Rajo: ଆସିଛି ରଜ ଲୋ, ଘେନି ନୂଆ ସଜବାଜ...

Jun 15, 2026 - 07:15
Rajo: ଆସିଛି ରଜ ଲୋ, ଘେନି ନୂଆ ସଜବାଜ...

"ନିଦାଘ ଗ୍ରୀଷ୍ମ ଋତୁର ଶେଷ ପର୍ଯ୍ୟାୟ।

ମୌସୁମୀ ଛୁଆଁରେ ମାଟି, ଆକାଶ, ପବନର ମତିଗତି ବଦଳିବା ଆରମ୍ଭ କରିଛି।

ମାଟି ରଜସ୍ବଳା ହେବାକୁ ଯାଉଛି।

ଏଭଳି ସମୟରେ ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜ ପାଳନ କରାଯାଉଛି।

ପାଟିରେ ରଜ ପାନ ପୂରାଇ, ଦୋଳିରେ ଝୁଲି ଝୁଲି କୁମାରୀମାନେ ଗାଉଛନ୍ତି "ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ"।

ସେହିଭଳି ଅନ୍ୟ ଦୋଳିରୁ ଶୁଭୁଛି, "ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ..."।

ମଥାରେ କୁକୁମ ଟିପା, ପାଦରେ ଲାଲ୍‌ ଅଳତାର ଧାର, ହାତରେ ମେହେନ୍ଦୀ ଓ ନୂଆ ପୋଷାକ ପିନ୍ଧି କୁମାରୀମାନେ ଦୋଳି ଖେଳରେ ମାତିଛନ୍ତି।

ଘରେ ଘରେ ବିଭିନ୍ନ ପିଠା ଓ ପୋଡ଼ପିଠା।

ପୂର୍ବରୁ ରଜ କେବଳ ଗାଁରେ ଥିଲା।

ଗାଁ ମୁଣ୍ଡ ତୋଟାରୁ ଶୁଭୁଥିଲା ରଜଦୋଳି ଗୀତ।

ଗାଁ ଟୋକାମାନେ କବାଡ଼ି, ତାସ ଖେଳି ମଜା କରୁଥିଲେ।

କିନ୍ତୁ ଆଜି ସହରୀ ରଜ ବେଶ୍‌ ଜାକଜମକରେ ପାଳିିତ ହେଉଛି।

ଦୋଳି ଖେଳ ପ୍ରତୀକ ହୋଇ ରହିଛି।

ସହରରେ ନା ଅଛି ଗାଁର ବିଶାଳ ଗଛ ନା ଅଛି ବାଉଁଶ ତିଆରି ଠିଆ ଦୋଳି।

କିନ୍ତୁ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକୁଛି।

ଗାଁରୁ ସହରକୁ ଭିନ୍ନ ରୂପରେ ରଜ ଆସିଛି।Advertisment Let blood donation: "ରକ୍ତଦାନ ଆମର ନୈତିକ ଦାୟିତ୍ବ ହେଉ" ସ୍ବସ୍ତିବନରେ ରଜ ମହୋତ୍ସବ ଭୁବନେଶ୍ୱରରେ ରଜ ମହୋତ୍ସବ ପାଳନ ଅବସରରେ କଲ୍ୟାଣପୁର ସ୍ୱସ୍ତିବନ ଉତ୍ସବମୁଖର ହୋଇ ଉଠିଥିଲା।

ପ୍ରଥମ ରଜରେ ଦୋଳି ଖେଳ, ମଉଜ ସାଙ୍ଗକୁ ନୃତ୍ୟଗୀତର କୋହଳପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।

ଓଡ଼ିଶାର ଗଣପର୍ବ ରଜକୁ ସରସ ସୁନ୍ଦର କରିବା ପାଇଁ ମହୋତ୍ସବ କମିଟି ତରଫରୁ ଲଗାଯାଇଥିବା ଅନେକ ଦୋଳିରେ କୁନିପିଲା, କିଶୋରୀ ଓ ମହିଳାମାନେ ଝୁଲିବାର ମଜା ନେଇଥିଲେ।

ପୋଡ଼ପିଠା ଓ ସୁବାସିତ ରଜପାନର ଆସର ମଧ୍ୟ ଜମିଥିଲା।

ମୁଣ୍ଡରେ ଚିତା, ହାତରେ ମେହେନ୍ଦି ଲଗାଇ ନୂଆ ପୋଷକ ପିନ୍ଧି ବିଭନ୍ନ ଅଞ୍ଚଳରୁ ବାଳିକା ଓ ଯୁବତୀମାନେ ଛୁଟି ଆସି ଦୋଳି ଖେଳି ମଉଜ କରିଛନ୍ତି।

ଯୁବତୀ ଓ ବାଳିକାଙ୍କ "ବନସ୍ତେ ଡାକିଲା ଗଜ.." କଣ୍ଠ ସଙ୍ଗୀତର ତାଳେ ନୃତ୍ୟ ମନ ଜିଣିଥିଲା।

ଓଡ଼ିଶାର ଏହି ଗଣପର୍ବ ରଜକୁ ସରସ ସୁନ୍ଦର ଭାବେ ଆୟୋଜନ କରି ଐତିହ୍ୟ ଓ ପରମ୍ପରା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ୪ ଦିନ ବ୍ୟାପୀ ଆୟୋଜନ କରାଯାଇଛି।

ପ୍ରଥମ ରଜ ଉତ୍ସବରେ କମିଟିର ମହୋତ୍ସବ ସଭାପତି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କୁଅଁର, କମିଟିର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ବବିତା ରାଉତ, ପ୍ରତାପ ଚନ୍ଦ୍ର ରାଉତ, ସରପଞ୍ଚ ଦେବ ଭୋଇ, ସମିତିସଭ୍ୟ ଭୁବନାନନ୍ଦ ଦାସ, ସନ୍ତୋଷ ନାଥ, ରାଜକିଶୋର ସ୍ୱାଇଁଙ୍କ ସମେତ କର୍ପୋରେଟର ଓ ୱାର୍ଡସଭ୍ୟମାନେ ଅତିଥି ଭାବେ ଯୋଗ ଦେଇଥିଲେ।

Annual celebration: "କୋଠଘର ଆମ ସାହିତ୍ୟ ପରିବାର"ର ବାର୍ଷିକ ଉତ୍ସବ ଆକର୍ଷଣ ପାଲଟିଛି ରେଡିଓ ଚ଼କଲେଟ୍‌ କାର୍ଯ୍ୟକ୍ରମ ରେଡିଓ ଚକଲେଟ୍‌ର ଆୟୋଜିତ ପ୍ରତିଯୋଗିତା ସ୍ବସ୍ତିବନ ରଜ ମହୋତ୍ସବକୁ ଆହୁରି ସରସ ସୁନ୍ଦର କରିଛି।

ରେଡିଓ ଚକଲେଟ ତତ୍ତ୍ୱାବଧାନରେ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌, ମାଲାବାର ଓ ସ୍ମାର୍ଟ ବଜାରର ପ୍ରାୟୋଜିତ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତିଛନ୍ତି ପ୍ରତିଯୋଗୀମାନେ।

ରେଡିଓ ଚକଲେଟ୍‌ ତତ୍ତ୍ୱାବଧାନରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ରଜ ଗୀତ ଓ ଲକି ଡ୍ର କରାଯାଇଥିଲା।

ସମ୍ବାଦ ଗ୍ରୁପ୍ ରିଜିଓନାଲ ସେଲ୍‌ସ ହେଡ୍‌ କଲ୍ୟାଣ ନାୟକ ଓ ରାଜ୍ୟ ମୁଖ୍ୟ ପ୍ରଶାନ୍ତ ମାଲୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆର୍‌ଜେ ଅନିଲ ଓ ହାସ୍ୟ, ବ୍ୟଙ୍ଗ ଅଭିନେତା ପୁଷ୍ପକ ପରିଚାଳନା କରିଥିଲେ।

ଦ୍ବିତୀୟ ରଜରେ ଅଭିଜ୍ଞ ମା"ମାନେ ପିଠା ଗଢ଼ା ଶିକ୍ଷା ଦେବେ।

ପ୍ରଥମ ରଜ ଭଳି ଚତୁର୍ଥ ଦିନ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କର ଜିତିପାରିବେ ଓ ତିନି ଜଣ ଲକି ଡ୍ର ବିଜେତାଙ୍କୁ ମାଲାବାର ପୁରସ୍କାର ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି।

ବିଶ୍ୱ ଓଡ଼ିଆ ପରିବାର  ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ରାଜ୍ୟ ସଂଗ୍ରହାଳୟଠାରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ସର୍ଜନ ଶର୍ମାଙ୍କ ସଭାପତିତ୍ୱରେ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ।

ସମ୍ମାନିତ ଅତିଥି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ସଭାପତି ସମୀର ମହାନ୍ତି, ଜଗନ୍ନାଥ ପ୍ରଧାନ ଯୋଗ ଦେଇ ଓଡ଼ିଶାର ମହାନ ପରମ୍ପରା ଯାହା ଓଡ଼ିଆଙ୍କୁ ବାନ୍ଧି ରଖିଛି ବୋଲି କହିଥିଲେ।

ମଞ୍ଚ ପରିଚାଳନା କରିଥିଲେ ଡା.

ପ୍ରୀତିପ୍ରତିମା ଭୋଳ ଓମନୋରଞ୍ଜନ ଷଡ଼ଙ୍ଗୀ।

ଏହି ଅବସରରେ ଅନିତା ମହାନ୍ତି, ଶିଳ୍ପପତି ସସ୍ମିତା ସୂତାର, ଶବ ଦାହାକ ରଞ୍ଜନା ଦେଈ, ପର୍ବତ ଆରୋହୀ ବିବରଣୀ ପତ୍ର ଓ କବୟିତ୍ରୀ ବିଜୟାଲକ୍ଷ୍ମୀ ପଟ୍ଟନାୟକ, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଭାରତୀ ପାଲ୍ ଆଦି କୃତି ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା।

ଶେଷରେ କବି ସମ୍ମିଳନୀ ଓ ରଜ ସ୍ଳୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କବିତା ପାଠ ଉତ୍ସବରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଅତିଥି ଭାବେ ଯୋଗ ଦେଇ ପୁରାତନ ସଙ୍ଗୀତ ଗାନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ।

ଏଥିରେ କାଳନ୍ଦୀ ସାମଲ, ପ୍ରତାପ ପାଣି, ସଙ୍ଗୀତା ଦାଶ, ଅଞ୍ଜନ ଦେବତା, କୃପାସିନ୍ଧୁ ମହାନ୍ତି, କୁଳମଣି ରାଉତ, ଲକ୍ଷ୍ମଣ ପାଲ୍, ସାଧୁ ଚରଣ ବେହେରା, ରାକେଶ ପାଢୀ, ଅକ୍ଷୟ ବଳିୟାରସିଂହ, ସଂଗ୍ରାମ ସ୍ୱାଇଁ, ଗୀତାରାଣୀ ବେହେରା, ସୁବ୍ରତ କିଶୋର ନାୟକ, ତ୍ରିଗୁଣ ଦାସ ମହାପାତ୍ର, ସୁଜିତ ଦାସ, ଭବାନୀ ମିଶ୍ର, ରଜମିତ୍ରା ପ୍ରହରାଜ, ଆରତି ମିଶ୍ର ଓ ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  "ପରିଣୀତା" ସଂଗଠନ  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରୟାସ ଓ "ପରିଣୀତା" ସଂଗଠନ ଦ୍ୱାରା ଆୟୋଜିତ "ପରିଣୀତା ରଜ ପର୍ବ-୨୦୨୬" ଧୁମ୍‌ଧାମ୍‌ରେ ଅନୁ‌ଷ୍ଠିତ ହୋଇଯାଇଛି।

ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଏହି ମହୋତ୍ସବରେ ୩ ହଜାରରୁ ଅଧିକ ମହିଳା ଯୋଡ଼ି ହୋଇ ରଜପର୍ବର ଆନନ୍ଦ ନେଇଥିଲେ।

ଫୁଲରେ ସୁସଜ୍ଜିତ ଦୋଳି ସାଙ୍ଗକୁ ପୋଡ଼ ପିଠା, ମଣ୍ଡା ପିଠା, ଆରିସା ପିଠା, ଛେନାପୋଡ଼, ଛେନା ଗଜା, ଦହିବରା-ଆଳୁଦମ, ପାନ, ପାପଡ଼ି ଚାଟ୍, ପୁରି-ଡାଲମା ଆଦି ପାରମ୍ପରିକ ଖାଦ୍ୟ ଷ୍ଟଲ୍ ଲାଗିଥିଲା।

ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲ୍‌ରେ ବିକ୍ରିବଟା ବଢ଼ିଥିଲା।

ଉତ୍ସବରେ ରଜ ଗୀତ ପ୍ରତିଯୋଗିତା, ପିଠା ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା, ଶଙ୍ଖଫୁଙ୍କା ପ୍ରତିଯୋଗିତା, ହୁଳହୁଳି ପ୍ରତିଯୋଗିତା, ରଜ ଦୋଳି ପ୍ରତିଯୋଗିତା, ଓଡ଼ିଶୀ ନୃତ୍ୟ ପରିବେଷଣ ଓ ରୢାମ୍ପ ସୋ" ଆଦି ଆୟୋଜିତ ହୋଇଥିଲା।

ଯେଉଁଥିରେ ସିନିୟର୍ ଓ ଜୁନିଅର୍ ବର୍ଗରେ ରଜ କୁଇନ୍ ବିବେଚିତ ହୋଇଥିଲେ।

କୃତୀ ପ୍ରତିଯୋଗୀମାନଙ୍କୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସମ୍ମାନିତ କରିଥିଲେ।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ରଜ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ପରମ୍ପରାର ପ୍ରତୀକ।

ଆମ ଝିଅ ଓ ବୋହୂମାନେ ଏହି ଐତିହ୍ୟକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଆବଶ୍ୟକ।

ସଙ୍ଗୀତ, କବିତା ଓ ନୃତ୍ୟରେ ରଜ ପାଳିଲେ ଦର୍ଶକ ପହିଲି ରଜ ଅବସରରେ "ସଂଭାବନା ଓଡ଼ିଆଣୀ ସମିତି" ପକ୍ଷରୁ ଜୟଦେବ ଭବନରେ ଓଡ଼ିିଆଣୀମାନଙ୍କୁ "ରଜ ମଉଜ" ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ସ୍ତମ୍ଭକାର ଦାଶ ବେନହୁର , ୨୦୨୬ର ଶ୍ରେଷ୍ଠ ଓଡ଼ିିଆଣୀ ରେଣୁବାଳା ସାହୁ, ସଂପାଦକ ଦେବପ୍ରସାଦ ପରିଜା, ଓଡ଼ିିଆଣୀ ସମିତିର ସଭାନେତ୍ରୀ ସୌଦାମିନୀ ସାମଲ, ସଂପାଦିକା ରେଖା ସାହୁ, ସମାଜସେବୀ କସ୍ତୁରିକା ପଟ୍ଟନାୟକ ପ୍ରମୁଖ ଅତିଥଇ ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଅନୁୁଷ୍ଠାନ ପକ୍ଷରୁ ପରିବେଶ ଉପରେ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଜନନେତା ତଥା ପରିବେଶ କର୍ମୀ ବାଙ୍କବିହାରୀ ଦାସଙ୍କ ସ୍ମୃତିରେ ନାମିତ "ବାଙ୍କବିହାରୀ ପରିବେଶ ସମ୍ମାନ ୨୦୨୬" ଗଛ ମଣିଷ ଭାବେ ନାମିତ ବିଜୟ କୁମାର ଜେନାଙ୍କୁ ପ୍ରଦାନ କରାଯାଇଥିଲା।

ଉତ୍ସବରେ ଓଡ଼ିିଆଣୀମାନେ ସ୍ୱରଚିତ କବିତା ପାଠ କରିଥିଲେ।

ଅନୁଷ୍ଠାନର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ପୋଡ଼ପିଠା, ରଜ ପାନର ପ୍ରଦର୍ଶନ, କବିତା ପାଠୋତ୍ସବ, ସଂଗୀତ ଗାନ ଓ ନୃତ୍ୟ ଆଦିରେ ଓଡ଼ିିଆଣୀମାନେ ଭାଗ ନେଇ ଦର୍ଶକଙ୍କୁ ବିମୋହିତ କରିଥିଲେ।କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ହରପ୍ରିୟା ସ୍ୱାଇଁ, ସିଦ୍ଧାନ୍ତ ଶତପଥୀ, ସୁନିତା ନାୟକ ଆଦି ପରିବେଶ, ରଜ ଓ ଗ୍ରାମ୍ୟ ଜୀନବ ଉପରେ ସଂଗୀତ ପରିବେଷଣ କରିଥିଲେ।

ସେହିପରି ସୌଦାମିନୀ ମହାନ୍ତି, ବିଜୟଲକ୍ଷ୍ମୀ ସା, ରାଜଶ୍ରୀ  ଶତପଥୀ, ସ୍ମୃତି ମହାନ୍ତି, ବେବିରାଣୀ ସାହୁ, ବିଜୟଲକ୍ଷ୍ମୀ ପତି, ସୁଜାତା ପାତ୍ର, ମଧୁସ୍ମିତା ଦାସ, ଜ୍ୟୋତ୍ସ୍ନା ସେନାପତି, ରୀତା ଶଙ୍ଖୁଆ, ବେବିରାଣୀ ସାହୁ, ବିଜୟଲକ୍ଷ୍ମୀ ପତି, ରତ୍ନମଞ୍ଜରୀ  ସାମନ୍ତରାୟ,ବୈଜୟନ୍ତୀ ଦାସ, ଛବିଲତା ସେଠୀ, ବାସନ୍ତୀ ସାହୁ, ସୁପ୍ରିୟା ମହାନ୍ତି, ନମିତା ଦାଶ, ରେଖା ସାହୁ, ରଶ୍ମିତା ରଥ, କାଦମ୍ବିନୀ  ପାଲ, ମୀନାକ୍ଷୀ ପଟ୍ଟନାୟକ, ଅଞ୍ଜଳି ଦାଶ, ରଚିତା ମାହନ୍ତି, ସ୍ୱର୍ଣ୍ଣଲତା ତ୍ରିପାଠୀ, ରତ୍ନମଞ୍ଜରୀ ସାମନ୍ତରାୟ, ବେବିରାଣୀ ସାହୁ, ରଶ୍ମିତା ରଥ,ନମିତା ଦାଶ, ସୁପ୍ରିୟା ମହାନ୍ତି, ରାଜଶ୍ରୀ ଶତପଥି, ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଓ ବିଜୟଲକ୍ଷ୍ମୀ ପତି ପ୍ରମୁଖ ଲୋକପ୍ରିୟ ସଙ୍ଗୀତ ଗାନ କରିଥିଲେ।

ଦୀପିକା ରାଓ, ମୀନାକ୍ଷୀ ପଟ୍ଟନାୟକ, ଅନୀତା ବେହେରା, ମୀନା ପାଣିଗ୍ରାହୀ, ମନ୍ଦାକିନୀ ବାଗ୍‌, ଶୈଳବାଳା କିଶାନ୍ ଲଘୁ ଓ ଲୋକ ନୃତ୍ୟ ପରିବେଷଣ କରିଥିଲେ।

ପାର୍ବତୀ ମହାନ୍ତି ଓ ଅସ୍ମିତା ପାଣିଗ୍ରାହୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ଯୁଗ୍ମ ସଂପାଦିକା  ମୀନାକ୍ଷୀ ପଟ୍ଟନାୟକ, ପ୍ରଫୁଲ୍ଲ ଦେ, କାର୍ଯ୍ୟକ୍ରମ ସଂପାଦିକା ରଶ୍ମିତା ରଥ ଓ ଅଭିରାମ ସାହୁ ପରିଚାଳନାରେ ସହଯୋଗ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।