30 OCTOBER 2026

Welcome!

Unlock your personalized experience.
Sign Up

Ulfa in Assam: ଉଲ୍‌ଫାର ପ୍ରଶଂସା କରି ବିବାଦରେ ଆସାମ ମନ୍ତ୍ରୀ

Oct 30, 2026 - 21:45
Ulfa in Assam: ଉଲ୍‌ଫାର ପ୍ରଶଂସା କରି ବିବାଦରେ ଆସାମ ମନ୍ତ୍ରୀ

ଗୁଆହାଟୀ: ନିଷିଦ୍ଧ ଉଗ୍ରବାଦୀ ସଂଗଠନ ୟୁନାଇଟେଡ୍‌ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଆସାମ (ଉଲ୍‌ଫା)ର ପ୍ରଶଂସା କରି ବିବାଦରେ ଫସିଛନ୍ତି ଆସାମ ସରକାରଙ୍କ କ୍ରୀଡ଼ା ଓ ଯୁବ କଲ୍ୟାଣ ମନ୍ତ୍ରୀ ବିଶ୍ୱଜିତ ଦୈମାରୀ। ଉଲ୍‌ଫା ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଆସାମକୁ ବାହାର ଶକ୍ତିଙ୍କ କବଳରୁ ସୁରକ୍ଷା ଦେଇଥିବା ସେ କହିଥିଲେ। ତାଙ୍କ ବୟାନକୁ ନେଇ ରାଜନୈତିକ ବିବାଦ ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ସପକ୍ଷରେ ସଫେଇ ଦେଇଛନ୍ତି। ମନ୍ତ୍ରୀ ନିଷିଦ୍ଧ ଉଲ୍‌ଫା ଗୋଷ୍ଠୀ ନୁହେଁ, ବରଂ ସରକାରଙ୍କ ସହ ଶାନ୍ତି ଆଲୋଚନା କରି ଚୁକ୍ତି ସ୍ୱାକ୍ଷର କରିଥିବା ଗୋଷ୍ଠୀ ସମ୍ପର୍କରେ କହିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅକ୍ଟୋବର ୨୭ରେ ତିନସୁକିଆ ଜିଲ୍ଲାର କାକୋପାଥର ଅଞ୍ଚଳରେ ମତକ ଯୁବ ଛାତ୍ର ସମ୍ମିଳନୀର ପ୍ରତିଷ୍ଠା ଦିବସ ସମାରୋହରେ ଦୈମାରୀ ଏହି ମନ୍ତବ୍ୟ ଦେଇଥିଲେ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଆସିବା ପରେ ବିବାଦ ଆରମ୍ଭ ହୋଇଥିଲା। ଉଲ୍‌ଫାକୁ ଅନେକ ସମାଲୋଚନା କରୁଥିଲେ ମଧ୍ୟ ଏହି ସଂଗଠନ ଯୋଗୁଁ ଆସାମକୁ କୌଣସି ଶକ୍ତି ଅସ୍ଥିର କରିପାରିନାହିଁ ବୋଲି ସେ କହିଥିଲେ। ଉଲ୍‌ଫାର ମୂଳ ନେତୃତ୍ୱ ମୋରାନ ଓ ମତକ ସମ୍ପ୍ରଦାୟରୁ ଆସିଥିଲା ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏପରିକି ଉଲ୍‌ଫାର ନେତା ପରେଶ ବରୁଆ ମଧ୍ୟ ମତକ ସମ୍ପ୍ରଦାୟର ବୋଲି ସେ କହିଥିଲେ।

ଗୁରୁବାର ତିନସୁକିଆରେ ସାମ୍ବାଦିକଙ୍କ ସହ କଥା ହେବା ବେଳେ ମୁଖ୍ୟମନ୍ତ୍ରୀ ଶର୍ମା କହିଥିଲେ ଯେ ସେ ଦୈମାରୀଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି। ମନ୍ତ୍ରୀ ତାଙ୍କୁ କହିଛନ୍ତି ଯେ ସେ ଅନୁପ ଚେତିଆଙ୍କ ନେତୃତ୍ୱାଧୀନ ଶାନ୍ତି ଆଲୋଚନା ସପକ୍ଷବାଦୀ ଗୋଷ୍ଠୀ ସମ୍ପର୍କରେ କହିଥିଲେ। ପରେଶ ବରୁଆଙ୍କ ନେତୃତ୍ୱାଧୀନ ଉଲ୍‌ଫା (ଇଣ୍ଡିପେଣ୍ଡେଣ୍ଟ) ବିଷୟରେ ନୁହେଁ। ଶାନ୍ତି ଚୁକ୍ତି ପରେ ଏହି ଗୋଷ୍ଠୀ ଆଉ ବୈଷୟିକ ଭାବେ ନିଷିଦ୍ଧ ସଂଗଠନ ନୁହେଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଆସାମ ମହିଳା କଂଗ୍ରେସ ସଭାପତି ମୀରା ବୋର୍ଥାକୁର ଗୋସ୍ୱାମୀ ଏହି ବୟାନକୁ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ନିଷିଦ୍ଧ ସଂଗଠନ ସମ୍ପର୍କରେ ମନ୍ତ୍ରୀଙ୍କ ମନ୍ତବ୍ୟର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।

‘ଉଲ୍‌ଫା-ଆଇ’ର ଅଭିଯୋଗ: ମ୍ୟାମାରରେ ଭାରତୀୟ ସେନାର ଆକ୍ରମଣ

ଉଲ୍ଲେଖଯୋଗ୍ୟ, ଶାନ୍ତି ଆଲୋଚନାକୁ ନେଇ ମତଭେଦ ପରେ ଉଲ୍‌ଫା ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲା। ଅନୁପ ଚେତିଆଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ୨୦୨୪ ଡିସେମ୍ବରରେ କେନ୍ଦ୍ର ଓ ଆସାମ ସରକାରଙ୍କ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲା। ଅନ୍ୟପକ୍ଷରେ ପରେଶ ବରୁଆଙ୍କ ନେତୃତ୍ୱାଧୀନ ଉଲ୍‌ଫା (ଇଣ୍ଡିପେଣ୍ଡେଣ୍ଟ) ଆଲୋଚନାରେ ସାମିଲ ହୋଇନଥିବାରୁ ଏବେ ମଧ୍ୟ ନିଷିଦ୍ଧ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)