Editorial: ନୂଆ ପଥ

Nov 07, 2026 - 02:44
Editorial: ନୂଆ ପଥ

ବର୍ତ୍ତମାନ, କିଛି ବିଜ୍ଞ ବ୍ୟକ୍ତି, ବେତନ ଓ ପେନସନରେ ମାତ୍ରାଧିକ ଅର୍ଥ ବ୍ୟୟକୁ ନାପସନ୍ଦ କରି ସାମରିକ ବାହିନୀର କଳେବର ହ୍ରାସ କରିବା ଲାଗି ଯୁକ୍ତି ଉପସ୍ଥାପନ କରିବାରେ ଲାଗିଛନ୍ତି।

ଦେଶର ସୁରକ୍ଷା ଲାଗି ଅର୍ଥ ବ୍ୟୟ କରିବାକୁ ବିମୁଖ ନେହରୁ, ୧୯୬୨ ମସିହା ପୂର୍ବରୁ, ନିରୀହ ସ୍ବପ୍ନ ବିଳାସୀ ଥିଲେ ବୋଲି କୁହାଯାଇପାରିବ।

କିନ୍ତୁ, ସାଂପ୍ରତିକ ବାସ୍ତବତା ସହିତ ପରିଚିତ ଯେଉଁମାନେ ରାଷ୍ଟ୍ର ସୁରକ୍ଷା ଜନିତ ବ୍ୟୟକୁ ‌େନଇ ପ୍ରଶ୍ନ ଉଠାନ୍ତି, ସେମାନେ କେବଳ ବୋଧଶୂନ୍ୟ ଅବିମୃଶ୍ୟକାରିତା ପ୍ରଦର୍ଶନ କରନ୍ତି!

Advertisment ଆଉ ମାତ୍ର ଅଳ୍ପ କେଇ ଦିନ ଭିତରେ ପ୍ରଥମ ଛେକର ଅଗ୍ନିବୀରମାନେ, ସେମାନଙ୍କ ଚାରି ବର୍ଷର ନିଘଞ୍ଚ ସାମରିକ ପ୍ରଶିକ୍ଷଣ ସମାପ୍ତ କରି ବୃତ୍ତିଗତ ଜୀବନ ଆଡ଼କୁ ଅଗ୍ରସର ହେବାକୁ ବସିଥିବା ବେଳେ କେନ୍ଦ୍ର କ୍ୟାବିନେଟର ଏକ ନିଷ୍ପତ୍ତି ସେମାନଙ୍କ ସକାଶେ ସୁଖଦ ସମାଚାର ହୋଇଥିବା ନିଶ୍ଚିତ।

କହିବା ଅନାବଶ୍ୟକ ଯେ ସଂପ୍ରତିି ଏହାକୁ ନେଇ ଲୋକକ୍ଷେତ୍ର ଆଲୋଚନାମୁଖର ହୋଇ ଉଠିଛି।

ଏହା ସୁବିଦିତ ଯେ ସୈନିକ ନିଯୁକ୍ତି କ୍ଷେତ୍ରରେ ଏକ ମୌଳିକ ସଂସ୍କାର ସ୍ବରୂପ ୨୦୨୨ ମସିହାରେ ଯଦିଓ 'ଅଗ୍ନିପଥ' ସ୍କିମର ପ୍ରବର୍ତ୍ତନ କରାଯାଇଥିଲା, ଏହାକୁ ନେଇ ଉଭୟ ଜନମତ ଓ ବିଶାରଦଙ୍କ ବିଚାର ବିଭାଜିତ ହୋଇ ଉଠିଥିଲା।

ସେହି ଦୃଷ୍ଟିରୁ ଏହି ନୂତନ ନିଷ୍ପତ୍ତି ହେତୁ ତା'ର ଯେଉଁ ନୂଆ ପଥ ଉଦ୍‌ଘାଟିତ ହୋଇଛି, ସେ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ପାଠକପାଠିକାମାନଙ୍କ ସ୍ମୃତିକୁ ସତେଜ କରିବା ଲାଗି 'ଅଗ୍ନିପଥ' ସ୍କିମର ପ୍ରଚଳନ ଓ ତାକୁ ଘେରି ରହିଥିବା ବିବାଦ ଉପରେ କ୍ଷିପ୍ର ଦୃଷ୍ଟିପାତ କରାଯାଇପାରେ।

ଏହି ବ୍ୟବସ୍ଥା ଅନୁଯାୟୀ ସାଢ଼େ ସତର ବର୍ଷରୁ ଏକୋଇଶ ବର୍ଷ ବୟସ ମଧ୍ୟରେ ଥିବା ତରୁଣ-ତରୁଣୀ ବର୍ଗ ଅଗ୍ନିବୀର ଭାବେ ସାମରିକ ନିଯୁକ୍ତି କ୍ଷେତ୍ରକୁ ପ୍ରବେଶ କରିବେ; ଚାରି ବର୍ଷର ପ୍ରଶିକ୍ଷଣ ପରେ ସେମାନଙ୍କ ମଧ୍ୟରୁ ସର୍ବୋତ୍ତମ ଏକ-ଚତୁର୍ଥାଂଶ ସାମାରିକ ବାହିନୀରେ ନିଯୁକ୍ତି ପାଇବେ; ଅବଶିଷ୍ଟ ତିନି-ଚତୁର୍ଥାଂଶ, ପ୍ରାୟ ୧୧ ଲକ୍ଷ ଟଙ୍କାର ଏକକାଳୀନ ଭରଣା ରାଶି (ସେବା ନିଧି ପ୍ୟାକେଜ) ସହିତ ସାଧାରଣ ଜୀବନକୁ ପ୍ରତ୍ୟାବର୍ତ୍ତନ କରିବେ।

ପ୍ରକାଶ ଥାଉ କି ସେମାନେ ପାଉଥିବା ଏହି ରାଶିରେ ଅନ୍ତର୍ଭୁକ୍ତ ସେମାନଙ୍କ ବେତନ (ମାସିକ ୨୧ ହଜାର ଟଙ୍କା)ର ଏକ ଅଂଶ ସହିତ ସରକାରଙ୍କ ସମ ପରିମାଣର ଯୋଗଦାନ।

ଏଭଳି ସଂସ୍କାର ପରିପ୍ରେକ୍ଷୀରେ ସରକାରଙ୍କ ତର୍କ ତ୍ରିବିଧ: ସୈନ୍ୟ ବଳକୁ ଅଯଥା ସ୍ଫୀତ ହେବାକୁ ନ ଦେବା, ସୈନିକମାନଙ୍କ ହାରାହାରି ବୟସକୁ କମ୍‌ ରଖିବା ଏବଂ ରାଜକୋଷ ଉପରେ ପେନସନର ବୋଝକୁ ଲାଘବ କରିବା।

ସରକାରଙ୍କ ବିବେଚନାରେ କଠୋର ସାମରିକ ପ୍ରଶିକ୍ଷଣ ଦ୍ବାରା ଶୃଙ୍ଖଳିତ ଏହି ତରୁଣ ବର୍ଗ ସାଧାରଣ ଜୀବନରେ ବିଭିନ୍ନ କ୍ଷେତ୍ରରେ ବୃତ୍ତିଗତ ପାରଦର୍ଶିତା ପ୍ରଦର୍ଶନ କରିପାରିବେ, ଯହିଁରେ ବିଦାୟକାଳୀନ ଅର୍ଥରାଶି ସେମାନଙ୍କ ସକାଶେ ପ୍ରୋତ୍ସାହନମୂଳକ ମଧ୍ୟ ହେବ।

କିନ୍ତୁ ଏହାର ସମାଲୋଚନାମୂଳକ ଯୁକ୍ତି ହେଲା ଏହା ଯେ ଏତଦ୍ଦ୍ବାରା ବଳିଷ୍ଠ ଭାରତୀୟ ସାମରିକ ପରଂପରା ଅବମାନନାର ଶରବ୍ୟ ହୋଇଥାଏ, କାରଣ ରାଷ୍ଟ୍ର ହିତରେ ଚରମ ବଳିଦାନକୁ ଜୀବନର ବ୍ରତ କରିବାକୁ ପ୍ରସ୍ତୁତ ହେଉଥିବା ତରୁଣମାନଙ୍କ ସକାଶେ ଏହା ଏକ ଅଧାପନ୍ତରିଆ ଓ ଅଙ୍ଗୀକାରଶୂନ୍ୟ ବ୍ୟବସ୍ଥା।

ସମାଲୋଚକଙ୍କ ଉଦ୍‌ବେଗ ଯେ ସାମରିକ କୌଶଳ ଓ ଶସ୍ତ୍ର ଚାଳନାରେ ଦକ୍ଷ ତରୁଣଗଣ, ସାଧାରଣ ଜୀବନରେ ବିଫଳ ଓ ହତାଶ ହେଲେ, ବିଭିନ୍ନ ଅପଶକ୍ତିମାନଙ୍କ ଦ୍ବାରା ଅପବ୍ୟବହୃତ ହେବେ ନାହିଁ ତ?

କେବଳ ସେତିକି ନୁହେଁ, ପ୍ରତ୍ୟେକ ବର୍ଷ ନିୟମିତ ସାମରିକ ନିଯୁକ୍ତି ହିଁ ହଜାର ହଜାର ତରୁଣଙ୍କ ସକାଶେ ସୁରକ୍ଷିତ ବୃତ୍ତିଗତ ସୁଯୋଗର ଦ୍ବାର ଖୋଲି ଦେଇଥାଏ।

ସେହି ଦୃଷ୍ଟିରୁ ପ୍ରଥମ ଦଫାର 'ଅଗ୍ନିବୀର' ପ୍ରଶିକ୍ଷଣ ସମାପ୍ତ ହେବା ପରେ ହୁଏତ 'ଅଗ୍ନିପଥ' ସ୍କିମର ଫଳପ୍ରଦତା ବାସ୍ତବ ପରୀକ୍ଷାର ସମ୍ମୁଖୀନ ହୋଇଥାଆନ୍ତା, ଯାହା ଏହି ନୂତନ ନିଷ୍କପତ୍ତି ହେତୁ ଆପାତତଃ ଟଳି ଯାଇଛି।

ମୂଳ ଅଗ୍ନିପଥ ସ୍କିମ ଅନୁସାରେ, ପ୍ରଶିକ୍ଷଣ ପରେ ସାମାରିକ ବାହିନୀରେ ଯୋଗ ଦେଇ ପାରୁ ନ ଥିବା ତିନି-ଚତୁର୍ଥାଂଶ ଅଗ୍ନିବୀର, ଏହି ନୂତନ ନିଷ୍ପତ୍ତି ପରେ, ଏକ ବର୍ଦ୍ଧିତ ବେତନ (ମାସିକ ୪୭ ହଜାର ଟଙ୍କା) ସହିତ ଅତିରିକ୍ତ ଦୁଇ ବର୍ଷ ସକାଶେ କାର୍ଯ୍ୟ ନିୟୋଜିତ ହେବେ।

ଏହି ଅବଧିର ସମାପ୍ତି ପରେ ସେମାନଙ୍କ ଆଗ୍ରହ ଏବଂ ନିଯୁକ୍ତି ସର୍ତ୍ତମାନ ପୂରଣ କରିବାର ସାମର୍ଥ୍ୟ ଆଧାରରେ ସେମାନେ ନିୟମିତ ସୈନିକ ରୂପେ ନିଯୁକ୍ତି ପାଇବେ; ଅର୍ଥାତ୍‌, ସମସ୍ତ ଅଗ୍ନିବୀରଙ୍କ ସକାଶେ ଜଣେ ନିୟମିତ ସୈନିକ ହୋଇପାରିବାର ଦ୍ବାର ଉନ୍ମୁକ୍ତ ହୋଇଛି।

ଏଭଳି ସ୍ଥଳେ ଏକ ଧାରଣା ମଧ୍ୟ ଉତ୍ପନ୍ନ ହୋଇଥାଏ ଯେ 'ଜେନ ଜି' ବର୍ଗକୁ ତୁଷ୍ଟ କରିବାକୁ ସରକାର ଏଭଳି ଏକ ପରିବର୍ତ୍ତନ ଆଣିଲେ କି?

କିନ୍ତୁ, 'ଚିଫ ଅଫ ଡିଫେନ୍‌ସ ଷ୍ଟାଫ' ବା 'ସି.ଡି.ଏସ.' ଏନ.ଏସ.

ରାଜା ସୁବ୍ରମଣି ସ୍ପଷ୍ଟ କରିଛନ୍ତି ଯେ 'ଅଗ୍ନିପଥ' ସ୍କିମ ପ୍ରଚଳନ ହେବା ପରଠାରୁ, ତାକୁ ନିଖୁଣ କରିବା ସକାଶେ, ତୀକ୍ଷ୍‌ଣ ନଜର ତଳେ ଥିଲା।

ଏବଂ ଏହି କ୍ରମରେ ଯାହା ଦେଖିବାକୁ ମିଳିଛି ତାହା ହେଲା ପ୍ରଶିକ୍ଷଣ କାଳରେ ସମସ୍ତ ଅଗ୍ନିବୀର ଚିତ୍ତାକର୍ଷକ ପ୍ରଦର୍ଶନ କରିଛନ୍ତି; ଯଦ୍ଦ୍ବାରା ସେମାନଙ୍କ ସକାଶେ ନୂତନ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ପଡ଼ିଛି।

ଏହା, ହୁଏତ, ସତ ଯେ ସର୍ବୋତ୍ତମ ୨୫%ଙ୍କ ମଧ୍ୟରେ ରହିବା ଲାଗି ଅଗ୍ନିବୀରମାନଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ହେତୁ ସେମାନଙ୍କ ଦକ୍ଷତା ଉଚ୍ଚକୋଟୀ ସ୍ପର୍ଶ କରିଥିବ!

ତେବେ, ସେ ଯାହା ହେଉ, ଏହି କାରଣରୁ 'ଅଗ୍ନିପଥ' ସ୍କିମ ଏକ ସମୟୋପଯୋଗୀ ରୂପାନ୍ତର ଦେଇ ଗତି କରିବା ମଧ୍ୟ ଏକ ସୁସମ୍ବାଦ ନିଶ୍ଚୟ!

ଅବଶ୍ୟ, ଅନେକ କହି ପାରନ୍ତି ‌େଯ ଡ୍ରୋନ, ଏ.ଆଇ.

ଓ ସାଇବର ପ୍ରଯୁକ୍ତିର ପ୍ରଚଳନ ପରେ ସାଂପ୍ରତିକ ଯୁଦ୍ଧର ରୂପରେଖ ଯାହା ହେଲାଣି, ତହିଁରେ ଏକ ବିଶାଳ ସୈନ୍ୟବାହିିନୀ ଏକ ବୋଝ ସଦୃଶ ହୋଇଥାଏ। ‌ସାମରିକ ବାହିନୀରୁ ମାନବ-ସମ୍ବଳର ଅଂଶକୁ ହ୍ରାସ କରି ତହିଁରୁ ଉଦ୍‌ବୃତ୍ତ ଅର୍ଥରାଶିକୁ ପ୍ରଯୁକ୍ତିଗତ ସାମର୍ଥ୍ୟ ବୃଦ୍ଧିରେ ନିୟୋଜିତ କରିବା ଉପରେ ସେମାନେ ଗୁରୁତ୍ବ ଦିଅନ୍ତି।

ୟୁକ୍ରେନୀୟ ଡ୍ରୋନ ଆକ୍ରମଣରେ ହତଭମ୍ବ ବିଶାଳ ରୁଷୀୟ ସାମରିକ ବାହିନୀର ଉଦାହରଣ ସେମାନେ ଦିଅନ୍ତି।

ସେମାନଙ୍କ ମତରେ ପ୍ରାୟ ୧୪ ଲକ୍ଷ ସଦସ୍ୟ ସମ୍ବଳିତ ଭାରତୀୟ ସାମରିକ ବାହିନୀ (ପୃଥିବୀର ଦ୍ବିତୀୟ ବୃହତ୍ତମ), 'ଅଗ୍ନିପଥ' ସ୍କିମ ହେତୁ କୃଶକାୟ ହେବାର ସୁଯୋଗ ଲାଭ କରିଥିଲା; ଯାହା, ଏହି ନୂତନ ନିଷ୍ପତ୍ତି ପରେ ସମ୍ଭବ ହେବା କଷ୍ଟକର ବ୍ୟାପାର।

କିନ୍ତୁ, ଅନେକ ଦକ୍ଷ ଭାରତୀୟ ସେନା ଅଧିକାରୀ ଓ ସମର ବିଶେଷଜ୍ଞ ଏହି ମତ ସହିତ ରାଜି ନ ହୋଇ କହିଥାଆନ୍ତି ଯେ ଚୀନ, ପାକିସ୍ତାନ ଓ ବାଂଲାଦେଶ ଭଳି ଶତ୍ରୁଭାବାପନ୍ନ ରାଷ୍ଟ୍ର ଦ୍ବାରା ପରିବେଷ୍ଟିତ, ମାଓବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ଚକ୍ରାନ୍ତ ଜର୍ଜର ଏବଂ ପର୍ବତ ତଥା ମାଳଭୂମି ପରିପୂର୍ଣ୍ଣ ଭୂଗୋଳର ଅଧିକାରୀ ଏହି ଦେଶରେ ଏକ ଦକ୍ଷ ଓ ବିଶାଳ ସୈନ୍ୟବାହିନୀ ଅତ୍ୟାବଶ୍ୟକ ହୋଇଥାଏ।

ସେମାନଙ୍କ ମତରେ ୟୁକ୍ରେନର ଦିଗନ୍ତ ବିସ୍ତାରୀ ସମତଳ ଅଞ୍ଚଳ ଡ୍ରୋନ ଆକ୍ରମଣ ଲାଗି ପ୍ରକୃଷ୍ଟ ହୋଇଥାଏ, ଯାହା ହୁଏତ ଭାରତ ପରିପ୍ରେକ୍ଷୀରେ ସର୍ବଦା ଫଳପ୍ରଦ ହୋଇ ନ ପାରେ।

ଯଦିଓ, ସମସ୍ତଙ୍କ ଭଳି ଏମାନେ ମଧ୍ୟ ଯୁଦ୍ଧ ପ୍ରକରଣରେ ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତିର ଅନିବାର୍ଯ୍ୟତା ନେଇ ଏକମତ, ତାହା କିନ୍ତୁ ଯେମିତି ମାନବ ସମ୍ବଳରେ ହ୍ରାସର କାରଣ ନ ହୁଏ, ସେ ନେଇ ମଧ୍ୟ ସ୍ପଷ୍ଟ ଓ ମୁଖର।

ସ୍ବାଧୀନତା ଓ ଦେଶ ବିଭାଜନ ପରେ ବ୍ରିଟିସ ସଂଗଠିତ ବିଶାଳ ଭାରତୀୟ ସୈନ୍ୟ ବଳ ବିଭାଜିତ ହୋଇ ଭାରତର ଅଂଶରେ ପଡ଼ିଥିଲା ମାତ୍ର ୨ ଲକ୍ଷ ୬୦ ହଜାର ସୈନିକ ବିଶିଷ୍ଟ ଏକ ବାହିନୀ।

ଶାନ୍ତିକାମୀ ଭାବେ ସୁପରିଚିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁ ରାଷ୍ଟ୍ର ବିକାଶରେ ଅଧିକ ବିତ୍ତ ବିନିଯୋଗ କରିବାକୁ ଚାହୁଁଥିଲେ ଏବଂ ଏକ ବିଶାଳ ସୈନ୍ୟ ବଳର ଆକାଂକ୍ଷୀ ମଧ୍ୟ ନ ଥିଲେ।

କିନ୍ତୁ, ୧୯୬୨ ମସିହାରେ, ଚୀନ ଦ୍ବାରା ସଂଘଟିତ ଆକ୍ରମଣର ଶିକାର ହେବା ପରେ ନେହରୁଙ୍କ ମତାଦର୍ଶ ହଠାତ୍‌ ଯେମିତି ଭୁଶୁଡ଼ି ପଡ଼ିଥିଲା।

ତା' ପରଠାରୁ ବିଧିବଦ୍ଧ ଭାବେ ଭାରତର ସାମରିକ ଶକ୍ତି ବୃଦ୍ଧି ଦିଗରେ ସଘନ ପ୍ରଚେଷ୍ଟା ପ୍ରାରମ୍ଭ ହେଲା, ଯାହାର ଫଳଶ୍ରୁତି ସ୍ବରୂପ ସଂପ୍ରତି ସାମରିକ ଶକ୍ତିି ଦୃଷ୍ଟିରୁ ଭାରତର ସ୍ଥାନ ପୃଥିବୀରେ ଚତୁର୍ଥ।

ବର୍ତ୍ତମାନ, କିଛି ବିଜ୍ଞ ବ୍ୟକ୍ତି, ବେତନ ଓ ପେନସନରେ ମାତ୍ରାଧିକ ଅର୍ଥ ବ୍ୟୟକୁ ନାପସନ୍ଦ କରି ସାମରିକ ବାହିନୀର କଳେବର ହ୍ରାସ କରିବା ଲାଗି ଯୁକ୍ତି ଉପସ୍ଥାପନ କରିବାରେ ଲାଗିଛନ୍ତି।

ଦେଶର ସୁରକ୍ଷା ଲାଗି ଅର୍ଥ ବ୍ୟୟ କରିବାକୁ ବିମୁଖ ନେହରୁ, ୧୯୬୨ ମସିହା ପୂର୍ବରୁ, ନିରୀହ ସ୍ବପ୍ନ ବିଳାସୀ ଥିଲେ ବୋଲି କୁହାଯାଇପାରିବ।

କିନ୍ତୁ, ସାଂପ୍ରତିକ ବାସ୍ତବତା ସହିତ ପରିଚିତ ଯେଉଁମାନେ ରାଷ୍ଟ୍ର ସୁରକ୍ଷା ଜନିତ ବ୍ୟୟକୁ ‌େନଇ ପ୍ରଶ୍ନ ଉଠାନ୍ତି, ସେମାନେ କେବଳ ବୋଧଶୂନ୍ୟ ଅବିମୃଶ୍ୟକାରିତା ପ୍ରଦର୍ଶନ କରନ୍ତି!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)