From struggle: ସଂଘର୍ଷରୁ ସଫଳତା, ଶୀର୍ଷରେ ରାଧିକା

Jun 15, 2026 - 07:15
From struggle: ସଂଘର୍ଷରୁ ସଫଳତା, ଶୀର୍ଷରେ ରାଧିକା

"କେବେକେବେ ଜୀବନ ଏମିତି କଠିନ ପରୀକ୍ଷା ନେଇଥାଏ ଯାହା ଅନେକଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଥାଏ।

କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ ବିପରୀତ ପରିସ୍ଥିତିକୁ ନିଜର ସବୁଠାରୁ ବଡ଼ ଶକ୍ତିରେ ପରିଣତ କରି ସଫଳତାର ନୂଆ ଅଧ୍ୟାୟ ଲେଖନ୍ତି।

ତାମିଲନାଡୁର କୋଇମ୍ବାଟୁର ନିବାସୀ ରାଧିକା ଜେ.ଏ.

ସେପରି ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ।

ଏକ ଦୁର୍ଲଭ ହାଡ଼ ରୋଗ ସହ ସଂଘର୍ଷ କରିବା ସତ୍ତ୍ୱେ ସେ କେବେ ନିଜ ମନୋବଳକୁ ଦୁର୍ବଳ ହେବାକୁ ଦେଇନଥିଲେ।

ପୁରୁଣା ଖବରକାଗଜକୁ ନୂଆ ରୂପ ଦେଇ ସୁନ୍ଦର କଣ୍ଢେଇ ତିଆରି କରି ସେ କେବଳ ଏକ ସଫଳ ବ୍ୟବସାୟ ଗଢ଼ି ତୋଳିନାହାନ୍ତି ବରଂ ନିଜ ଅଦମ୍ୟ ସାହସ ଓ ସୃଜନଶୀଳତାର ପରିଚୟକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି।Advertisment Car repairs: ଗାଡ଼ି ସଜା‌ଡ଼ିବାକୁ ଡାକି ଗୁଳି ମାରିଲେ: ଗ୍ୟାରେଜ୍ ମାଲିକ ମୃତ; ଜଣେ ଗିରଫ, ଦୁଇ ଫେରାର  କୋଇମ୍ବାଟୁରର ଯୁବତୀ ରାଧିକା ଜେ.ଏ.

ଛୋଟବେଳୁ "ଅଷ୍ଟିଓଜେନେସିସ୍‌ ଇମ୍ପର୍‌ଫେକ୍ଟା" ବା "ବ୍ରିଟଲ୍‌ ବୋନ୍‌ ଡିଜିଜ୍" ନାମକ ଏକ ଦୁର୍ଲଭ ରୋଗରେ ପୀଡ଼ିତ ଥିଲେ।

ଏହି ରୋଗରେ ହାଡ଼ ଅତ୍ୟନ୍ତ ଦୁର୍ବଳ ହୋଇଯାଏ ଏବଂ ସାମାନ୍ୟ ଚାପରେ ମଧ୍ୟ ଭାଙ୍ଗିଯାଇପାରେ।

ଫଳରେ ରାଧିକାଙ୍କୁ ବାରମ୍ବାର ଅପରେସନ୍ କରାଇବାକୁ ପଡୁଥିଲା।

ଏଥିପାଇଁ ତାଙ୍କୁ ସ୍କୁଲ୍ ଯିବାର ସୁଯୋଗ ପାଇପାରିନଥିଲେ।

ଅନ୍ୟ ପିଲାମାନେ ଖେଳୁଥିବା ଓ ସ୍କୁଲ୍ ଯାଉଥିବା ବେଳେ ରାଧିକା ଘରେ ବସି ସେମାନଙ୍କୁ ଦେଖୁଥିଲେ।

ଏକାକୀ ଜୀବନ ତାଙ୍କୁ କଳା ଓ ସୃଜନଶୀଳତା ଦିଗକୁ ଆକର୍ଷିତ କରିଥିଲା।

ମାତ୍ର ୧୪ ବର୍ଷ ବୟସରେ ସେ ଚିତ୍ରାଙ୍କନ ଓ ବିଭିନ୍ନ ହସ୍ତଶିଳ୍ପ କାମ ଆରମ୍ଭ କରିଥିଲେ।

ରାଧିକାଙ୍କ ଭାଇ ଥରେ ୟୁଟ୍ୟୁବ୍‌ରେ ପୁରୁଣା ଖବରକାଗଜରୁ ଆଫ୍ରିକୀୟ କଣ୍ଢେଇ ତିଆରି କରିବାର ଏକ ଭିଡିଓ ଦେଖାଇଥିଲେ।

ସେଠାରୁ ପ୍ରେରଣା ପାଇ ରାଧିକା ପୁରୁଣା ଖବରକାଗଜ, ତାର ଓ ରଙ୍ଗ ବ୍ୟବହାର କରି କଣ୍ଢେଇ ତିଆରି କରିବା ଆରମ୍ଭ କଲେ।

ତାଙ୍କ ପ୍ରଥମ କଣ୍ଢେଇକୁ ଜଣେ ପଡ଼ୋଶୀ କିଣିଥିଲେ, ଯାହା ତାଙ୍କ ଜୀବନର ପ୍ରଥମ ବ୍ୟବସାୟିକ ସଫଳତା ହୋଇଥିଲା।

Gopalpur gang rape case: ଗୋପାଳପୁର ଗଣଦୁଷ୍କର୍ମକୁ ବର୍ଷେ: ୩ ସାକ୍ଷୀରେ ଅଟକିଛି ବିଚାରଣା, ପୁଲିସ ତ୍ରୁଟିରୁ ଚତୁର୍ଥ ସାକ୍ଷୀ ଅଦାଲତରୁ ଫେରିଛନ୍ତି ପକେଟ୍ ମନିର ମାତ୍ର ୨୦୦ ଟଙ୍କାରେ ରଙ୍ଗ କିଣି ସେ ନିଜ ଇଚ୍ଛାକୁ ବ୍ୟବସାୟରେ ପରିଣତ କରିବାକୁ ଲାଗିଲେ।

ଆରମ୍ଭରେ ଛୋଟ ଛୋଟ ଅର୍ଡର ମିଳୁଥିଲା କିନ୍ତୁ ଧୀରେ ଧୀରେ ତାଙ୍କ କଳାକୃତି ଲୋକଙ୍କ ହୃଦୟ ଜିତିବାକୁ ଲାଗିଲା।

୨୦୧୮ ମସିହାରୁ ସେ ସୋସିଆଲ୍ ମିଡିଆ ମାଧ୍ୟମରେ ନିଜ ପୁତୁଳି ବିକ୍ରି କରିବା ଆରମ୍ଭ କଲେ।

ଆଜି ରାଧିକା "କ୍ୱିନବି ଡଲ୍ସ୍‌" ନାମରେ ନିଜ ବ୍ରାଣ୍ଡ ଚଲାଉଛନ୍ତି।

ନବଦମ୍ପତି, ସଙ୍ଗୀତଜ୍ଞ, ଡାକ୍ତର, ଶ୍ରୀକୃଷ୍ଣ, ଗଣେଶ ଓ ବିଭିନ୍ନ ଚରିତ୍ରର ସୁନ୍ଦର କଣ୍ଢେଇ ସେ ତିଆରି କରନ୍ତି।

୨୦୧୮ ଠାରୁ ସେ ୨,୬୫୦ରୁ ଅଧିକ କଣ୍ଢେଇ ତିଆରି କରିସାରିଛନ୍ତି।

ପ୍ରତିମାସ ୩୦ରୁ ୫୦ଟି ଅର୍ଡର ପାଉଥିବା ରାଧିକାଙ୍କ ଗ୍ରାହକ କେବଳ ଭାରତରେ ସୀମିତ ନୁହେଁ।

ତାଙ୍କ କଣ୍ଢେଇ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ୟୁଏଇ ପର୍ଯ୍ୟନ୍ତ ପହଞ୍ଚିଛି।

ନିଜେ ସହଜରେ ଯାତ୍ରା କରିପାରୁନଥିଲେ ମଧ୍ୟ ତାଙ୍କ ସୃଷ୍ଟି ବିଶ୍ୱର ବିଭିନ୍ନ କୋଣକୁ ଯାତ୍ରା କରୁଛି।

ରାଧିକା କହନ୍ତି, “ମୁଁ ସବୁଠାରେ ଯାଇପାରେ ନାହିଁ, କିନ୍ତୁ ମୋର କଣ୍ଢେଇମାନେ ଭାରତର ୨୪ଟି ରାଜ୍ୟ ଏବଂ ବିଶ୍ୱର ଅନେକ ଦେଶକୁ ପହଞ୍ଚିଛନ୍ତି।” ତାଙ୍କ ବିଶ୍ୱାସ ହେଉଛି, ଆତ୍ମବିଶ୍ୱାସ ଓ ପରିଶ୍ରମ ଥିଲେ କୌଣସି ବାଧା ସଫଳତାର ରାସ୍ତା ଅଟକାଇ ପାରିବ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।