Crime network: ଜେଲ୍ରୁ ଅପରାଧ ନେଟ୍ୱର୍କ
"ପୁରୀ: ପୁରୀରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନି।
ଯୋଜନାବଦ୍ଧ ଅପରାଧ ଭିଆଇବା ପାଇଁ ଅପରାଧୀ ପୁରୀ ଜେଲ୍କୁ ସେମାନଙ୍କ ନିୟନ୍ତ୍ରଣ କକ୍ଷ କରିନେଇଛନ୍ତି।
ଭାଇମାନେ ଜେଲ୍ରେ ସର୍ଦ୍ଦାର ସାଜି ବାହାରେ କାହାକୁ ଟାର୍ଗେଟ କରାଯିବ, କାହାଠାରୁ କେତେ ବଟି ଆସିବ, ଏ ଯୋଜନା ପୁରୀ ଜେଲ୍ରୁ ହେଉଛି।
ଜେଲ୍ କର୍ମଚାରୀ ହିଁ ଅପରାଧୀଙ୍କ ହାତବାରସି ସାଜିଥିବା ବେଳେ କର୍ତ୍ତୃପକ୍ଷଙ୍କ ନିକଟରେ ଏ ସଂକ୍ରାନ୍ତରେ କୌଣସି ସୁରାକ ନାହିଁ।
ପୁରୀ ଜେଲ୍ରେ ଟଙ୍କା ଦେଲେ ସବୁ କିଛି ମିଳେ ବୋଲି ଜଣେ ଜେଲ୍ ଫେରନ୍ତା କହିଥିବା ବେଳେ ଅଧୀକ୍ଷକ ସଞ୍ଜୟ ବର୍ମା ଏହାକୁ ଖଣ୍ଡନ କରିଛନ୍ତି।
ସେ କହିଛନ୍ତି, ପୁରୀ ଜେଲ୍ ସମ୍ପୂର୍ଣ୍ଣ ସିସିଟିଭି ନିୟନ୍ତ୍ରଣରେ।
ଭାଇମାନେ ଜେଲ୍ରେ ରହି ଅପରାଧ ପରିଚାଳନା କରୁଥିବାର ଦୃଶ୍ୟ କିପରି ସିସିଟିଭି କ୍ୟାମେରାରେ କଏଦ୍ ହେବ ବୋଲି ପ୍ରଶ୍ନ କରିଛନ୍ତି।Advertisment Prisoners: କଏଦୀ ଅଧିକ କର୍ମଚାରୀ ଅଭାବ ପୁରୀରେ ଅପରାଧ ଦିନକୁ ଦିନ ବଢ଼ିଚାଲିଛି।
ପୁଲିସ ଅପରାଧ ନିୟନ୍ତ୍ରଣ ପାଇଁ ଯେତେ ଯୋଜନା କରୁଛି, ଅପରାଧୀ ତାଙ୍କ ଠାରୁ ଦୁଇ ପାଦ ଆଗରେ।
ପୁଲିସ ଏହି ଭାଇମାନଙ୍କୁ ଦାଦାବଟି ମାମଲା ହେଉ କିମ୍ବା ଡକାୟତି ଯୋଜନା, ଯେକୌଣସି ମାମଲାରେ ଗିରଫ କରି ଜେଲ୍ ପଠାଇ ଦେଉଛନ୍ତି।
ଜେଲ୍କୁ ଯିବା ପରେ ସେଠାରେ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ପୁରୀରେ କିପରି ଅପରାଧ ପରିଚାଳନା କରାଯିବ, ସେଠାରୁ ଯୋଜନା କରୁଛନ୍ତି।
ଫୋନ୍ କରି ଶିଳ୍ପପତି, ବ୍ୟବସାୟୀଙ୍କୁ ଧମକାଇ ବଟି ଦାବି କରୁଛନ୍ତି।
ଟଙ୍କା ନଦେଲେ ମୁଣ୍ଡ ଗଡ଼ିବା ଚେତାବନୀ ଦିଆଯାଉଛି।
ମୋଟା ରକମ ଦେଇ ଯାହା ଚାହୁଛନ୍ତି, ତାହା ବାହାରୁ ଜେଲ୍ ଭିତରକୁ ସେମାନଙ୍କ ମାଧ୍ୟମରେ ଆସୁଛି।
ଯିଏ ସର୍ଦ୍ଦାରକୁ ସନ୍ତୁଷ୍ଟ କରିବ, ସେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବ।
ଆର୍ଥିକ ଦୁରବସ୍ଥାରେ ଥିବା ଅନ୍ତେବାସୀ ଯଦି ସର୍ଦ୍ଦାରକୁ ସନ୍ତୁଷ୍ଟ କରିନପାରିବ, ତେବେ ଶୋଇବାକୁ ସ୍ଥାନଟିଏ ମଧ୍ୟ ପାଇବନାହିଁ।
ChaudwarJail: ଚୌଦ୍ବାର ଜେଲ୍, ବେଲଗାମ୍ ନିଶା କାରବାର ଟଙ୍କା ଦେଲେ ୫ଟଙ୍କାର ଗୁଟ୍କା ଜେଲ୍ ଭିତରେ ୩୦ ଟଙ୍କାରେ ମିଳୁଛି।
ସମସ୍ତ ପ୍ରକାର ନିଶା ସାମଗ୍ରୀ ଜେଲରେ ଟଙ୍କା ଦେଲେ ମିଳିଯାଉଥିବା ଜଣେ ଜେଲ୍ ଫେରନ୍ତା କହିଛି।
ଏ ସଂକ୍ରାନ୍ତରେ ଜେଲ୍ ଅଧୀକ୍ଷକ ଶ୍ରୀ ବର୍ମା କହିଛନ୍ତି, ଜେଲରେ ୬୪୦ ଜଣ ଅନ୍ତେବାସୀଙ୍କ ରହିବା ବ୍ୟବସ୍ଥା ଅଛି।
ଏବେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୯୧ ଜଣଙ୍କ ସମେତ ୭୦୧ ଜଣ ଅନ୍ତେବାସୀ ଅଛନ୍ତି।
ପୁରୀ ଜେଲ୍ରେ ଆବଶ୍ୟକତା ଠାରୁ ଅଧିକ ଅନ୍ତେବାସୀ ରହୁଥିବାରୁ ସେମାନଙ୍କୁ ଜଗିବା ପାଇଁ ୮ ଘଣ୍ଟା ବ୍ୟବଧାନରେ ମାତ୍ର ୫ରୁ ୬ ଜଣ ୱାର୍ଡ଼ର ରହିଛନ୍ତି।
ତେବେ ଜେଲ୍ ପରିସରକୁ ବାହାରୁ କୌଣସି ପ୍ରକାର ଜିନିଷ ଆସିବାକୁ ଦିଆଯାଇନଥାଏ।
କେବଳ କେତେବେଳେ କାକୁଡ଼ି, ଟମାଟ ଆଦି ବାହାରୁ ଆସିଥାଏ।
ନଚେତ ପାଣି ବୋତଲ ମଧ୍ୟ ଜେଲ୍ ପରିସରରେ ଚାହୁଥିବା ଅନ୍ତେବାସୀଙ୍କୁ ଟଙ୍କା ରଖି ଦିଆଯାଇଥାଏ।
ଯଦି କେହି କୌଣସି ପ୍ରକାର ନିଶା ସାମଗ୍ରୀ ଭିତରକୁ ନେଉଥିବ, ତେବେ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଶତ ପ୍ରତିଶତ ଜଗିବା ସମ୍ଭବପର ନୁହେଁ।
ଜେଲ୍ରେ ହସ୍ତତନ୍ତ, ଫିନାଇଲ୍, ଧୂପକାଠି, ପେପର ପ୍ଲେଟ୍ ତିଆରି କୌଶଳ ଆମେ ଟ୍ରେନର୍ ମାଧ୍ୟମରେ ଦେଉଛୁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।