Prisoners: କଏଦୀ ଅଧିକ କର୍ମଚାରୀ ଅଭାବ

Jun 15, 2026 - 07:15
Prisoners: କଏଦୀ ଅଧିକ କର୍ମଚାରୀ ଅଭାବ

"ଝାରସୁଗୁଡ଼ା: ଉଛୁଳୁଛି ଝାରସୁଗୁଡ଼ା ଜିଲ୍ଲା କାରାଗାର।

୩୨୪ କ୍ଷମତାବିଶିଷ୍ଟ ଏହି ଜେଲ୍‌ରେ ବର୍ତ୍ତମାନ ୪୩୦ କଏଦୀ ଅଛନ୍ତି।

ଗିରଫଦାରୀ ସଂଖ୍ୟା ବଢ଼ିବା ଏବଂ ଜାମିନ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ କଏଦୀ ସଂଖ୍ୟା ସୀମା ଟପିଲାଣି।

ଜେଲର୍‌ ପଦବି ସହ ବହୁ ଗୁରୁତ୍ବପୂର୍ଣ୍ଣ ପଦ ଖାଲି ପଡ଼ିଥିବାରୁ ପରିଚାଳନାରେ ବି ଗୁରୁତର ସମସ୍ୟା ସୃଷ୍ଟି ହେଉଛି।

ତେଣୁ ଏଠାକାର କିଛି କଏଦୀଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରିବାକୁ କର୍ତ୍ତୃପକ୍ଷ ସୁପାରିସ କରିଛନ୍ତି।Advertisment Government employees: ସରକାରୀ କର୍ମଚାରୀଙ୍କ ପ୍ରତି ବଢ଼ୁଛି ଆକ୍ରୋଶ: ୨ ବର୍ଷରେ ୩୮ ଆକ୍ରମଣ ମାମଲା ୧୯୯୧ ମସିହାରେ ସ୍ଥାପିତ ଝାରସୁଗୁଡ଼ାସ୍ଥିତ ଜିଲ୍ଲା କାରାଗାରରେ ରହିଛି ଭିତ୍ତିଭୂମି ସଙ୍କଟ।

ଏଠାରେ କଏଦୀଙ୍କ ପିଇବା ଓ ଗାଧୋଇବା ପାଇଁ ବି ପାଣିର ନାହିଁ ନଥିବା ଅସୁବିଧା ରହିଥିଲା।

ନିକଟରେ ଜିଲ୍ଲା ଜଜ୍‌ଙ୍କ ହସ୍ତକ୍ଷେପ ଫଳରେ ଏହାର ସମାଧାନ ହୋଇଛି।

ହେଲେ ବର୍ତ୍ତମାନ ସୁଦ୍ଧା ଏହି ଜେଲ୍‌ଟି ଘୋର ମାନବସମ୍ବଳ ସଙ୍କଟ ଦେଇ ଗତିକରୁଛି।

ବହୁଦିନ ହେଲା ଏହି ଜେଲ୍‌ଟି ବିନା ଜେଲର୍‌ରେ ଚାଲିଛି।

ଖାଲି ସେତିକି ନୁହେଁ, ୩ଟି ସବ୍‌ଆସିଷ୍ଟାଣ୍ଟ ଜେଲର୍‌ ପଦ ମଧ୍ୟରୁ ଗୋଟିଏ ଖାଲି ପଡ଼ିଥିବା ବେଳେ ୨୦ଟି ୱାର୍ଡ଼ର ପଦ ମଧ୍ୟରୁ ୭ଟି ଖାଲିପଡ଼ିଛି।

ଏହାବାଦ୍ ଗୋଟିଏ ମହିଳା ୱାର୍ଡ଼ର୍ ପଦ ମଧ୍ୟ ଖାଲିପଡ଼ିଛି।

ଏହି ଜେଲ୍‌ରେ ୩୨୪ ଜଣ କଏଦୀଙ୍କ ପାଇଁ ବ୍ୟବସ୍ଥା ରହିଛି।

ହେଲେ ଗତ ପ୍ରାୟ ମାସେ ହେଲା କଏଦୀଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି।

Bhawanipatna District: ଭବାନୀପାଟଣା ଜିଲ୍ଲା କାରାଗାର, କାର୍ଯ୍ୟକ୍ଷମ ହେଉନି ୱାଚ୍‌ ଟାୱାର୍‌ ଫଳରେ କ୍ଷମତାର ୩୨ ପ୍ରତିଶତରୁ ଅଧିକ କଏଦୀ ରହିବା କାରଣରୁ ପରିଚାଳନାଗତ ସମସ୍ୟା ସୃଷ୍ଟି ହୋଇଛି।

କଏଦୀ ଅଧିକ ଏବଂ କର୍ମଚାରୀ କମ୍‌ ଯୋଗୁଁ ଜେଲ୍‌ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।

ଏଭଳି ସ୍ଥିତିରେ ଏଠାରୁ କିଛି କଏଦୀଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରିବାକୁ ସୁପାରିସ କରାଯାଇଥିବା ନେଇ ଅଧୀକ୍ଷକ ଅମିୟ ବେହେରା ପ୍ରକାଶ କରିଛନ୍ତି।

ନିକଟରେ ଝାରସୁଗୁଡ଼ା ପୁଲିସ ପକ୍ଷରୁ ଏକାଧିକ କୁଖ୍ୟାତ ଅପରାଧୀଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିବା ବେଳେ ସେଥିରୁ ୩ ଜଣଙ୍କୁ ଏନ୍‌କାଉଣ୍ଟର କରି ଗିରଫ କରାଯାଇଛି।

ଏଭଳି ସ୍ଥିତିରେ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁଁ ଜେଲ୍ ଭିତରେ ଅରାଜକତା ସୃଷ୍ଟି ହେବାର ଆଶଙ୍କା ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।