CBI: ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ୨୦୦୮ ହତ୍ୟା ମାମଲାରେ ୱାଣ୍ଟେଡ୍ ସୁଜିତ କୁମାରଙ୍କୁ ୟୁଏଇରୁ ଭାରତ ଅଣାଗଲା
କୋଚି: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କେରଳ ପୁଲିସ ସହିତ ମିଶି ଏକ ହତ୍ୟା ମାମଲାରେ ଦୀର୍ଘ ଦିନ ଧରି ପଳାତକ ଥିବା ଅଭିଯୁକ୍ତ ସୁଜିତ କୁମାରଙ୍କୁ ଗିରଫ କରିଛି।
ତାଙ୍କୁ ୟୁଏଇରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି।
ତାଙ୍କ ବିରୋଧରେ ଇଣ୍ଟରପୋଲ ପକ୍ଷରୁ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା।
ଅଭିଯୁକ୍ତଙ୍କର ଭାରତ ଫେରିବା ସୁନିଶ୍ଚିତ କରିବା ପାଇଁ ସିବିଆଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ କେରଳ ପୁଲିସ ସହିତ ସମନ୍ୱୟ ସ୍ଥାପନ କରିଥିଲା।
Advertisment ସିବିଆଇ ଅନୁଯାୟୀ, ୨୦୦୮ ଅକ୍ଟୋବରରେ କେରଳରେ ଘଟିଥିବା ଏକ ହତ୍ୟା ମାମଲାରେ ସୁଜିତ କୁମାରଙ୍କୁ ଖୋଜା ଯାଉଥିଲା।
ଅଭିଯୋଗ କରାଯାଇଛି ଯେ, ପୂର୍ବ ଶତ୍ରୁତା ଯୋଗୁଁ, ସୁଜିତ କୁମାର ଏବଂ ତାଙ୍କ ସହଯୋଗୀମାନେ ଏକ ବେଆଇନ ସମାବେଶ କରିଥିଲେ ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ଧରି ରାସ୍ତା କଡ଼ରେ ଅଭିଯୋଗକାରୀଙ୍କ ସହ କଥା ହେଉଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ।
ଆକ୍ରମଣକାରୀମାନେ ପୀଡିତଙ୍କୁ ଅନେକ ଥର ଛୁରି ଭୁସିଥିଲେ।
ଗୁରୁତର ଆହତ ହୋଇଥିବା ପୀଡିତଙ୍କର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ସେହି ଦିନ ମୃତ୍ୟୁ ଘଟିଥିଲା।
ପୀଡିତଙ୍କୁ ଅନେକ ଥର ଛୁରି ଭୁସିଥିଲେ ଆକ୍ରମଣକାରୀ ଏହି ମାମଲାରେ କେରଳ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା, କିନ୍ତୁ ସୁଜିତ କୁମାର ବହୁତ ଦିନ ଧରି ଫେରାର୍ ଥିଲେ।
କେରଳ ପୁଲିସର ଅନୁରୋଧ କ୍ରମେ ଇଣ୍ଟରପୋଲ ମାଧ୍ୟମରେ ଅଭିଯୁକ୍ତଙ୍କ ବିରୋଧରେ ଏକ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା।
ପରବର୍ତ୍ତୀ ସମୟରେ ଅଭିଯୁକ୍ତ ରହିଥିବା ସ୍ଥାନ ୟୁଏଇରେ ଚିହ୍ନଟ କରାଯାଇଥିଲା ଏବଂ ସେଠାକାର ଏଜେନ୍ସିଗୁଡ଼ିକ ତାଙ୍କୁ ଗିରଫ କରିଥିଲେ।
ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ, ୟୁଏଇ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କୁ ଭାରତ ପଠାଇବାକୁ ରାଜି ହୋଇଥିଲେ।
ସିବିଆଇ ସହିତ ସମନ୍ୱୟ ରଖି କେରଳ ପୁଲିସର ଏକ ଏସ୍କର୍ଟ ଦଳ ୟୁଏଇରେ ପହଞ୍ଚିଥିଲେ।
ଅଭିଯୁକ୍ତକୁ ଭାରତୀୟ ଦଳଙ୍କୁ ହସ୍ତାନ୍ତର କରାଯାଇଥିଲା।
୮୮୦ ଟି ପୃଥକ ଘଟଣା ରେକର୍ଡ ଦଳ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତଙ୍କ ସହିତ କୋଚିରେ ପହଞ୍ଚିଥିବା ପୁଲିସ ପକ୍ଷରୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି।ସିବିଆଇ ଭାରତରେ ଇଣ୍ଟରପୋଲର ଜାତୀୟ କେନ୍ଦ୍ରୀୟ ବ୍ୟୁରୋ ଭାବରେ କାର୍ଯ୍ୟ କରି ଭାରତପୋଲ ମାଧ୍ୟମରେ ଦେଶର ବିଭିନ୍ନ ତଦନ୍ତକାରୀ ସଂସ୍ଥା ସହିତ ଅନ୍ତର୍ଜାତୀୟ ପୁଲିସ ସହଯୋଗରେ ସମନ୍ୱୟ ରକ୍ଷା କରିଥାଏ।
ସିବିଆଇ ଅନୁଯାୟୀ, ୨୦୧୯ ମସିହାରୁ ଇଣ୍ଟରପୋଲ ସହଯୋଗରେ ୩୦୦ ରୁ ଅଧିକ ୱାଣ୍ଟେଡ୍ ଅପରାଧୀଙ୍କୁ ବିଦେଶରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି।
ସେମାନଙ୍କ ମଧ୍ୟରେ ୭୬ ଜଣ ପଳାତକ ସାମିଲ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
