Cricket: ବ୍ୟାଟ୍ ପାଖକୁ ବଲ୍ ଆସୁଥିଲା, ନିଜର ଶକ୍ତି ଉପରେ ଭରସା ଥିଲା: ବୈଭବ
ନୂଆଦିଲ୍ଲୀ: ଏସିଆ କପ୍ ରାଇଜିଂ ଷ୍ଟାର୍ସରେ ୟୁଏଇ ବିପକ୍ଷରେ ସ୍ମରଣୀୟ ଦ୍ବିଶତକ ଯୋଡ଼ିବା ପରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଭାରତ ପାଇଁ ତିନି ଫର୍ମାଟରେ ଖେଳିବା ଆଶା ରଖିଛନ୍ତି।
୧୫ ବର୍ଷୀୟ ବୈଭବ ୫୩ଟି ବଲ୍ ଖେଳି ବିସ୍ଫୋରକ ବ୍ୟାଟିଂ କରିଥିଲେ।
ସେ ୨୮ଟି ଛକା ଏବଂ ୭ଟି ଚୌକା ମାରି ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତତମ ଶତକ (୨୮ ବଲ୍) ଏବଂ ସବୁଠାରୁ ଦ୍ରୁତ ଦ୍ବିଶତକ (୫୨ ବଲ୍)ର ରେକର୍ଡ କରିଥିଲେ।
ଆଇପିଏଲ୍ ୨୦୨୪ରୁ ଚର୍ଚ୍ଚାର ପରିସରକୁ ଆସିଥିବା ବୈଭବ ଭିନ୍ନ ଭିନ୍ନ ଫର୍ମାଟରେ ଉପର-ତଳ ହୋଇ ପ୍ରଦର୍ଶନ କରିଚନ୍ତି।
ତାଙ୍କୁ ନେଇ କ୍ରିକେଟ ବିଶେଷଜ୍ଞମାନେ ନିଜର ମତ ଦେଇଛନ୍ତି।
ବୈଭବଙ୍କୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି।
କିନ୍ତୁ ଏହି ଖେଳାଳି ଏବେ ସ୍ପଷ୍ଟ କରିଛନ୍ତି ଯେ, ସେ ଦୀର୍ଘ ଫର୍ମାଟରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ। ବୈଭବଙ୍କ କହିବା ଅନୁସାରେ ସେ ପରିସ୍ଥିତି ଅନୁସାରେ ନିଜର ଖେଳରେ ପରିବର୍ତ୍ତନ ଆଣିପାରିବେ ଏବଂ ତାଙ୍କର ନିଜ ଉପରେ ଭରସା ରହିଛି।
ବିସିସିଆଇ ଦ୍ବାରା ସେୟାର କରାଯାଇଥିବା ଭିଡିଓରେ ବୈଭବ କହିଛନ୍ତି, ଆଇପିଏଲ୍ ପରେ ମୁଁ ନିଜର ସାକ୍ଷାତକାରରେ କହିଥିଲି, ତିନି ଫର୍ମାଟରେ ଖେଳିପାରେ।
ମୁଁ ସ୍ଥିତି ଅନୁସାରେ ନିଜର ଖେଳକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଉଦ୍ୟମ କରିବି।
କାରଣ ଏହାରି ଉପରେ ମୋର ନିୟନ୍ତ୍ରଣ ରହିଛି।
Advertisment କ'ଣ କହିଲେ ବୈଭବ?
ନିଜର ଐତିହାସିକ ଇନିଂ ପଛରେ ରଣନୀତି ନେଇ ସେ କହିଛନ୍ତି, ପିଚ୍ରେ ବୋଲରଙ୍କୁ ସହାୟତା ନମିଳିବାରୁ ମୋତେ ଲାଭ ମିଳିଥିଲା।
ଗତ ୨ଟି ମୁକାବିଲାରେ ଏହି ଭଳି ଖେଳିବାକୁ ଉଦ୍ୟମ କରିଥିଲି।
କାରଣ ଲମ୍ବ ଫର୍ମାଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳିବାକୁ ଚାହୁଁଥିଲି।
କନ୍ତୁ ଯେତେବେଳେ ମୁଁ ୱିକେଟ ଦେଖିଲି, ଭାବିଲି ଯେ, ବୋଲରଙ୍କୁ ଲାଭ ମିଳୁ ନାହିଁ।
ବ୍ୟାଟ୍ ପାଖକୁ ବଲ୍ ଆସୁଥିଲା।
ତେଣୁ ନିଜର ଶକ୍ତି ଉପରେ ଭରସା କଲି।
ନେପାଳ-ପାକିସ୍ତାନ ନେଇ ମତ...
ବୈଭବ ସ୍ବୀକାର କରିଛନ୍ତି ଯେ, ଏହି ଇନିଂସ ଯୋଗୁଁ କାନ୍ଧରେ ଏକ ବଡ଼ ବୋଝ ଲଦି ହୋଇଯାଇଛି।
ଘରୋଇ କ୍ରିକେଟରେ ରନ୍ର ମରୁଡ଼ି ସହିତ ନେପାଳ ଏବଂ ପାକିସ୍ତା-ଏ ବିପକ୍ଷରେ କମ ସ୍କୋର ଉପରେ ଚାପ ବଢ଼ିଯାଇଥିଲା।
ମୋର ଭାବନା ଏହା ଥିଲା ଯେ, ମଝିରେ ଯାଇ ଦେଖିବି।
କିନ୍ତୁ ବ୍ୟାଟ୍ ପାଖକୁ ବଲ୍ ଆସୁଥିଲା।
ତେଣୁ ନିଜର ଉପରେ ଭରସା ରଖୁଥିଲି।
ବିଗତ ୨ଟି ମ୍ୟାଚ୍ ଏବଂ ଘରୋଇ ମୁକାବିଲାରେ ମଧ୍ୟ ମୋର ରନ୍ ହେଉ ନଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
