ପିନ୍ଧିଥିବା ସୁନା ଚେନ୍‌ଟି ନେଇ ସେଠାରୁ ଚମ୍ପଟ ମାରିଥିଲେ।

Motorbike Looted ଗୋଡ଼କୁ ଗୁଳି କରି ଲୁଟିନେଲେ ମୋଟର ସାଇକେଲ ରୁକ୍ମଣୀ ଚିଲ୍ଲେଇବାରୁ ଘରେ ଥିବା ବୋହୁ, ନାତି ଓ ନାତୁଣୀ ଦୌଡ଼ି ଆସିଥିଳେ।

ଲୁଟ ହୋଇଥିବା ସୁନା ଚେନ୍‌ର ଓଜନ ୨୭ ଗ୍ରାମ ଓ ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।

ଦୁର୍ବୃତ୍ତ ଜଣକ ଲୁଟ କରିବା ପରେ ରାଇରଙ୍ଗପୁର ଗୋଶାଳା ରାସ୍ତାରେ ପଳେଇ ଯାଇଥିଲେ।

Chain robbery : ପୁଲିସ ପଞ୍ଝାରେ ଚେନ୍‌ ଲୁଟେରା ଦମ୍ପତିଘଟଣା ସମ୍ପର୍କରେ ଅବଗତ ହେବା ପରେ ପୁଅ କାମେଶ୍ବର ପରିଡ଼ା ରାଇରଙ୍ଗପୁର ଟାଉନ ଥାନା ଯାଇ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ତନାଘନା ଆରମ୍ଭ କରିଛି।

ତେବେ ଦିନ ୧୦ ଟା ସମୟରେ ରାଇରଙ୍ଗପୁର ସହରର ୱାର୍ଡ ନଂ ୧୦ ରେ ଘରେ ପଶି ଜଣେ ୭୦ ବର୍ଷର ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଛିନତାଇ କରି ଖସି ପଳେଇ ଯିବା ରାଇରଙ୍ଗପୁର ସହରରେ ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)