Welcome!

Unlock your personalized experience.
Sign Up

China: କିମ୍‌ଙ୍କୁ ଜିନପିଙ୍ଗ୍‌ଙ୍କ ଦୃଢ଼ ପ୍ରତିଶ୍ରୁତି; ସଂପର୍କକୁ ନୂଆ ଶିଖରକୁ ନିଆଯିବ

Jun 09, 2026 - 05:51
China: କିମ୍‌ଙ୍କୁ ଜିନପିଙ୍ଗ୍‌ଙ୍କ ଦୃଢ଼ ପ୍ରତିଶ୍ରୁତି; ସଂପର୍କକୁ ନୂଆ ଶିଖରକୁ ନିଆଯିବ

ପୋଙ୍ଗୟାଙ୍ଗ: ଚୀନ ଓ ଉତ୍ତର‌ କୋରିଆ ମଧ୍ୟରେ ସମ୍ପର୍କକୁ ନୂଆ ଶିଖରକୁ ନିଆଯିବ। ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କୁ ଆଜି ଚୀନ ରା‌ଷ୍ଟ୍ରପତି ସି ଜିନପିଙ୍ଗ୍‌ ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଚୀନର ସରକାରୀ ଖବର ସରବରାହ ସଂସ୍ଥା ଜିନୁଆ ପକ୍ଷରୁ ଏହା କୁହାଯାଇଛି। ଦୁଇ ଦିନିଆ ଉତ୍ତର କୋରିଆ ଗସ୍ତରେ ଯାଇଥିବା ଜିନପିଙ୍ଗ୍‌ ଅପରାହ୍ଣରେ ଉନଙ୍କୁ ସାକ୍ଷାତ କରିବା ଅବସରରେ କହିଛନ୍ତି, ଅନ୍ତର୍ଜାତୀୟ ପରିସ୍ଥିତି ଯେତେ ବଦଳିଲେ ମଧ୍ୟ ଦୁଇ ଦେଶର ପାରମ୍ପରିକ ବନ୍ଧୁତା ପ୍ରଭାବିତ ହେବ ନାହିଁ। 

ବିଦେଶ ନୀତି, ଆଇନ କାର୍ଯ୍ୟକାରିତା ଏବଂ ସାମରିକ ଭଳି କ୍ଷେତ୍ରର ସବୁ ସ୍ତରରେ ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ରହିବ। ବେଜିଂରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପଛକୁ ପଛ ବୈଠକ କରିବାର କିଛିଦିନ ପରେ ଜିନପିଙ୍ଗ୍‌ ଉତ୍ତର କୋରିଆ ଗସ୍ତରେ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: China: ଅନିଶ୍ଚିତତାରେ ଇରାନ-ଆମେରିକା ଚୁକ୍ତି: ବେଜିଂରେ ଜିନପିଙ୍ଗ୍‌ଙ୍କୁ ଭେଟିଲେ ପାକ୍‌ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟ

ଚଳିତବର୍ଷ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ପୋଙ୍ଗୟଙ୍ଗ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜିନପିଙ୍ଗ୍‌ ଓ ତାଙ୍କ ପତ୍ନୀ ପେଙ୍ଗ ଲିୟୁଆନଙ୍କୁ କିମ୍‌ ସ୍ବାଗତ କରିଥିଲେ। ଜିନପିଙ୍ଗ ଚଳିତବର୍ଷର ପ୍ରଥମ ବିଦେଶ ଗସ୍ତ ଭାବେ ଉତ୍ତର କୋରିଆକୁ ଚୟନ କରିବା ନିଷ୍ପତ୍ତି ସେମାନଙ୍କୁ ଅତ୍ୟନ୍ତୁ ଖୁସି ଦେଇଛି ବୋଲି କିମ୍‌ କହିଛନ୍ତି।