Horoscope 2026 June 09: ଜାଣନ୍ତୁ ଆଜିର ରାଶିଫଳ...
"୯ ଜୁନ୍ ୨୦୨୬, ମଙ୍ଗଳବାର।
ତିଥି: ଜ୍ୟେଷ୍ଠ (ମଳ) କୃଷ୍ଣ ନବମୀ।
ନକ୍ଷତ୍ର: ପୂର୍ବଭାଦ୍ର।
ଚନ୍ଦ୍ର: ମୀନ।
ବିର୍ସା ମୁଣ୍ଡା ସହିଦ ଦିବସ।
ସୂର୍ଯ୍ୟୋଦୟ: ୫ଟା୧୦, ସୂର୍ଯ୍ୟାସ୍ତ: ୬ଟା୨୧।
ଘାତଚନ୍ଦ୍ର: ଧନୁ।
ଘାତବାର: ମକର।
ଶୁଭବେଳା: ପ୍ରାତଃ ୫ଟା୧୦ରୁ ୬ଟା୪୯, ଦିବା ୯ଟା୩୪ରୁ ୧୨ଟା୧୨, ଦିବା ୪ଟା୪୨ରୁ ୫ଟା୨୮, ସନ୍ଧ୍ୟା ୬ଟା୨୧ରୁ ୭ଟା୪, ରାତ୍ରି ୯ଟା୩ରୁ ୯ଟା୫୭, ରାତ୍ରି ୧୨ଟା୭ରୁ ୨ଟା୧୭ ପର୍ଯ୍ୟନ୍ତ।Advertisment ମେଷ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
ଆପଣଙ୍କୁ ଆନନ୍ଦର ଅନୁଭୂତି ହେବ।
ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ଆଗ୍ରହ ବଢ଼ିବ।
କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ବୃଷ: ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।
ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ।
ବେପାରରେ ଯଥେଷ୍ଟ ଲାଭ ପାଇବେ।
ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ମିଥୁନ: ପୂଜାପାଠରେ ସମୟ ବିତିବ।
ଆପଣଙ୍କ ମନକୁ ଶାନ୍ତି ମିଳିବ।
ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ।
ପ୍ରିୟଜନଙ୍କର ପ୍ରେମ ଓ ସହଯୋଗ ଉଭୟ ପାଇବେ।
କର୍କଟ: ବ୍ୟବସାୟ କ୍ଷେତ୍ରରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ।
ନିଜକୁ ପ୍ରମାଣିତ କରିବା ଲାଗି ସୁଯୋଗ ପାଇବେ।
ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।
ସିଂହ: ଜୀବନସାଥୀ ସହ କଥାବାର୍ତ୍ତାରେ କୋମଳ ରଖନ୍ତୁ।
ଲୋକେ ଆପଣଙ୍କ କଥାରେ ସହମତ ହେବେ।
ଜମି ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ।
ରାଜନୀତିରେ ସଫଳତା ପାଇବେ।
କନ୍ୟା: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
ଅଫିସରେ ଆପଣଙ୍କ ସମ୍ମୁଖକୁ ବାଧାଜନକ ଅବସ୍ଥା ଆସିପାରେ।
ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟପାନୀୟ ପ୍ରତି ସଚେତ ରହନ୍ତୁ।
ତୁଳା: ଉନ୍ନତି ପାଇଁ ନୂଆ ସାଧନ ପାଇବେ।
ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖି ପାରିବେ।
ରାଜନୀତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।
ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ଆହୁରି ପଢ଼ନ୍ତୁ- Pakistan: ଆକାଶ ମାର୍ଗରୁ ଭାରତର ଗୁଇନ୍ଦାଗିରି କରୁଛି ପାକିସ୍ତାନ: ୧୬ ମାସରେ ୬ଟି ଉପଗ୍ରହ ଉତ୍କ୍ଷେପଣ ବିଛା: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ।
ଅଧୁରା କାମ ପୂରା ହୋଇଯିବ।
ସଂପତ୍ତି ବଢ଼ାଇବା ଲାଗି ଯୋଜନା ସଫଳ ହେବ।
ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।
ବ୍ୟବସାୟରେ ବକେୟା ଅର୍ଥ ପାଇବେ।
ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ହେବେ।
ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ମକର: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ।
କାରବାରରେ ଉନ୍ନତି ହେବ।
ପରିବାର ସହିତ ବିଶେଷ ବିଷୟରେ ଆଲୋଚନା କରିବେ।
ଛାତ୍ର ଭଲ ଖବର ଶୁଣିବେ।
କୁମ୍ଭ: ଆପଣଙ୍କ କାର୍ଯ୍ୟରେ ନୂତନତ୍ବ ଆସିବ।
ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।
ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ।
ମୀନ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।
ଆପଣଙ୍କ କ୍ୟାରିୟର ଲାଗି ଭଲ ସୁଯୋଗ ଅପେକ୍ଷା କରି ରହିଛି।
ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।
ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ଅଧିକ ଦେଖନ୍ତୁ- "