SLBC meeting: ସମାବେଶୀ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଆଲୋକବର୍ତ୍ତିକା ସାଜିବ ଓଡ଼ିଶା

Sep 05, 2026 - 20:22
SLBC meeting: ସମାବେଶୀ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଆଲୋକବର୍ତ୍ତିକା ସାଜିବ ଓଡ଼ିଶା

"ଭୁବନେଶ୍ୱର: ଜୁଲାଇ ୨୦୨୬ ତ୍ରୈମାସିକ ଶେଷ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତାର ସମୀକ୍ଷା ପାଇଁ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ୍ କମିଟି (SLBC)ର ୧୮୪ତମ ବୈଠକ ଆଜି ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଉନ୍ନୟନ କମିସନର୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।Advertisment ବୈଠକରେ ଉନ୍ନୟନ କମିସନର୍ ଦେଓରଞ୍ଜନ କୁମାର ସିଂ ଅଧ୍ୟକ୍ଷତା କରି ସମସ୍ତ କ୍ଷେତ୍ରରେ ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି ସହ ବିକଶିତ ଓଡ଼ିଶା ୨୦୨୩୬ ଏବଂ ବିକଶିତ ଭାରତ ୨୦୪୭ର ଭିଜନ୍ ସଫଳ କରିବା ଦିଗରେ ସମସ୍ତ ବ୍ୟାଙ୍କ୍ ରାଜ୍ୟସରକାରଙ୍କ ସହ ସହଯୋଗ ପୂର୍ବକ କାର୍ଯ୍ୟ କରିବାକୁ ଆହ୍ଵାନ ଜଣାଇଥିଲେ l ଏହି ପରିପ୍ରେକ୍ଷୀରେ ସେ ସମସ୍ତ ବ୍ୟାଙ୍କ୍ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ସମ୍ମିଳିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଉନ୍ନୟନ କମିସନର ଶ୍ରୀ ସିଂ କହିଥିଲେ ଯେ, ଲୌହଇସ୍ପାତ, କ୍ରୋମାଇଟ୍ ପରି ଖଣିଜ ସମ୍ପଦ ଆମ ରାଜ୍ୟର ପ୍ରମୁଖ ଉତ୍ପାଦ ଭାବେ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରୁଛି l ସେହିପରି ପ୍ରାୟ ୫୭୫ କି.ମିର ବିସ୍ତୃତ ଉପକୂଳ ଉଭୟ ପର୍ଯ୍ୟଟନ ଏବଂ ବନ୍ଦର ମାଧ୍ୟମରେ ଶିଳ୍ପର ବିକାଶ ନିମନ୍ତେ ଆମକୁ ପ୍ରଚୁର ସୁଯୋଗ ପ୍ରଦାନ କରିଛି l ଆମ ରାଜ୍ୟର ଯୁବପିଢ଼ିର ଦକ୍ଷତା ବିକାଶ ମାଧ୍ୟମରେ ଆଗାମୀ ଦିନରେ ପ୍ରମୁଖ ମାନବସମ୍ବଳ ଭାବେ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରିବା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି l ବର୍ତ୍ତମାନ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଷ୍ଠାନ ଓଡ଼ିଶାରେ ପୁଞ୍ଜିନିବେଶ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି l ଏ ସମସ୍ତ ଅନୁକୂଳ ପରିବେଶର ଯଥାର୍ଥ ବିନିଯୋଗ ଦ୍ଵାରା ଆମର ଆବଶ୍ୟକ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ନିମନ୍ତେ ଆମ ପାଖେ ଭରପୁର ସୁଯୋଗ ରହିଛି l ଆଗାମୀ ଦିନରେ ପୂର୍ବ ଭାରତର ଅର୍ଥନୀତିର ନେତୃତ୍ୱ ନେବା ନିମନ୍ତେ ଆମ ରାଜ୍ୟ ଓଡ଼ିଶା ଏବେ ପ୍ରସ୍ତୁତ ହେଉଛି l                                      ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(PMSBY), ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(PMJDY), ଅଟଳ ପେନସନ୍ ଯୋଜନା(APY), ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(PMFBY), ପିଏମ୍ ସୂର୍ଯ୍ୟ ଘର - ମାଗଣା ବିଜୁଳି ଯୋଜନା, ପିଏମ୍ ଏମ୍ପ୍ଲୟମେଣ୍ଟ ଜେନେରେସନ୍ ପ୍ରୋଗ୍ରାମ୍ (PMEGP), PMFME, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଆଦି ବିବିଧ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା l SIR 2026 Review କୋରାପୁଟରେ ଏସଆଇଆର୍‌ ସମୀକ୍ଷା, ନୂତନ ଓ ଯୁବଭୋଟରଙ୍କୁ ଗୁରୁତ୍ବs ମହିଳା ଉଦ୍ୟୋଗୀମାନଙ୍କୁ ଅଧିକ ଋଣ ସହାୟତା ପ୍ରଦାନ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଠାରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (SME) ଦିଗକୁ ସେମାନଙ୍କର ଅଗ୍ରଗତିକୁ ପ୍ରୋତ୍ସାହନ ଦିଆଯିବା ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା l ମହିଳା ସଶକ୍ତିକରଣ ସମ୍ପ୍ରତି ଜାତୀୟସ୍ତରରେ ଓଡ଼ିଶାର ପରିଚୟ ପାଲଟିଥିବା ବେଳେ ଲକ୍ଷପତି ଦିଦିଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆମ ଆର୍ଥିକ ବ୍ୟବସ୍ଥାର ବଡ଼ ଉପଲବ୍ଧି ବୋଲି ବୈଠକରେ ମତପ୍ରକାଶ ପାଇଥିଲା l ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର କେନ୍ଦ୍ର ତଥା ରାଜ୍ୟସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ରୂପାୟନ ନିମନ୍ତେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରକୁ ପ୍ରାଥମିକତା ଦେଇ ଆର୍ଥିକ ବର୍ଷ ୨୦୨୬-୨୭ ନିମନ୍ତେ ଧାର୍ଯ୍ୟ ବାର୍ଷିକ ଋଣ ଯୋଜନା (Annual Credit Plan) ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା l ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର କ୍ରେଡିଟ୍ - ଡିପୋଜିଟ୍ ଅନୁପାତ (CD Ratio)କୁ ଜାତୀୟ ହାର ସହ ସମକକ୍ଷ କରିବା ପାଇଁ ଏଥିରେ ଉନ୍ନତି ଆଣିବାର ଆବଶ୍ୟକତା ଉଲ୍ଲେଖ କରିବା ସହ ରାଜ୍ୟରେ ଅଟଳ ପେନସନ୍ ଯୋଜନାର ସଫଳ ରୂପାୟନକୁ ପ୍ରଶଂସା କରିଥିଲେl  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)