Odisha CM Proposes One Common Recruitment Exam: ସରକାରୀ ଚାକିରି ପାଇଁ ଗୋଟିଏ ପରୀକ୍ଷା! ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରସ୍ତାବ
ପରୀକ୍ଷା ସଂସ୍କାର ସମ୍ପର୍କରେ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ସଦସ୍ୟଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା।
ଏଥିରେ ସମାନ ଯୋଗ୍ୟତା ଓ ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀ ପାଇଁ ଗୋଟିଏ ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ସମୟବଦ୍ଧ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ବାର୍ଷିକ ରିକ୍ରୁଟମେଣ୍ଟ ପ୍ରକ୍ରିୟା ଉପରେ ଗୁରୁତ୍ବ ଦିଆଯାଇଛି।
କେନ୍ଦ୍ରରୁ ଆସିଥିବା ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ପରୀକ୍ଷା ସମ୍ପର୍କରେ ଜରୁରୀ ପ୍ରସ୍ତାବ ଦେଇଛନ୍ତି।
Advertisment ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପି ସରକାରକୁ ଆସିବା ପରେ ରାଜ୍ୟରେ ସ୍ବଚ୍ଛତାର ସହ ବିଭିନ୍ନ ନିଯୁକ୍ତ ପରୀକ୍ଷା କରି ୫୨ ହଜାର ୫୧୪ଟି ନିଯୁକ୍ତି ପ୍ରଦାନ କରିଛନ୍ତି।
ଆମର ଏକମାତ୍ର ଲକ୍ଷ୍ୟ ହେଉଛି, ଛାତ୍ର ଓ ଯୁବକମାନଙ୍କ ପାଇଁ ଏକ ନିଷ୍ପକ୍ଷ, ସମୟବଦ୍ଧ ଓ ବିଶ୍ୱସନୀୟ ରିକ୍ରୁଟମେଣ୍ଟ ପ୍ରକ୍ରିୟା ପ୍ରଦାନ କରିବା।
ତେଣୁ, ସମସ୍ତ ପରୀକ୍ଷା ଗୁଡ଼ିକୁ ସମୟବଦ୍ଧ ଭାବେ ଏବଂ ସ୍ୱଚ୍ଛତାର ସହିତ ଆୟୋଜିତ କରିବା ଏବଂ ଫଳାଫଳକୁ ତୁରନ୍ତ ଘୋଷଣା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ସ୍କୁଲ ବୋର୍ଡ ଠାରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ୍ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ଓ ବିଭିନ୍ନ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି।
ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ପରୀକ୍ଷା ସମ୍ପର୍କିତ ସଂସ୍କାର ପାଇଁ ପ୍ରସ୍ତାବ ଗ୍ରହଣ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଟାସ୍କଫୋର୍ସର ପ୍ରତିନିଧିମାନେ ଆଜି ଓଡ଼ିଶା ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିଛନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
