Pupinder’s first Hindi film: ପୁପିନ୍ଦରଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ‘ଲୋହିତାକ୍ଷ’

Oct 31, 2026 - 06:27
Pupinder’s first Hindi film: ପୁପିନ୍ଦରଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ‘ଲୋହିତାକ୍ଷ’

ଜଣାଶୁଣା ଅଭିନେତା-ପ୍ରଯୋଜକ ପୁପିନ୍ଦର ଓରଫ ଭୂପିନ୍ଦରଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର 'ଲୋହିତାକ୍ଷ' ମୁକ୍ତିଲାଭ କରିଛି।

ୟୁ/ଏ ସାର୍ଟିଫିକେଟ୍ ପ୍ରାପ୍ତ ଏହି ଛବିର ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବା ସହ ପୁପିନ୍ଦର ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ଏହା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଛବି।

ଚଳଚ୍ଚିତ୍ରର କାହାଣୀ ଓଡ଼ିଶାର କଟକ ସହରକୁ ନେଇ ଗତିଶୀଳ।

ଏହି ମର୍ଡର ମିଷ୍ଟ୍ରିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନାର ଦାୟିତ୍ୱ ତୁଲାଇଛନ୍ତି ନିଶାନ୍ତ ମଜିଠିଆ।

ସେ ମଧ୍ୟ ଏହି ଚଳଚ୍ଚିତ୍ରର ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।

Advertisment Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ ଏହି ସିନେମାରେ ପୁପିନ୍ଦରଙ୍କ ବ୍ୟତୀତ ଶକ୍ତି ବରାଳ, ବବି ମିଶ୍ର, ମୋହନ ମଜିଠିଆ, ଦୀପେଶ, ଶ୍ରୁତି, ଦୀପାଳି, ଗୌରବ ମହାନ୍ତି, ସୁମନ, ଜୀବନ ପଣ୍ଡା, ସୁଶାନ୍ତ ଦାସ ମହାପାତ୍ରଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି।

କମଲେଶ ସାୱନ୍ତ ଓ ସୁକୁମାର ଟୁଡୁଙ୍କ ପରି କେତେକ ବଲିଉଡ୍ କଳାକାର ଙ୍କୁ ବି ଏଥିରେ ଦେଖିବାକୁ ମିଳିଛି।

ବଲିଉଡ୍‌ର ଜଣାଶୁଣା ଅଭିନେତା ପୁନିତ ଇସାରଙ୍କ ପୁଅ ସିଦ୍ଧାନ୍ତ ଏହି ଚଳଚ୍ଚିତ୍ରର ନାୟକ ହୋଇଥିବାବେଳେ 'ଆଇ ଲଭ୍ ୟୁ ୨' ଫେମ୍ ଅପ୍‌ସରା ରାଣୀ ନାୟିକା ଭାବେ ନଜର ଆସିଛନ୍ତି।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିଷାକ୍ତ ସମ୍ପର୍କକୁ ନେଇ ଗଢ଼ିଉଠିଛି ଏହି କ୍ରାଇମ୍‌ ଥ୍ରିଲର୍‌ କାହାଣୀ।

Ban liquor sales: ୪୫୦ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ; ୨୧୦୦ ଲିଟର ପୋଚ ନଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)