Children Are Not Parents' Toys: ଛାଡ଼ପତ୍ର ପରେ ପିଲାଙ୍କ ଭବିଷ୍ୟତ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ଛାଡ଼ପତ୍ର ପରେ ଦୁଇ ପୁଅଙ୍କ କଷ୍ଟଡିକୁ ନେଇ ଚାଲିଥିବା ମାମଲାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ।
ମାଡ୍ରାସ ହାଇକୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରି ଦୁଇ ନାବାଳକଙ୍କୁ ମାଆଙ୍କ ପାଖରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Advertisment ତାମିଲନାଡୁର ଏହି ଦମ୍ପତି ୨୦୧୪ରେ ଅଲଗା ହୋଇଥିଲେ ଏବଂ ୨୦୧୮ରେ ଛାଡ଼ପତ୍ର ହୋଇଥିଲା।
ସେବେଠାରୁ ଦୁଇ ପୁଅ ମାଆ ଓ ମାମୁଁଘର ଜେଜେବାପା, ଜେଜେମାଆଙ୍କ ପାଖରେ ରହୁଥିଲେ।
ସୁପ୍ରିମକୋର୍ଟ ଉଭୟ ପିଲାଙ୍କ ସହ ଅଲଗା ଆଲୋଚନା କରିବା ପରେ ସେମାନେ ମାଆଙ୍କ ପାଖରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ।
କୋର୍ଟ କହିଛନ୍ତି, ବାପା ପ୍ରାକୃତିକ ଅଭିଭାବକ ହୋଇଥିଲେ ବି ପିଲାଙ୍କ କଷ୍ଟଡି ସବୁବେଳେ ବାପାଙ୍କୁ ମିଳିବ, ଏହା କୌଣସି ନିୟମ ନୁହେଁ।
ପିଲାଙ୍କ ମାନସିକ ସ୍ଥିତି, ଶିକ୍ଷା, ଭାବନା ଓ ଭବିଷ୍ୟତକୁ ଦେଖି ନିଷ୍ପତ୍ତି ନିଆଯିବ।
Advertisment ତେବେ ବାପାଙ୍କୁ ପିଲାଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖାଯିବ ନାହିଁ।
ପ୍ରତି ମାସର ଦ୍ୱିତୀୟ ଶନିବାର ଓ ରବିବାର ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏଁ ମାଡୁରାଇର ଗାନ୍ଧୀ ମ୍ୟୁଜିୟମରେ ପିଲାଙ୍କୁ ଭେଟିପାରିବେ ବାପା।
ପୋଙ୍ଗଲ ଓ ସ୍କୁଲ ଛୁଟି ସମୟରେ ମଧ୍ୟ ଭେଟିବାକୁ ଅନୁମତି ମିଳିବ।
ଏଥିସହ ପିଲାଙ୍କ ଭବିଷ୍ୟତ ଶିକ୍ଷା ଖର୍ଚ୍ଚରେ ବାପାଙ୍କୁ ମଧ୍ୟ ଭାଗ ନେବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
