Minister Mukesh Mahaling Intervenes: ଓଡ଼ିଆ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ, ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପାଇଲେ ମୁକ୍ତି
ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ।
ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆ ଶ୍ରମିକ ଦିନେଶ ମାଝୀଙ୍କୁ ଶେଷରେ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଦିନେଶଙ୍କ ମୁକ୍ତି ପାଇଁ ୩୦ ହଜାର ଟଙ୍କା ଦାବି ସହ ଧମକ ଦିଆଯାଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।
ଘଟଣା ଜାଣିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା.
ମୁକେଶ ମହାଲିଙ୍ଗ ତୁରନ୍ତ ହସ୍ତକ୍ଷେପ କରିଥିଲେ।
Advertisment କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ଦିନେଶ ମାଝୀ ତାମିଲନାଡୁର ଦିଣ୍ଡିଗୁଲ ଜିଲ୍ଲା ନାଗମପଟ୍ଟି ଅଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ।
ସେଠାରେ ତାଙ୍କୁ ଅଟକ ରଖାଯାଇଥିବା ସହ ମୁକ୍ତ କରିବା ପାଇଁ ୩୦ ହଜାର ଟଙ୍କା ଦାବି ଓ ଧମକ ଦିଆଯାଉଥିବା ଅଭିଯୋଗ ଆସିଥିଲା।
ଏପରିକି ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଥିବା କୁହାଯାଇଥିଲା।
ଘଟଣା ଜାଣିବା ପରେ ମନ୍ତ୍ରୀ ଡା.
ମୁକେଶ ମହାଲିଙ୍ଗ ସୋସିଆଲ ମିଡିଆରେ କଳାହାଣ୍ଡି ଏସ୍ ପି, ଓଡ଼ିଶା ପୋଲିସ ଓ ଗୃହ ବିଭାଗକୁ ଟ୍ୟାଗ୍ କରି ତ୍ୱରିତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ।
ଶେଷରେ ପ୍ରଶାସନର ସମନ୍ୱିତ ଉଦ୍ୟମରେ ଦିନେଶଙ୍କୁ ସୁରକ୍ଷିତ ମୁକ୍ତ କରାଯାଇଛି।
ଫସିଥିବା ଶ୍ରମିକ ସୁରକ୍ଷିତ ଭାବରେ ଗାଁକୁ ଫେରୁଥିବା ନେଇ ସୂଚନା ଦେଉଛନ୍ତି କଳାହାଣ୍ଡି ଏସପି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
