TVS Group: ହାଇକୋର୍ଟରେ ଟିଭିଏସ ମାଲିକଙ୍କ ସମ୍ପତ୍ତି ବିଭାଜନ ମାମଲା
ଚେନ୍ନାଇ: ଟିଭିଏସ୍ ଗ୍ରୁପ୍ର ଅଧ୍ୟକ୍ଷ ବେଣୁ ଶ୍ରୀନିବାସନଙ୍କ ପରିବାରରେ ସମ୍ପତ୍ତି ବିଭାଜନକୁ ନେଇ ବିବାଦ ଦେଖାଦେଇଛି।
ତାଙ୍କ ଝିଅ ଲକ୍ଷ୍ମୀ ବେଣୁ ପରିବାରର ସମ୍ପତ୍ତି ବଣ୍ଟନ ଦାବିରେ ମାଡ୍ରାସ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଏହି ମାମଲାରେ ଲକ୍ଷ୍ମୀ ନିଜର ଆଇନଗତ ଅଧିକାର ଅନୁଯାୟୀ ପରିବାରର ମିଳିତ ସମ୍ପତ୍ତିରେ ଭାଗ ଦାବି କରିଛନ୍ତି।
ଏଥିସହ ସମ୍ପତ୍ତି ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଓ ତଥ୍ୟ ଯୋଗାଇଦେବାକୁ ମଧ୍ୟ ସେ ଦାବି କରିଛନ୍ତି।
Advertisment ଦାବିକୁ ସମର୍ଥନ କରିଛନ୍ତି ତାଙ୍କ ମା' ନଭେମ୍ବର ୧୬ରେ ଲକ୍ଷ୍ମୀ ତାଙ୍କ ବାପାଙ୍କୁ ସମ୍ପତ୍ତି ଭାଗ କରିବା ପାଇଁ ଆଇନଗତ ନୋଟିସ୍ ପଠାଇଥିଲେ।
ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଉଦ୍ୟମ ସଫଳ ନହେବାରୁ ସେ ହାଇକୋର୍ଟ ଯାଇଛନ୍ତି।
ତାଙ୍କ ମା' ମଲ୍ଲିକା ଶ୍ରୀନିବାସନ ମଧ୍ୟ ଝିଅଙ୍କ ଦାବିକୁ ସମର୍ଥନ କରିଛନ୍ତି।
ବିବାଦର ମୁଖ୍ୟ କାରଣ ହେଉଛି ୨୦୨୦ରେ ଟିଭିଏସ୍ ପରିବାରର ବିଭିନ୍ନ ଶାଖା ମଧ୍ୟରେ ହୋଇଥିବା ସମ୍ପତ୍ତି ଭାଗ କରିବା ଏବଂ ୨୦୨୪ରେ ହୋଇଥିବା ପାରିବାରିକ ବୁଝାମଣା।
ଲକ୍ଷ୍ମୀ ଓ ତାଙ୍କ ମା'ଙ୍କ ମତରେ, ଏହି ବୁଝାମଣା ଦ୍ୱାରା ବେଣୁ ଶ୍ରୀନିବାସନଙ୍କ ପରିବାର ମଧ୍ୟରେ ସମ୍ପତ୍ତିର ସମ୍ପୂର୍ଣ୍ଣ ବଣ୍ଟନ ହୋଇନାହିଁ।
ଅନ୍ୟପକ୍ଷରେ ବେଣୁ ଶ୍ରୀନିବାସନ ଓ ତାଙ୍କ ପୁଅ ସୁଦର୍ଶନ ବେଣୁଙ୍କ ମତରେ ପୂର୍ବରୁ ପାରିବାରିକ ବୁଝାମଣା ହୋଇସାରିଛି।
ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ବିବାଦ ଟିଭିଏସ୍ ହୋଲ୍ଡିଂସ୍, ଟିଭିଏସ୍ ମୋଟର କମ୍ପାନି, ଟିଭିଏସ୍ କ୍ରେଡିଟ୍ ସର୍ଭିସେସ୍ ଓ ସୁନ୍ଦରମ୍-କ୍ଲେଟନ୍ ଭଳି କମ୍ପାନିରେ ପରିବାରର ଅଂଶଧନ ଓ ଅନ୍ୟାନ୍ୟ ସମ୍ପତ୍ତି ଏହି ବିବାଦରେ ରହିଛି।
ତେବେ ଲକ୍ଷ୍ମୀ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲା କମ୍ପାନିଗୁଡ଼ିକର ପରିଚାଳନାକୁ ନେଇ ନୁହେଁ, ବରଂ ପରିବାରର ସମ୍ପତ୍ତି ଉପରେ ମାଲିକାନା ଓ ଆଇନଗତ ଅଧିକାରକୁ ନେଇ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
