Reliance: ଏଆଇ, ଅକ୍ଷୟ ଶକ୍ତି, ଏଫ୍‌ଏମ୍‌ସିଜି ଉପରେ ରିଲାଏନ୍ସର ଗୁରୁତ୍ବ

Jun 22, 2026 - 23:09
Reliance: ଏଆଇ, ଅକ୍ଷୟ ଶକ୍ତି, ଏଫ୍‌ଏମ୍‌ସିଜି ଉପରେ ରିଲାଏନ୍ସର ଗୁରୁତ୍ବ

"ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

କମ୍ପାନି କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଅକ୍ଷୟ ଶକ୍ତି, ଏଫ୍‌ଏମ୍‌ସିଜି ଓ ଜିଓର ଆଇପିଓ ଉପରେ ଗୁରୁତ୍ବାରୋପ କରିଥିଲା।

ଜିଓ ପ୍ଲାଟଫର୍ମସ୍‌ର ଆଇପିସ ସମ୍ପର୍କରେ ଘୋଷଣା କରି ତାହାକୁ ରିଲାଏନ୍ସ ପରିବାର ଓ ଏହାର ଲକ୍ଷ ଲକ୍ଷ ଅଂଶଧନକାରୀଙ୍କ ପାଇଁ ଏକ ଭାବନାତ୍ମକ ମୁହୂର୍ତ୍ତ ବୋଲି କମ୍ପାନିର ସିଏମ୍‌ଡି ମୁକେଶ ଅମ୍ବାନୀ କହିଥିଲେ।

ବୈଠକରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଜିଓ ଗ୍ରାହକ ସଂଖ୍ୟା ୫୨.୪ କୋଟିରୁ ଅଧିକ ରହିଛି।

କମ୍ପାନି ପାଖରେ ୨୬.୮ କୋଟି ୫ଜି ଗ୍ରାହକ ଅଛନ୍ତି ଓ ୧.୩ କୋଟି ଘର ଓ ପରିସରରେ ଏହାର ଜିଓଏୟାରଫାଇବର୍‌ ପହଞ୍ଚିଛି।Advertisment ଆହୁରି ପଢନ୍ତୁ:Malabar: ମାଲାବାରରେ ପ୍ରାକୃତିକ ହୀରା ସଂଗ୍ରହ "ନୁୱା"  କମ୍ପାନିର ଏଆଇ ରୋଡ୍‌ମ୍ୟାପ୍‌କୁ ଉପସ୍ଥାପନ କରି ଜିଓର ଅଧ୍ୟକ୍ଷ ଆକାଶ ଏମ୍‌ ଅମ୍ବାନୀ କହିଥିଲେ ଯେ ଗୁଜରାଟର ଜାମନଗରରେ ରିଲାଏନ୍ସ ଇଣ୍ଟେଲିଜେନ୍ସ ଭାରତର ସାର୍ବଭୌମ ଏଆଇ ମେରୁଦଣ୍ଡ ନିର୍ମାଣ କରୁଛି।

ତାହା ନିଜସ୍ବ ‌ସୌରଶକ୍ତି ଦ୍ବାରା ପରିଚାଳିତ ହେବ।

୨୦୨୬ ଶେଷ ସୁଦ୍ଧା ଏହା ୧୨୦ ମେଗାୱାଟ୍‌ର ପ୍ରାରମ୍ଭିକ କ୍ଷମତା ସହ କାର୍ଯ୍ୟକାରୀ ହେବ।

ଭାରତର ଆଞ୍ଚଳିକ ଭାଷାରେ କମ୍ପାନି ଏଆଇ ବିକାଶ କରୁଥିବା ସେ କହିଥିଲେ।

କଲ୍‌, ବ୍ୟବସାୟ ଓ କୃଷି ପର୍ଯ୍ୟନ୍ତ ଏଆଇ ପହଞ୍ଚିବ ବୋଲି ସେ କହିଥିଲେ।

ରିଲାଏନ୍ସ ଶକ୍ତି ବ୍ୟବହାର ନେତୃତ୍ବ ନେଉଥିବା ଅନନ୍ତ ଅମ୍ବାନୀ କମ୍ପାନିର ଅକ୍ଷୟ ଶକ୍ତି ଯୋଜନା ଉପରେ ଆଲୋକପାତ କରିଥିଲେ।

ସୋଲାର ମଡ୍ୟୁଲ୍‌, ବ୍ୟାଟେରି କାରଖାନା, ସାମସଙ୍ଗ ସିଆଣ୍ଡ୍‌ଟି ସହ ଚୁକ୍ତି, ଗ୍ରିନ୍‌ ଆମୋନିଆ, ଗ୍ରିନ୍‌ ହାଇଡ୍ରୋଡେଜନ୍‌ ଓ ଗ୍ରିନ୍‌ ଏନର୍ଜି ଗିଗା ଫ୍ୟାକ୍ଟ୍ରି ସମ୍ପର୍କରେ ସେ ସୂଚନା ଦେଇଥିଲେ।

ଆହୁରି ପଢନ୍ତୁ:Trends: "ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ୍‌"ର ଗ୍ରାଣ୍ଡ ଫିନାଲେ: ବରିଷ୍ଠ, କନିଷ୍ଠ ବର୍ଗର ବିଜେତା ପୁରସ୍କୃତ ରିଲାଏନ୍ସର ଏଫ୍‌ଏମ୍‌ସିଜି ବ୍ୟବସାୟ ସମ୍ପର୍କରେ ଇଶା ଏମ୍‌ ଅମ୍ବାନୀ କହିଥିଲେ ଯେ ରିଲାଏନ୍ସ ରିଟେଲ୍‌ ଷ୍ଟୋର୍‌ ସଂଖ୍ୟା ୨୦ହଜାରରୁ ଅଧିକ ହୋଇଛି।

ରିଲାଏନ୍ସ ଏଫ୍‌ଏମ୍‌ସିଜି ବ୍ୟବସାୟର ରାଜସ୍ବ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ସେ କହିଥିଲେ।

୨୦୨୬ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍‌ର ମୋଟ୍‌ ରାଜସ୍ବ ୩,୭୦,୦୨୬ କୋଟି ଟଙ୍କା ଥିଲା ଯାହା ପୂର୍ବବର୍ଷ ତୁଳନାରେ ୧୧.୮ ପ୍ରତିଶତ ଅଧିକ।

କାମ୍ପା ବିକ୍ରିରୁ କମ୍ପାନି ୪୭୦୦ କୋଟି ଟଙ୍କାର ରାଜସ୍ବ ହାସଲ କରିଛି।

"