Odisha Government Holidays 2027: ୨୦୨୭ ସରକାରୀ ଛୁଟି ତାଲିକା: ଛୁଟି ଦିନରେ ପଡ଼ିଗଲା ଆଉ ୬ଟି ଛୁଟି

Oct 30, 2026 - 21:45
Odisha Government Holidays 2027: ୨୦୨୭ ସରକାରୀ ଛୁଟି ତାଲିକା: ଛୁଟି ଦିନରେ ପଡ଼ିଗଲା ଆଉ ୬ଟି ଛୁଟି

ଭୁବନେଶ୍ବର: ୨୦୨୭ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି।

ଏ ବର୍ଷ ମୋଟ୍ ୨୯ଟି ଛୁଟି ମିଳିବ।

୬ଟି ଛୁଟି ଦ୍ବିତୀୟ ଓ ଚତୁର୍ଥ ଶନିବାର କିମ୍ବା ରବିବାର ପଡ଼ୁଥିବାରୁ ସେଗୁଡ଼ିକ ଘୋଷଣା କରାଯାଇ ନାହିଁ।

ଏହା ବାଦ୍ ୬ଟି ଅପ୍ସନାଲ୍ ଛୁଟି ତାଲିକା ଜାରି ହୋଇଛି।

ରାଜସ୍ବ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment Bank holiday : ଏଥର ଶନିବାର ବନ୍ଦ ରହିବ ବ୍ୟାଙ୍କ ଜାନୁଆରି ମାସରେ ଦୁଇଟି ଛୁଟି ମିଳିବ; ମକର ସଂକ୍ରାନ୍ତି ୧୪ରେ ଓ ସାଧାରତନ୍ତ୍ର ଦିବସ ୨୬ରେ।

ଫେବ୍ରୁଆରି ୧୧ ତାରିଖରେ ବସନ୍ତ ପଞ୍ଚମୀ ଛୁଟି ରହିଛି।

ମାର୍ଚ୍ଚ ମାସରେ ପାଞ୍ଚଟି ଛୁଟି ରହିଛି।

ମାର୍ଚ୍ଚ ୬ରେ ମହାଶିବରାତ୍ରୀ, ୧୦ରେ ଇଦ୍-ଉଲ୍-ଫିତର, ୨୨ରେ ଦୋଳ ପୂର୍ଣ୍ଣିମା, ୨୩ରେ ହୋଲି ଓ ୨୬ରେ ଗୁଡ୍ ଫ୍ରାଇଡେ'।

ଏପ୍ରିଲ୍ରେ ତିନିଟି ଛୁଟି; ୧ରେ ଉତ୍କଳ ଦିବସ, ୧୪ରେ ବି ଆର୍ ଆମ୍ବେଦକର ଜୟନ୍ତୀ/ମହା ବିଷୁବ ସଂକ୍ରାନ୍ତି ଓ ୧୫ରେ ଶ୍ରୀରାମ ନବମୀ।

ମେ' ୧୭ରେ ଇଦ୍-ଉଲ୍-ଜୁହା ଏବଂ ୨୦ରେ ବୁଦ୍ଧ ଜୟନ୍ତୀ/ବୈଶାଖ ପୂର୍ଣ୍ଣିମା/ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ।

ଜୁନ୍ ମାସରେ ୪ଟି ଛୁଟି ମିଳିବ; ୪ରେ ସାବିତ୍ରୀ ଅମାବାସ୍ୟା, ୧୪ରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ରେ ମହରମ୍।

April 2026 School Holidays: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏପ୍ରିଲ୍‌ରେ ମିଳିବ ଅଧିକ ଛୁଟି, ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ...

ଜୁଲାଇ ମାସ ୫ ତାରିଖରେ ରଥଯାତ୍ରା ଛୁଟି ରହିଛି।

ଅଗଷ୍ଟ ୧୭ରେ ଝୁଲଣ ପୂର୍ଣ୍ଣିମା ଓ ୨୪ରେ ଜନ୍ମାଷ୍ଟମୀ ଛୁଟି।

ସେପ୍ଟେମ୍ବରରେ ତିନିଟି ଛୁଟି; ୪ରେ ଗଣେଷ ପୂଜା, ୬ରେ ନୂଆଖାଇ(ପରଦିନ) ଓ ୩୦ରେ ମହାଳୟା।

ଅକ୍ଟୋବରରେ ସର୍ବାଧିକ ୬ ଦିନ ଛୁଟି ରହିଛି।

ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ୬ରେ ମହାସପ୍ତମୀ, ୭ରେ ମହାଅଷ୍ଟମୀ, ୮ରେ ମହାନବମୀ, ୧୫ରେ କୁମାର ପୂର୍ଣ୍ଣିମା ଓ ୨୯ରେ ଦିୱାଲି।

ନଭେମ୍ବର ଓ ଡିସେମ୍ବର ମାସରେ ଆଦୌ ଛୁଟି ନାହିଁ।

ଜାନୁଆରି ୨୩ରେ ସୁବାସ ବୋଷ/ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଚତୁର୍ଥ ଶନିବାର, ଅଗଷ୍ଟ ୧୫ ସ୍ବାଧୀନତା ଦିବସ ରବିବାର, ସେପ୍ଟେମ୍ବର ୯ରେ ନୂଆଖାଇ ରବିବାର, ଅକ୍ଟୋବର ୧୦ରେ ବିଜୟା ଦଶମୀ ରବିବାର, ନଭେମ୍ବର ୧୪ରେ ରାହାସ ପୂର୍ଣ୍ଣିମା ରବିବାର ଏବଂ ଡିସେମ୍ବର ୨୫ରେ ଏକ୍ସମାସ୍ ଚତୁର୍ଥ ଶନିବାର ପଡ଼ୁଥିବାରୁ ଏହି ଦିନଗୁଡ଼ିକୁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇନାହିଁ।

Celebrity's Holiday Home: ସେଲିବ୍ରିଟିଙ୍କ ବିଳାସପୂର୍ଣ୍ଣ ହଲିଡେ ହାଉସ୍‌...

ଛୁଟି କଟାଇବାକୁ ଛୁଟି ଆସନ୍ତି ଏଠାକୁ...

ଏହା ବାଦ୍ ଚାରିଟି ଅପ୍ସନାଲ୍ ଛୁଟିର ତାଲିକା ଜାରି ହୋଇଛି।

ସେଗୁଡ଼ିକ ହେଲା ଜାନୁଆରି ୧୫ରେ ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ଜୁଲାଇ ୧୩ରେ ବାହୁଡ଼ା ଯାତ୍ରା, ଅଗଷ୍ଟ ୨୦ରେ ବ୍ରାହ୍ମ ସମାଜର ପ୍ରତିଷ୍ଠା ଦିବସ ଓ ଡିସେମ୍ବର ୨୪ ତାରିଖରେ ଖ୍ରିଷ୍ଟମାସ।

ଏହା ମଧ୍ୟରୁ ଯେ କୌଣସି ଗୋଟିଏ ଛୁଟି କର୍ମଚାରୀମାନେ ନେଇପାରିବେ।

ଅପ୍ସନାଲ୍ ଛୁଟି ଭାବେ ଘୋଷଣା ହେଉଥିବା ଆଉ ୫ଟି ଉତ୍ସବ ଚତୁର୍ଥ ଶନିବାର ଓ ରବିବାର ପଡ଼ୁଥିବାରୁ ତାହାକୁ ତାଲିକାଭୁକ୍ତ କରାଯାଇ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)