Welcome!

Unlock your personalized experience.
Sign Up

Malabar: ମାଲାବାରରେ ପ୍ରାକୃତିକ ହୀରା ସଂଗ୍ରହ ‘ନୁୱା’

Jun 22, 2026 - 23:09
Malabar: ମାଲାବାରରେ ପ୍ରାକୃତିକ ହୀରା ସଂଗ୍ରହ ‘ନୁୱା’

ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ପ୍ରାକୃତିକ ହୀରା ସଂଗ୍ରହ ‘ନୁୱା’କୁ ଉନ୍ମୋଚନ କରାଯାଇଛି। ଓଲିଉଡ୍‌ ଅଭିନେତ୍ରୀ ଜାଶ୍ମିନ ରଥ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ନୁୱା ସଂଗ୍ରହର ଗହଣାଗୁଡ଼ିକୁ ୧୪ ଓ ୧୮ କ୍ୟାରେଟ୍‌ ସୁନାରେ ପ୍ରସ୍ତୁତ କରାଯାଇଛି ଓ ସେଥିରେ ରଙ୍ଗିନ ରତ୍ନପଥର, ସେରାମିକ ରଙ୍ଗ ଏନାମେଲ ଓ ମଲ୍‌ଟି-ଟୋନ୍‌ ରୋଡିୟମ୍‌ ଫିନିସ୍‌ ସହ ପ୍ରାକୃତିକ ହୀରା ବ୍ୟବହାର କରାଯାଇଛି। ପ୍ରତ୍ୟେକ ଅବସର ପାଇଁ ଏଥିରେ ଥିବା ଗହଣାଗୁଡ଼ିକ ବିବିଧ ଓ ଉପଯୋଗୀ ଅନୁଭବ ପ୍ରଦାନ କରୁଛି। ପ୍ରକୃତିର ରୂପରେଖରୁ ଅନୁପ୍ରାଣିତ ହୋଇ ଗହଣାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ତରଳ ଗଠନ ଶୈଳୀ ଓ ନିର୍ଦ୍ଦିଷ୍ଟ ଆଧୁନିକ ସୁନ୍ଦରତାକୁ ବ୍ୟବହାର କରାଯାଇଛି।

ଆହୁରି ପଢନ୍ତୁ: Wedding: କପୁର ପରିବାରରେ ବାଜିବାକୁ ଯାଉଛି ଶାହନାଇ

ରାଜ୍ୟର ସମସ୍ତ ମାଲାବାର ଷ୍ଟୋର୍‌ରେ ନୁୱା ସଂଗ୍ରହ ଉପଲବ୍ଧ ହୋଇଛି। ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ ପି ଅହମ୍ମଦ କହିଛନ୍ତି ଯେ ଏହି ସଂଗ୍ରହର ମୂଳକେନ୍ଦ୍ରରେ ରହିଛି ରୂପରେଖର ଚମତ୍କାରିତା। ନୁୱା ଜରିଆରେ ଆମେ ସୁନ୍ଦରତାକୁ ଏକ ସମସାମୟିକ ହୀରା ସଂଗ୍ରହରେ ପରିଣତ କରିଛୁ ଯାହା ଆଜିର ମହିଳାମାନଙ୍କୁ ସମୃଦ୍ଧ, ବିବିଧ ଓ ପ୍ରାସଙ୍ଗିକ ଅନୁଭବ ପ୍ରଦାନ କରିବ। ପ୍ରତିଟି ଅଳଙ୍କାରରେ ସୂକ୍ଷ୍ମ କାରୁକାର୍ଯ୍ୟ ଓ ସୌନ୍ଦର୍ଯ୍ୟର ମିଶ୍ରଣ ରହିଛି ଯାହାକୁ ପ୍ରତିଟି ଅବସରରେ ପିନ୍ଧି ହେବ ଓ ପ୍ରତ୍ୟେକ ପିଢ଼ି ତାହାକୁ ପସନ୍ଦ କରିବେ ବୋଲି ସେ କହିଛନ୍ତି।