Bhawanipatna District: ଭବାନୀପାଟଣା ଜିଲ୍ଲା କାରାଗାର, କାର୍ଯ୍ୟକ୍ଷମ ହେଉନି ୱାଚ୍‌ ଟାୱାର୍‌

Jun 15, 2026 - 07:15
Bhawanipatna District: ଭବାନୀପାଟଣା ଜିଲ୍ଲା କାରାଗାର, କାର୍ଯ୍ୟକ୍ଷମ ହେଉନି ୱାଚ୍‌ ଟାୱାର୍‌

"ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣା ଜିଲ୍ଲା କାରାଗାରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବାରମ୍ବାର ଏଠାରୁ କଏଦୀ ଫେରାର ହେଉଥିବା ବେଳେ ୨୮ଟି ପଦ ଖାଲି ପଡ଼ିଛି।

୧୯୩୬ରେ ପ୍ରତିଷ୍ଠିତ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଜିଲ୍ଲା କାରାଗାରରେ ୫୬ଟି ପଦ ଥିବାବେଳେ ୨୮ଟି ଖାଲିପଡ଼ିଛି।

ସବ୍‌ଆସିଷ୍ଟାଣ୍ଟ ଜେଲର୍‌ ୨ଟି, ଜୁନିୟର ଆକାଉଣ୍ଟାଣ୍ଟ ପଦ ଗୋଟିଏ, ଶିକ୍ଷକ ଜଣେ, କ୍ଲର୍କ କମ୍‌ ଟାଇପିଷ୍ଟ ଗୋଟିଏ, ୨୦ଟି ୱାର୍ଡ଼ର୍‌, ମହିଳା ୱାର୍ଡ଼ର‌୍ ୩ଟି ପଦ ଖାଲିରହିଛି।

ଜେଲ୍‌ରେ ୨୭୧ ଜଣ ପୁରୁଷ ଓ ୧୦ ଜଣ ମହିଳା କଏଦୀ ଅଛନ୍ତି।

୨୩ଟି ୱାର୍ଡ଼ର୍‌ ପଦ ଖାଲି ପଡ଼ିଥିବା ଯୋଗୁଁ ଏହାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।Advertisment It only becomes: ପାଠକୀୟ ଶ୍ରଦ୍ଧା ମିଳିଲେ ହିଁ ସାର୍ଥକ ଲାଗେ ଜେଲ୍ ପରିସରରେ ୪୮ଟି ସିସି କ୍ୟାମେରା ଲାଗିଛି।

ଗତ ଏପ୍ରିଲ ମାସରୁ ୧୬ଟି ଏଆଇ କ୍ୟାମେରା ଖଞ୍ଜାଯାଇଛି।

ଏହା ସହିତ ଏହି ଏଆଇ କ୍ୟାମେରାରେ ସାଇରନ୍‌ ବ୍ୟବସ୍ଥା ରହିଛି।

ଏପ୍ରିଲ ୨୧ରେ ବିଚାରାଧୀନ କଏଦୀ ଜଗନ୍ନାଥ ଶବର ଜେଲ୍‌ ପାଚେରି ଡେଇଁ ଫେରାର ହୋଇଥିଲା।

ଏହି ଘଟଣାରେ ଚିଫ୍‌ ୱାର୍ଡ଼ର୍‌ ସୁଶୀଳ ରଞ୍ଜନ ନାଏକ ଓ ୱାର୍ଡ଼ର୍‌ ପ୍ରଶାନ୍ତ କୁମାର ବାଉରୀ ନିଲମ୍ବିତ ହୋଇଥିଲେ।

ଘଟଣା ପରେ ୧୬ଟି ଏଆଇ କ୍ୟାମେରା କାର୍ଯ୍ୟକ୍ଷମ ହୋଇଥିଲା।

ପରେ ଜଗନ୍ନାଥ ଶବରକୁ ଭବାନୀପାଟଣା ଟାଉନ୍‌ ଥାନା ପୁଲିସ ଗିରଫ କରି ପୁଣି ଜେଲ୍‌କୁ ପଠାଇଥିଲା।

ସେହିଭଳି ୨୦୨୪ ଏପ୍ରିଲ ୭ରେ ବିଚାରାଧୀନ କଏଦୀ ସିକନ୍ଦର ଜାଲ ଓ ନୀଳମଣି ବିଭାର ପାଚେରି ଡେଇଁ ଫେରାର ହୋଇଥିଲେ।

ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ଏ ଘଟଣାରେ ଚିଫ୍‌ ୱାର୍ଡ଼ର୍‌ ନମେଶ କୁମାର ପଣ୍ଡା, ୱାର୍ଡ଼ର୍‌ କିରନ ଗୁଡୁ, କବିରାଜ ସୂର୍ଯ୍ୟ ନିଲମ୍ବିତ ହୋଇଥିଲେ।

ଜେଲ୍‌ ପାଚେରି ମଧ୍ୟରେ ୪ଟି ୱାଚ୍‌ ଟାୱାର୍‌ ଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁଁ ଖତଖାଉଛି।

From struggle: ସଂଘର୍ଷରୁ ସଫଳତା, ଶୀର୍ଷରେ ରାଧିକା ଜେଲ୍‌ ଭଳି ସମ୍ବେଦନଶୀଳ ବିଭାଗରେ କର୍ମଚାରୀ ଅଭାବ ଜେଲ୍‌ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାରମ୍ବାର ପାଚେରି ଡେଇଁ କଏଦୀ ଫେରାର ହେଉଥିବା ବେଳେ କର୍ମଚାରୀ ଅଭାବ ଯୋଗୁଁ ୱାଚ୍‌ ଟାୱାର୍‌ କାର୍ଯ୍ୟକ୍ଷମ ହୋଇପାରୁନି।

ଏପରିକି ଜେଲ୍‌ ଭିତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦ ମଧ୍ୟ ଖାଲି ପଡ଼ିଥିବା ଯୋଗୁଁ ସିଡିଏମ୍‌ଓଙ୍କ ଦ୍ବାରା ଡେପୁଟେସନ୍‌ରେ ନିଯୁକ୍ତ ଡାକ୍ତର ଏଠାକୁ ଆସିଥାନ୍ତି।

ଜିଲ୍ଲା ମୁଖ୍ୟ କାରାଗାରରେ ଏଭଳି ଅବ୍ୟବସ୍ଥା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।