Accident: ବାଉଁଶ ବୋଝେଇ ଟ୍ରାକ୍ଟର ପଛରେ ପିଟିଲା ବାଇକ୍, ଯୁବକ ଗୁରୁତର
ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍ସା ରାସ୍ତାର ପ୍ରିୟାଂଶୀ ରାଧେ କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାl ଅନ୍ଧାରରେ ଛିଡା ହୋଇଥିବା ଏକ ବାଉଁଶ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ସ୍ଥାନୀୟ ମହୁରୀ ଗ୍ରାମର ଦୀପୁ ରାଉତ ୨୧ ଗୁରୁତର ଆହତ ହୋଇଛନ୍ତି l
ସୂଚନା ଅନୁଯାଇ ଯୁଗପୁରା ଅଞ୍ଚଳର ଘନିଆ ମହାରଣାଙ୍କ ବାଉଁଶ ବୋଝେଇ ଟ୍ରାକ୍ଟର (ଓଡି୦୧ଏଏଚ-୫୩୦୩)ରେ ତେଲ ସରିଯିବା ଯୋଗୁଁ ବୈଶିଙ୍ଗା-ରୁପ୍ସା ରାସ୍ତାର ପ୍ରିୟାଂଶୀ ରାଧେ କଲେଜ ନିକଟରେ ଅନ୍ଧାରିଆରେ ରାସ୍ତା ଉପରେ ଛିଡା କରି ଚାଳକ ତେଲ ଆଣିବାକୁ ପଳାଇଥିଲାl
ଆହୁରି ପଢ଼ନ୍ତୁ: SteelPlant: ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟ୍ରେ ବଡ଼ ଦୁର୍ଘଟଣା: ତରଳ ଇସ୍ପାତ ଲିକ୍ ହୋଇ ୯ ମୃତ, ଅନେକ ଆହତ
ତେବେ ଟ୍ରାକ୍ଟର ଉପରେ କିଛି ଶ୍ରମିକ ବସିଥିଲେl ସେହି ସମୟରେ ପଣଶିଆ ପଟରୁ ଏକ ବାଇକ ଯୋଗେ ମହୁରୀ ଗ୍ରାମର ବସନ୍ତ ରାଉତର ପୁଅ ଦୀପୁ ରାଉତ ବୈଶିଙ୍ଗା ଅଭିମୁଖେ ଆସୁଥିବାବେଳେ ହଟାତ ବାଉଁଶ ବୋଝେଇ ଟ୍ରାକ୍ଟର ପଛପଟ ଡାଲାରେ ବାଡେଇ ଯାଇ ଟ୍ରାକ୍ଟର ତଳେ ପଶି ଯାଇଥିଲାl ଦୀପୁର ମୁଣ୍ଡ ଓ ମୁହଁରେ ଟ୍ରାକ୍ଟର ଡାଲା ଓ ବାଉଁଶ ବାଜି ଗଭୀର କ୍ଷତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲାl ସ୍ଥାନୀୟ ଲୋଳ ଗୁରୁତର ଦିପୁକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିବାବେଳେ ସେଠାରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବାଲେଶ୍ୱର ଡାକ୍ତରଖାନା ପଠାଇ ଦିଆଯାଇଛିl ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଂଚି ଉଭୟ ଟ୍ରାକ୍ଟର ଓ ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛିl