Odisha worker killed କେରଳରେ କାଶୀପୁର ଯୁବକଙ୍କୁ ହତ୍ୟା, ୬ ଗିରଫ
"ରାୟଗଡା: କେରଳମ୍ରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ମୃତ ଯୁବକ ଜଣକ ହେଲେ କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡ଼ଙ୍ଗାସିଲ ଗ୍ରାମର ଧନପତି ନାୟକ ।
Advertisment ମିଳିଥିବା ସୂଚନା ଅନୁଯାୟୀ, ଡ଼ଙ୍ଗାସିଲ ଗ୍ରାମର କାର୍ତ୍ତିକ ନାୟକଙ୍କ ପୁଅ ଧନପତି ବୋଲି ଜଣାପଡିଛି।
ମୃତ୍ ଧନପତି ନାୟକଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ କର୍ମସଂସ୍ଥାନ ଆଶାରେ କେରଳମ୍ ରାଜ୍ୟକୁ ଯାଇଥିଲେ।
ଗତ ୫ବର୍ଷ ହେଲା ଯୁବକଜଣକ କେରଳମ୍ର ତ୍ରିସୁରର ଏମ୍ଜି ରୋଡ଼ ସ୍ଥିତ କେନେରୀ ରେଷ୍ଟୁରାଣ୍ଟରେ କାମ କରୁଥିଲେ ।
ମୃତ ଯୁବକ ଧନପତି ଚଳିତ ଜୁନ ୧୮ ତାରିଖ ଦିନ ଧନପତି ନାୟକ କାର୍ଯ୍ୟରୁ ଛୁଟି ନେଇ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ।
କୌଣସି କାରଣରୁ ଧନପତି ନାୟକ ଓ ଆସାମ ପିଲାଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଧନପତି ନୟକଙ୍କୁ ଆସାମ ର ୬ ଜଣ ଯୁବକ ମିଶି ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବାଜଣାପଡିଛି।
ଏହି ଘଟଣା ନେଇ ତ୍ରିସୁର ପୁଲିସ ଷ୍ଟେସନରେ ମାମଲା ରୁଜୁହୋଇଥିଲା ।
ଅଭିଯୋଗ ପରେ ହତ୍ୟା ମାମଲାରେ ଆସାମର ୬ଜଣ ଯୁବକଙ୍କୁ କେରଳମ୍ ପୁଲିସ ଗିରଫ କରିଥିବା ଜଣାପଡିଛି।
ବର୍ତ୍ତମାନ ଅଥନୀ ସ୍ଥିତ ଡାକ୍ତରଖାନାରେ ତାଙ୍କର ମୃତ୍ ଦେହ ରହିଛି।
ଅପର ପକ୍ଷେ ମୃତ ଯୁବକଙ୍କ ମର ଶରୀରକୁ ନିଜ ଭିଟାମାଟି ଆଣିବାକୁ ଜିଲ୍ଲା ପ୍ରଶାସନ ଓ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ନିବେଦନ କରିଛନ୍ତି।
"