Bihar: ବିହାରରେ ଭୀଷଣ ବନ୍ୟା ସ୍ଥିତି: ୧୩ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ, ପାଟନାରେ ହାଇଆଲର୍ଟ

Sep 05, 2026 - 20:38
Bihar: ବିହାରରେ ଭୀଷଣ ବନ୍ୟା ସ୍ଥିତି: ୧୩ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ, ପାଟନାରେ ହାଇଆଲର୍ଟ

"ପାଟନା: ବିହାରରେ ପ୍ରବଳ ବର୍ଷା ଓ ଗଙ୍ଗା, ଗଣ୍ଡକ ଏବଂ କୋଶୀ ପରି ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟରେ ଭୀଷଣ ବନ୍ୟା ସ୍ଥିତି ଉପୁଜିଛି।

ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀ ୧୩ ମନ୍ତ୍ରୀଙ୍କୁ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଦାୟିତ୍ବ ଦେଇଛନ୍ତି।

ବକ୍ସରରୁ ପାଟନା, ସମସ୍ତିପୁର ଓ ଭାଗଲପୁର ଅଞ୍ଚଳ ଜଳମଗ୍ନ ହୋଇ ରହିଛି।

ପାଟନାରେ ସରକାରୀ ପଦାଧିକାରୀଙ୍କୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିହାରରେବନ୍ୟା ଯୋଗୁଁ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।Advertisment ଆହୁରି ପଢନ୍ତୁ :Action: ବୁଲିଲା ଜେସିବି, ମାଟିରେ ମିଶିଲା ପାଶୱାନଙ୍କ ଅଫିସ୍‌ ମୁଖ୍ୟମନ୍ତ୍ରୀ ଲଗାତାର ଦ୍ବିତୀୟ ଦିନ ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି।

ଶନିବାର ସମ୍ରାଟ ଚୌଧାରୀ ଭାଗଲପୁର ବନ୍ୟା ପ୍ରଭାବିତ ଅଞ୍ଚଳ‌ରେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ସମୀକ୍ଷା କରିଥିଲେ।

ବିହାର ସରକାରଙ୍କ ପକ୍ଷରୁ ଗଙ୍ଗା ନଦୀ କୂଳସ୍ଥିତ ଜିଲ୍ଲାଗୁଡ଼ିକରେ ରିଲିଫ ଓ ଉଦ୍ଧାରକାର୍ଯ୍ୟରେ ମନ୍ତ୍ରୀ ଓ ସଚିବଙ୍କୁ ନିୟୋଜିତ କରାଯାଇଛି।

ବନ୍ୟା ପ୍ରଭାବିତ ୧୩ ଜିଲ୍ଲାରେ ବୈଶାଳୀ, ବକ୍ସର, ସମସ୍ତିପୁର, ବେଗୁସରାଇ, ଭୋଜପୁର, ପାଟନା, ସାରଣ, ଲଖିସରାଇ, ଜାହାନାବାଦ, ଖଗରିଆ, ମୁଙ୍ଗେର୍‌, ଭାଗଲପୁର ଓ କଟିହାର ରହିଛି।

ଆହୁରି ପଢନ୍ତୁ :MoU: ଏଆଇ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହେବେ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଭାରୀ ମନ୍ତ୍ରୀ ଓ ସଚିବ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ତୃଣମୂଳ ସ୍ତରରେ ରିଲିଫ୍‌ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବେ।

ଗଙ୍ଗା ନଦୀର ବର୍ଦ୍ଧିତ ଜଳସ୍ତରକୁ ଦୃଷ୍ଟିରେ ରଖି ପାଟନାର ସହରାଞ୍ଚଳରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଟନାରେ ଗାନ୍ଧୀ ଘାଟ ନିକଟରେ ଗଙ୍ଗା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଏଠାରେ ବିପଦ ସଙ୍କେତ ୪୮.୬୦ ମିଟର ହୋଇଥିବାବେଳେ ଶନିବାର ସକାଳେ ଜଳସ୍ତର ୫୦.

୫୩ ମିଟରରେ ପ୍ରବାହିତ ହେଉଥିଲା।

ଜଳସ୍ତର ଆହୁରି ବୃଦ୍ଧି ହେବ ବୋଲି ଚେତାବନୀ ଜାରି କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)