WhatsApp: ହ୍ୱାଟ୍‌ସଆପ୍‌ରେ ଆସିଲା ମେସେଜ୍ ସିଡ୍ୟୁଲ୍ ସୁବିଧା

Nov 26, 2026 - 16:06
WhatsApp: ହ୍ୱାଟ୍‌ସଆପ୍‌ରେ ଆସିଲା ମେସେଜ୍ ସିଡ୍ୟୁଲ୍ ସୁବିଧା

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍ ବ୍ୟବହାରକାରୀଙ୍କ ପାଇଁ ଆସିଛି ନୂଆ ସୁବିଧା।

ଏଣିକି ମେସେଜ୍ ଲେଖିବା ପରେ ତୁରନ୍ତ ପଠାଇବାକୁ ପଡ଼ିବ ନାହିଁ।

ନିଜ ସୁବିଧା ଅନୁସାରେ ଆଗୁଆ ମେସେଜ୍ ଲେଖି ଏହା ପଠାଯିବାର ତାରିଖ ଓ ସମୟ ନିର୍ଦ୍ଧାରଣ କରିହେବ।

ମେଟା ମାଲିକାନାରେ ଥିବା ଏହି ମେସେଜିଂ ଆପ୍‌ରେ ବହୁ ପ୍ରତୀକ୍ଷିତ 'ସିଡ୍ୟୁଲ୍ ମେସେଜ୍' ସୁବିଧା ଆରମ୍ଭ ହୋଇଛି।

ଏହି ସୁବିଧାରେ ବ୍ୟବହାରକାରୀ ୧୦ ମିନିଟ୍‌ରୁ ଆରମ୍ଭ କରି ୧୪ ଦିନ ପର୍ଯ୍ୟନ୍ତ ଆଗୁଆ ମେସେଜ୍ ପଠାଇବା ପାଇଁ ସମୟ ସ୍ଥିର କରିପାରିବେ।

ବ୍ୟକ୍ତିଗତ ଚାଟ୍ ସହ ଗ୍ରୁପ୍ ଚାଟ୍‌ରେ ମଧ୍ୟ ଏହି ସୁବିଧା ମିଳିବ।

କେବଳ ଲେଖା ନୁହେଁ, ଫଟୋ ଓ ଭିଡିଓ ମଧ୍ୟ ନିର୍ଦ୍ଧାରିତ ସମୟରେ ପଠାଇହେବ।

Advertisment ମେସେଜ୍ ପଠାଯିବା ପୂର୍ବରୁ ତାହାକୁ ଦେଖିବା ଓ ବାତିଲ କରିବାର ସୁବିଧା ମଧ୍ୟ ରହିଛି ଏହି ସୁବିଧା ବ୍ୟବହାର କରିବା ପାଇଁ ପ୍ରଥମେ ହ୍ୱାଟ୍‌ସଆପ୍‌ରେ ଆବଶ୍ୟକ ବ୍ୟକ୍ତି କିମ୍ବା ଗ୍ରୁପ୍‌ ଚାଟ୍ ଖୋଲିବାକୁ ହେବ।

ଏହାପରେ ମେସେଜ୍ ଲେଖି ସେଣ୍ଡ୍ ବଟନ୍‌କୁ କିଛି ସମୟ ଚାପି ଧରିବାକୁ ପଡ଼ିବ।

ଏହାପରେ ମେସେଜ୍ ପଠାଇବା ପାଇଁ ତାରିଖ ଓ ସମୟ ବାଛିବାର ବିକଳ୍ପ ଆସିବ।

ନିଜ ପସନ୍ଦର ସମୟ ଚୟନ ନିଶ୍ଚିତ କରିବା ପରେ ମେସେଜ୍ ସିଡ୍ୟୁଲ୍ ହୋଇଯିବ।

ନିର୍ଦ୍ଧାରିତ ସମୟରେ ତାହା ଆପେ ଆପେ ଚାଲିଯିବ।

ଏହି ସୁବିଧାର ବିଶେଷତ୍ୱ ହେଉଛି, ନିର୍ଦ୍ଧାରିତ ସମୟରେ ବ୍ୟବହାରକାରୀଙ୍କ ଫୋନ୍ ବନ୍ଦ ଥିଲେ କିମ୍ବା ଇଣ୍ଟରନେଟ୍ ସଂଯୋଗ ନଥିଲେ ମଧ୍ୟ ମେସେଜ୍ ଯିବ।

ମେସେଜ୍ ପାଇଥିବା ବ୍ୟକ୍ତିଙ୍କୁ ଏହା ଆଗୁଆ ସିଡ୍ୟୁଲ୍ କରାଯାଇଥିବା ନେଇ କୌଣସି ସୂଚନା ମିଳିବ ନାହିଁ।

ଅନ୍ୟ ସାଧାରଣ ମେସେଜ୍ ଭଳି ଏହା ତାଙ୍କ ଚାଟ୍‌ରେ ଦେଖାଯିବ।

ମେସେଜ୍ ପଠାଯିବା ପୂର୍ବରୁ ତାହାକୁ ଦେଖିବା ଓ ବାତିଲ କରିବାର ସୁବିଧା ମଧ୍ୟ ରହିଛି।

ଚାଟ୍ ଇନ୍‌ଫର୍ମେସନ୍‌ରେ ସିଡ୍ୟୁଲ୍ ହୋଇଥିବା ମେସେଜ୍‌ଗୁଡ଼ିକର ତାଲିକା ଦେଖିହେବ।

ଯଦି କୌଣସି କାରଣରୁ ମେସେଜ୍ ପଠାଇବାକୁ ଚାହୁଁନାହାନ୍ତି, ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାକୁ ଡିଲିଟ୍ କରିପାରିବେ।

ଏହି ମେସେଜ୍‌ଗୁଡ଼ିକରେ ମଧ୍ୟ ହ୍ୱାଟ୍‌ସଆପ୍‌ର ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍‌କ୍ରିପ୍ସନ୍ ସୁରକ୍ଷା ରହିବ।

ଜନ୍ମଦିନର ଶୁଭେଚ୍ଛା, ପରୀକ୍ଷା ପାଇଁ ଶୁଭକାମନା କିମ୍ବା ଅଫିସ୍‌ର ଜରୁରୀ ସୂଚନା ନିର୍ଦ୍ଧାରିତ ସମୟରେ ପଠାଇବା ପାଇଁ ଏହି ସୁବିଧା ବେଶ୍ ଉପଯୋଗୀ ହେବ।

ଏହାକୁ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ପର୍ଯ୍ୟାୟକ୍ରମେ ବିଶ୍ୱବ୍ୟାପୀ ଉପଲବ୍ଧ କରାଯାଉଛି।

ମାଓବାଦୀଙ୍କ ଡମ୍ପ ଉପରେ ସୁରକ୍ଷାକର୍ମୀଙ୍କ ଚଢ଼ାଉ; ଅସ୍ତ୍ରଶସ୍ତ୍ର ସହ ୪୦ ଲକ୍ଷ ଟଙ୍କା ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)