Circuit House: ସର୍କିଟ ହାଉସ ପରିସରରେ ନମାଜ ପଢ଼ିବା ଯୋଗୁ ସମାଜବାଦୀ ପାର୍ଟି ନେତାଙ୍କ ନାଁରେ ମାମଲା

Sep 05, 2026 - 20:38
Circuit House: ସର୍କିଟ ହାଉସ ପରିସରରେ ନମାଜ ପଢ଼ିବା ଯୋଗୁ ସମାଜବାଦୀ ପାର୍ଟି ନେତାଙ୍କ ନାଁରେ ମାମଲା

"ମୋରାଦାବାଦ: ଉତ୍ତରପ୍ରଦେଶର ମୋରାଦାବାଦରେ ସମାଜବାଦୀ ପାର୍ଟି (ଏସ୍‌ପି)ର ଜିଲ୍ଲା ଉପାଧ୍ୟକ୍ଷ ହାଜି ମହମ୍ମଦ ଉସମାନ୍‌ ରାସ୍ତା ଉପରେ ନମାଜ ପାଠ କରି ବିବାଦକୁ ଆସିଛନ୍ତି।

ସର୍କିଟ ହାଉସ୍‌ ରୋଡରେ ହାଜି ମହମ୍ମଦ ନମାଜ ପଢ଼ୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏକ ହିନ୍ଦୁ ସଙ୍ଗଠନ ବିରୋଧ କରିବା ପରେ ଏତଲା ରୁଜୁ ହୋଇଛି।

ହାଜି ମହମ୍ମଦ ବିଲାରୀ ବିଧାୟକ ମହମ୍ମଦ ଫହିମ୍ ଇର୍ଫାନଙ୍କ ନିକଟ ସମ୍ପର୍କୀୟ।Advertisment ଆହୁରି ପଢନ୍ତୁ :Action: ବୁଲିଲା ଜେସିବି, ମାଟିରେ ମିଶିଲା ପାଶୱାନଙ୍କ ଅଫିସ୍‌ ଗୁରୁବାର (ସେପ୍ଟେମ୍ବର ୩)ରେ ସର୍କିଟ ହାଉସ୍‌ରେ ସମାଜବାଦୀ ପାର୍ଟି ନେତାଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ଏହି ଘଟଣା ଘଟିଥିଲା।

ଉତ୍ତର ପ୍ରଦେଶ ବିଧାନ ପରିଷଦର ବିରୋଧୀ ଦଳ ନେତା ଲାଲ ବିହାରୀ ଯାଦବ ସର୍କିଟ ହାଉସରେ ସରକାରୀ ପ୍ରୋଟୋକଲ ଅନୁଯାୟୀ, ସମାଜବାଦୀ ପାର୍ଟିର ସ୍ଥାନୀୟ ନେତାଙ୍କ ସହିତ ବୈଠକ କରୁଥିଲେ।

ସେହି ବୈଠକରେ ହାଜି ମହମ୍ମଦ ଯୋଗ ଦେଇଥିଲେ।

ଅପରାହ୍ଣରେ ବୈଠକ ଶେଷ ହେବା ପରେ ହାଜି ମହମ୍ମଦ ବାହାରକୁ ଯାଇ ନମାଜ ପଢ଼ିଥିଲେ।

ଜଣେ ସମାଜବାଦୀ ପାର୍ଟି କର୍ମୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ହାଜି ପାର୍କିଂ ହୋଇଥିବା ଏକ କାର୍‌ ପାଖରେ ପ୍ରାର୍ଥନା କରୁଥିବାର ଦେଖାଯାଇଛି।

ଆହୁରି ପଢନ୍ତୁ :MoU: ଏଆଇ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହେବେ ଛାତ୍ରଛାତ୍ରୀ ଏହି ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ସରକାରୀ କାର୍ଯ୍ୟାଳୟ ପରିସରରେ ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବା ଉଚିତ କି ନାହିଁ ସେ ବିଷୟରେ ବିତର୍କ ଆରମ୍ଭ ହୋଇଥିଲା।

ଭାରତୀୟ ନ୍ୟାୟ ସଂହିତା ଧାରା ୨୮୫ ଓ ୨୯୨ ଅନ୍ତର୍ଗତ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ହାଜି ମହମ୍ମଦଙ୍କ ବିରୋଧରେ ଏତଲା ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ପବନ ଖେଡ଼ା।

ସେ ମୁସଲମାନ ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି।

ଏହା ଖୁବ୍‌ ଅପମାନଜନକ ବୋଲି ଖେଡା "ଏକ୍ସ"ରେ ଲେଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)