Elderly Man Found Murdered: ୧୧ ବର୍ଷର ଶତ୍ରୁତାରୁ ହତ୍ୟା! ପଥରରେ ଛେଚି ବୃଦ୍ଧଙ୍କୁ ମାରିଦେଲା
୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ।
ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ।
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପାତନା ହାଟପିଣ୍ଡି ଛକରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ।
ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ମୃତକ ହେଉଛନ୍ତି କରଞ୍ଜିଆପାଳ ଗାଁର ଭଗବାନ ପେଣ୍ଠେଇ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଚମ୍ପାପାଳ ଗାଁର ଆରତ ପେଣ୍ଠେଇ ହତ୍ୟାକାଣ୍ଡ ଘଟାଇଛି।
Advertisment ଆଜି ସକାଳେ ଭଗବାନଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ପଥରରେ ଛେଚି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ତେବେ ଏହି ହତ୍ୟାକାଣ୍ଡ ପଛରେ ରହିଛି ୧୧ ବର୍ଷ ତଳର ପୁରୁଣା ଶତ୍ରୁତା ।
୨୦୧୫ ମସିହାରେ ଅଭିଯୁକ୍ତ ଭଗବାନଙ୍କ ଘର ପୋଡ଼ି ଦିଆଯାଇଥିଲା।
ଏନେଇ ଥାନାରେ ଅଭିଯୋଗ ହେବା ପରେ ମାମଲାଟି ଏବେ ବି କୋର୍ଟରେ ବିଚାରାଧୀନ ରହିଛି।
ଥାନାରେ ଅଭିଯୋଗ କରିଥିବାରୁ ଭଗବାନଙ୍କ ଉପରେ ରାଗରଖି ଆରତ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।
ଅଭିଯୁକ୍ତ ଆରତ ଫେରାର ଥିବାବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
କେନ୍ଦୁଝର ଘଷିପୁରାରେ ବୀଭତ୍ସ ହତ୍ୟାକାଣ୍ଡ ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ ୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ !
ମୃତକ କରଞ୍ଜିଆପାଳ ଗାଁର ଭଗବାନ ପେଣ୍ଠେଇ ଚମ୍ପାପାଳ ଗାଁର ଆରତ ପେଣ୍ଠେଇ ହତ୍ୟା କରିଥିଲା ଅଭିଯୋଗ ୨୦୧୫ରୁ ଉଭୟଙ୍କ ମଧ୍ୟରେ ଲାଗିରହିଥିଲା ବିବାଦ ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଜାରି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
