Substantial: ବଦଳୁନି ଭିତ୍ତିଭୂମି

Jun 15, 2026 - 07:15
Substantial: ବଦଳୁନି ଭିତ୍ତିଭୂମି

"କୋରାପୁଟ: ଜୟପୁର ଉପକାରାଗାର ସ୍ବତନ୍ତ୍ର କାରାଗାର ମାନ୍ୟତା ପାଇ ବିତିଲାଣି ୩ ବର୍ଷ।

କିନ୍ତୁ ଭିତ୍ତିଭୂମିର ଉନ୍ନତି ହୋଇପାରୁନି।

ପୁରୁଣା ଭିତ୍ତିଭୂମିରେ ସ୍ବତନ୍ତ୍ର କାରାଗାର ଚାଲିଥିବାରୁ ସ୍ଥାନାଭାବ ଯୋଗୁଁ ଅନ୍ତେବାସୀ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି।

ବିଭାଗୀୟ କର୍ମଚାରୀଙ୍କ ଲାଗି ମଧ୍ୟ ନାହିଁ ଆବଶ୍ୟକ କ୍ବାର୍ଟର୍ସ।

ଜେଲର୍‌, ସହକାରୀ ଜେଲର୍‌ ଓ ୱାର୍ଡ଼ର୍‌ ପଦବି ଖାଲି ପଡ଼ିଛି।

Advertisment Crime network: ଜେଲ୍‌ରୁ ଅପରାଧ ନେଟ୍‌ୱର୍କ ୧୯୫୪ରେ ପ୍ରତିଷ୍ଠା ହୋଇଥିବା ଜୟପୁର ଉପକାରାଗାର ୨୦୨୩ରେ ସ୍ବତନ୍ତ୍ର କାରାଗାରର ମାନ୍ୟତା ପାଇଥିଲା।

ସ୍ବତନ୍ତ୍ର କାରାଗାରର କ୍ଷମତା ୩୮୨ ରହିଥିବା ବେଳେ ବର୍ଷର ଅଧିକାଂଶ ସମୟ ଏହାଠାରୁ ଅଧିକ ଅନ୍ତେବାସୀ ରହୁଛନ୍ତି।

ସ୍ବତନ୍ତ୍ର କାରାଗାର ପାଇଁ ଅତି କମ୍‌ରେ ୧୫ରୁ ୨୦ ଏକର ଜମିର ଆବଶ୍ୟକ ରହିଥିବା ବେଳେ ଯେଉଁ ପୁରୁଣା ଜେଲ୍‌ ରହିଛି ତାହା ୨ ଏକର ଜାଗାରେ ରହିଛି।

ଫଳରେ ଜେଲ୍‌ ଆଧୁନିକୀକରଣ ଓ ଅ‌ନ୍ତେବାସୀଙ୍କ ପାଇଁ ଯେଉଁ ସୁବିଧା ଉପଲବ୍ଧ ହେବା କଥା ତାହା ହୋଇପାରୁନି।

ବାରାକ୍‌ରେ ଜାଗା ଅଭାବରୁ ଅନ୍ତେବାସୀ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି।

ସ୍ଥାନାଭାବରୁ ଅନ୍ତେବାସୀଙ୍କ ପାଇଁ ଜେଲ୍‌ ମଧ୍ୟରେ ବିଭିନ୍ନ ବଗିଚା, କ୍ଷୁଦ୍ର ଶିଳ୍ପ, ଦକ୍ଷତା ବିକାଶ ତାଲିମ, ମନୋରଂଜନ କାର୍ଯ୍ୟକ୍ରମ, ଖେଳକୁଦ କାର୍ଯ୍ୟକ୍ରମ ଠିକ୍‌ ଭାବେ ହୋଇପାରୁନି।

ChaudwarJail: ଚୌଦ୍ବାର ଜେଲ୍‌, ବେଲଗାମ୍‌ ନିଶା କାରବାର ସ୍ବତନ୍ତ୍ର କାରାଗାରରେ ୧୮ ୱାର୍ଡ଼ର, ୪ ହାବିଲ‌୍ଦାର, ଜଣେ ଅଧୀକ୍ଷକ, ଜଣେ ଜେଲର୍‌, ୨ ସହକାରୀ ଜେଲର୍‌, ୩ ଉପସହକାରୀ ଜେଲର୍‌ ନିଯୁକ୍ତ ହେବା କଥା।

ଦୀର୍ଘ ଦିନ ହେଲା ଜେଲର୍‌ ପଦବି ଖାଲି ପଡ଼ିଥିବା ବେଳେ ୨ ସହକାରୀ ଜେଲର୍‌ ଓ ୫ଟି ୱାର୍ଡ଼ର୍‌ ପଦବି ପୂରଣ ହୋଇପାରୁନି।

ଯାହା ଜେଲ୍‌ର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

କର୍ମଚାରୀଙ୍କ ରହିବା ପାଇଁ ୩୦ଟି  କ୍ବାର୍ଟର୍ସ ଆବଶ୍ୟକ ଥିବା ବେଳେ ୧୧ଟି କ୍ବାର୍ଟର୍ସ ଥିବାରୁ ଅନ୍ୟ କର୍ମଚାରୀ ବାହାରେ ରହୁଛନ୍ତି।

ଜେଲ୍‌ ଅଧୀକ୍ଷକ ସ‌ନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି, ଜାଗା ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି।

ହସ୍ତାନ୍ତର ହେବା ପରେ ଆଧୁନିକୀକରଣ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।