India France relations: ଭାରତ-ଫ୍ରାନ୍ସ ରଣନୀତିକ ସଂପର୍କ; ‘ଭାରତ ଇନୋଭେଟ୍ସ ୨୦୨୬’ ର ଶୁଭାରମ୍ଭ

Jun 14, 2026 - 22:48
India France relations: ଭାରତ-ଫ୍ରାନ୍ସ ରଣନୀତିକ ସଂପର୍କ; ‘ଭାରତ ଇନୋଭେଟ୍ସ ୨୦୨୬’ ର ଶୁଭାରମ୍ଭ

"ନିସ୍‌ (ଫ୍ରାନ୍ସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଛଅ ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ନିସ୍‌ ସହରରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି।

ଦୁଇ ବିଶ୍ବନେତାଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ଭାରତ ଓ ଫ୍ରାନ୍ସର ସ୍ବତନ୍ତ୍ର ବୈଶ୍ବିକ ରଣନୀତିକୁ ଆହୁରି ମଜବୁତ କରିଛି।

ବୈଠକ ପୂର୍ବରୁ ଦୁଇ ନେତା ପ୍ରସିଦ୍ଧ "ଭିଲା କେରିଲୋସ" ପରିଦର୍ଶନ କରିବା ସହ ସେଲଫି ଉଠାଇ ବନ୍ଧୁତ୍ବର ନିବିଡ଼ତା ପ୍ରଦର୍ଶନ କରିଛନ୍ତି।Advertisment ଆଜିର ବୈଠକର ପ୍ରମୁଖ ଆକର୍ଷଣ ଥିଲା ଦୁଇ ନେତାଙ୍କ ଦ୍ବାରା ମିଳିତ ଭାବେ ଶୁଭାରମ୍ଭ କରାଯାଇଥିବା "ଭାରତ ଇନୋଭେଟ୍ସ ୨୦୨୬" କାର୍ଯ୍ୟକ୍ରମ।

ଏହି ଟେକ୍ ସମ୍ମିଳନୀରେ ଭାରତର ଷ୍ଟାର୍ଟଅପ୍ ଏବଂ ଏଆଇ ସାମର୍ଥ୍ୟକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଏବେ କେବଳ ସମସ୍ୟାର ସମାଧାନ ଗ୍ରହଣ କରୁଥିବା ଦେଶ ହୋଇ ରହିନାହିଁ, ବରଂ ଏହା ସମଗ୍ର ବିଶ୍ବକୁ ସମାଧାନର ବାଟ ଦେଖାଉଛି।

ଆହୁରି ପଢ଼ନ୍ତୁ: Chief Minister Greets PM: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରପକ୍ଷରେ ରାଷ୍ଟ୍ରପତି ମାକ୍ରନ ଭାରତର ନେତୃତ୍ବକୁ ପ୍ରଶଂସା କରିବା ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ମିଳିତ ସହଯୋଗ ଉପରେ ଗୁରୁତ୍ଵ ଦେଇଛନ୍ତି।

ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଏଆଇ , ସ୍ବାସ୍ଥ୍ୟ ଏବଂ ମହାକାଶ ବିଜ୍ଞାନ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ପ୍ରାୟ ୧୨ଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହେବ।

ଭାରତ ପାଇଁ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୧୪ଟି ରାଫେଲ୍ ଯୁଦ୍ଧବିମାନ କ୍ରୟ କରିବା ନେଇ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଥିବା ବେଳେ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ଚୁକ୍ତିନାମା ସଂପର୍କରେ ଘୋଷଣା ହେବ ବୋଲି ଜଣଶପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।