Naraj Data Centre Sparks Political Storm Over Water: ଗୃହରେ ବହିଲା 'ଡାଟା ସେଣ୍ଟର' ଝଡ଼, ବିଧାନସଭାରେ ଲାଗିଲା ‘ନରାଜ’ ନିଆଁ

Nov 25, 2026 - 19:53
Naraj Data Centre Sparks Political Storm Over Water: ଗୃହରେ ବହିଲା 'ଡାଟା ସେଣ୍ଟର' ଝଡ଼, ବିଧାନସଭାରେ ଲାଗିଲା ‘ନରାଜ’ ନିଆଁ

ନରାଜରେ ପ୍ରସ୍ତାବିତ ଡାଟା ସେଣ୍ଟରକୁ ନେଇ ଏକଦମ୍ ନାରାଜ ବିରୋଧୀ।

ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ବିଧାନସଭା ଶୂନ୍ୟକାଳରେ।

ଆଜି ଗୃହରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

ଜଳ, ବିଦ୍ୟୁତ୍ ଓ ପରିବେଶକୁ ନେଇ ସାଂଘାତିକ ଅଭିଯୋଗ ଆଣି ପ୍ରସନ୍ନ କହିଛନ୍ତି, ଡାଟା ସେଣ୍ଟର ରାଜ୍ୟକୁ ଅହେତୁକ କ୍ଷତି ପହଞ୍ଚାଇବ।

ପାଣି ଶୁଖିଯିବ, ବିଦ୍ୟୁତ ସରିଯିବ ଆଉ ବାୟୁ ପ୍ରଦୂଷଣ ବି ବଢିବ।

ତାଙ୍କ ଯୁକ୍ତି ହେଉଛି- ରାଜ୍ୟ ସରକାର ନରାଜରେ ଅନୁମତି ଦେଇଥିବା ଏକ ଗିଗାୱାଟ୍ କ୍ଷମତା ବିଶିଷ୍ଟ ଡାଟା ସେଣ୍ଟର ଚାଲିବାକୁ ଦୈନିକ ୩ କୋଟି ଲିଟର ପାଣି ଆବଶ୍ୟକ।

ଯାହାଦ୍ବାରା ଆଗକୁ ଟୁଇନସିଟି ସମେତ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଜଳ ସଂକଟ ଦେଖାଦେଇପାରେ ।

Advertisment ସେହିଭଳି ପ୍ରତିଦିନ ୨ରୁ ୪ କୋଟି ୟୁନିଟ ବିଦ୍ୟୁତ ମଧ୍ୟ ଖର୍ଚ୍ଚ ହେବ।

ପ୍ରକଳ୍ପରେ ୧.୪ ଲକ୍ଷ କୋଟି ନିବେଶ ହେଉଥିଲେ ମଧ୍ୟ ମାତ୍ର ହଜାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏଣୁ ରାଜ୍ୟ ପାଇଁ ଏହା ବିପର୍ଯ୍ୟୟ ଆଣିବ ବୋଲି ଅଭିଯୋଗ କରିବା ସହିତ ସରକାରଙ୍କଠୁ ଉତ୍ତର ଲୋଡ଼ିଛନ୍ତି ପ୍ରସନ୍ନ ।

ସେପଟେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଯେତେବେଳେ ଡାଟା ସେଣ୍ଟରକୁ ଆମେରିକା ରିଜେକ୍ଟ କରୁଛି, ତାକୁ ରାଜ୍ୟ ସରକାର କାହିଁକି ନିମନ୍ତ୍ରଣ କରୁଛନ୍ତି।

ଯେଉଁଥିରେ କଂଗ୍ରେସ ବି ସ୍ବର ମିଳାଇଛି ।

ଜବାବରେ ବିରୋଧୀଙ୍କୁ କଟାକ୍ଷ କରି ବିଜେପି କହିଛି, ଗଛ ନ ଲଗାଇ ଛାଇ ଖୋଜିବା ଭଳି ଆଚରଣ ଦେଖାଉଛନ୍ତି ବିରୋଧୀ।

ପାଣିର ସତ ନଜାଣି ଲୋକଙ୍କୁ ଭ୍ରମିତ କରାଯାଉଛି ।

କଟକ ନରାଜରେ ୨୫୦ ଏକର ଜମିରେ ପ୍ରତିଷ୍ଠା ହେବ ଏକ ହଜାର ମେଗାୱାଟ୍ ଶକ୍ତି ସମ୍ପନ୍ନ ଡାଟା ସେଣ୍ଟର।

ତେବେ ଏତେ ବଡ଼ ନିବେଶକୁ କାହିଁକି ହେଉଛି ବିରୋଧ ?

ସତରେ କଣ ସଂକଟ ଆଣିବ କି ଡାଟା ସେଣ୍ଟର୍ ?

ଦେଖାଯିବ କି ବିଜୁଳି ଓ ପାଣି ସମସ୍ୟା ?

ବିଶେଷଜ୍ଞଙ୍କ ମତରେ, ଡାଟା ସେଣ୍ଟରରେ ଥିବା ହଜାର ହଜାର କମ୍ପ୍ୟୁଟର ସର୍ଭର ଓ AI ଚିପ୍ ୨୪ ଘଣ୍ଟା କାମ କରିବା ଯୋଗୁଁ ଅତ୍ୟଧିକ ଗରମ ହୋଇଥାନ୍ତି।

ଏଗୁଡ଼ିକୁ ଥଣ୍ଡା ରଖିବା ପାଇଁ ପ୍ରଚୁର ପରିମାଣରେ ଜଳ ଆବଶ୍ୟକ ହୁଏ, ଯାହା ବାଷ୍ପ ହୋଇ ବାୟୁମଣ୍ଡଳକୁ ଉଡ଼ିଯାଏ।

ଏପଟେ ନରାଜ ପ୍ରକଳ୍ପକୁ ସ୍ଥାନୀୟ ଲୋକ ବି ବିରୋଧ କରିଛନ୍ତି।

Advertisment ଗତ ଅକ୍ଟୋବରରେ ଜଟଣୀ ଇନଫୋଭ୍ୟାଲି-୨ରେ RBIର ଅତ୍ୟାଧୁନିକ ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଉଦଘାଟିତ ହୋଇଥିଲା।

ଦେଶର ପ୍ରାୟ ୭୫% ବଡ଼ ଡାଟା ସେଣ୍ଟର ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଦିଲ୍ଲୀ-ଏନସିଆର ଭଳି ସହରରେ ରହିଛି।

ଏପଟେ ନରାଜ ପ୍ରକଳ୍ପକୁ ନେଇ ରାଜନୈତିକ ବୟାନବାଜି ଭିତରେ ଆଗକୁ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)