First Solar Village ପାହାଡ଼ପୁର ହେବ ଦେଶର ପ୍ରଥମ ସୌରଗ୍ରାମ, ଆରମ୍ଭ ହେଲା ସର୍ଭେ

Jun 22, 2026 - 23:09
First Solar Village ପାହାଡ଼ପୁର ହେବ ଦେଶର ପ୍ରଥମ ସୌରଗ୍ରାମ, ଆରମ୍ଭ ହେଲା ସର୍ଭେ

"ରାଇରଙ୍ଗପୁର/ବାଦାମପାହାଡ:  ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୁରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମକୁ ପହଞ୍ଚି ଜନ୍ମ ଦିନର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଗ୍ରାମର ଗ୍ରାମବାସୀଙ୍କ ପାଇଁ ବଡ଼ ଭେଟି ଦେଇଥିଲେ।

କୋଣାର୍କ ଯେମିତି ସୂର୍ଯ୍ୟ ମନ୍ଦିର ନାମରେ ପରିଚିତ ସେମିତି ପାହାଡପୁର ଗ୍ରାମର ସୂର୍ଯ୍ୟ ଗ୍ରାମ ଭାବେ ପରିଚିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହା ପରେ ଆଜି ଗା:ରେ ସର୍ଭେ ଆରମ୍ଭ ହୋଇଛି।

Advertisment  ପ୍ରଧାନମନ୍ତ୍ରୀ ନିଜର ଗସ୍ତ ସମୟରେ ଗାଁର ପରିବେଶ, ପାହାଡପର୍ବତ, ଦୁର୍ଗମ ଅଞ୍ଚଳର, ଆଦାବାସୀଙ୍କ ସଂସ୍କୃତି, ସଫା ଘର‌ଦ୍ବାର ଦେଖି ଖୁସୀ ହୋଇଥିଲେ ।

ଗ୍ରାମବାସୀଙ୍କ ଆତିଥ୍ୟ ଦେଖି ବିମୋହିତ ହୋଇ ପାହାଡ଼ପୁର ଗ୍ରାମକୁ ଭାରତର ପ୍ରଥମ ସୌର ଗ୍ରାମ ଭାବେ ଘୋଷଣା କରି ଥିଲେ।

ପୂର୍ବରୁ ଏସ୍‌ଏଲ୍‌ସ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଆଵାସିକ ବିଦ୍ୟାଳୟ ସୌରାୟନ ହୋଇଥିଲା ।

ଟିପିଏନ୍‌ଓଡିଏଲର ସିଇଓ ଦୁଷ୍ମନ୍ତ ତ୍ୟାଗୀ ତୁରନ୍ତ ରାଇରଙ୍ଗପୁର ବିଦ୍ୟୁତ  ଡିଭିଜିଓନାଲ ବିଭାଗକୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଟିପିଏନ୍‌ଓଡିଏଲର ଏସ୍‌ଡିଓ ଚିରଞ୍ଜୀବୀ ସାହୁ ତାଙ୍କ କର୍ମଚାରୀଙ୍କୁ ଧରି ପାହାଡପୁରର ସମସ୍ତ ଘରକୁ ସର୍ଭେ କରିଥିଲେ ।

ସର୍ଭେ ସମ୍ପର୍କରେ ସୂଚନା ଦେଇ ଶ୍ରୀସାହୁ କହିଛନ୍ତି, ଗ୍ରାମର ୧୪୨ ଟି ଘର ମଧ୍ୟରୁ ୫୭ ଟି ପକ୍କା ଘର ।

ସମସ୍ତ ଘରକୁ ସୌରାୟାନ କରାଯିବ ।

ଚାଳ, ଛପର, ଆଜବେଷ୍ଟସ ଘରକୁ ଷ୍ଟାଣ୍ଡ ପଏଣ୍ଟ କରାଯାଇ ସୋଲାର ବ୍ୟବସ୍ଥା କରାଯିବ ।

ତଲକପୋଖରୀ ସରପଞ୍ଚ ତଥା ପାହାଡ଼ପୁର ଗ୍ରାମ ବାସିନ୍ଦା ରୁକ୍ମଣୀ ମୁର୍ମୁ , ଜଗନ୍ନାଥ ମୁର୍ମୁ ସମେତ ସମସ୍ତ ଗ୍ରାମବାସୀ ବହୁତ ଖୁସି ହେବା ସହ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ଗାଁ ପ୍ରତି ସଦୟ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ ।

ସେମାନେ କହିଥିଲେ ପାହାଡ଼ପୁର ଗ୍ରାମ ଜଙ୍ଗଲ ଭିତରେ ହୋଇଥିବାରୁ ବନ୍ଯ ଜୀବଜନ୍ତୁ ଭାଲୁ , ହାତୀ ରାତିରେ ଆଲୁଅ ଯୋଗୁଁ ଗ୍ରାମକୁ ଆସିବେ ନାହିଁ ।

ବର୍ଷା,ବାତ୍ୟା ହେଲେ ମଧ୍ୟ ବିଦ୍ୟୁତ୍ ପାଇବାର ସୁବିଧା ପାଇବେ ଏବଂ ସେମାନେ ଯେତିକି ବିଜୁଳି ବ୍ୟବହାର କରିବେ ଯଦି ବଳକା ୟୁନିଟ ରହିଲେ ।

ସେଥିରେ ସେମାନେ କୌଣସି ବ୍ୟବସାୟ କରି ପାରିବେ ବୋଲି ଗ୍ରାମବାସୀ କହିଛନ୍ତି।

ଘଟଣାସ୍ଥଳରୁ ତୁଷାର କାନ୍ତ ମହାନ୍ତଙ୍କ ରିପୋର୍ଟ… "