Block Pakistani: ଭାରତରେ ପାକିସ୍ତାନୀ ୱେବ୍‌ ଧାରାବାହିକ ପ୍ରସାରଣ ନକରିବାକୁ ନେଟଫ୍ଲିକ୍ସକୁ କେନ୍ଦ୍ରର ପରାମର୍ଶ

Nov 26, 2026 - 15:33
Block Pakistani: ଭାରତରେ ପାକିସ୍ତାନୀ ୱେବ୍‌ ଧାରାବାହିକ ପ୍ରସାରଣ ନକରିବାକୁ ନେଟଫ୍ଲିକ୍ସକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଭାରତ ରେ ପାକିସ୍ତାନୀ ଚଳଚ୍ଚିତ୍ର ଓ ୱେବ୍‌ ଧାରାବାହିକ ପ୍ରସାରଣ ନ କରିବାକୁ ନେଟଫ୍ଲିକ୍ସକୁ କହିଛି କେନ୍ଦ୍ର ସରକାର।

ପାକିସ୍ତାନରେ ନିର୍ମିତ ଏକ ନୂଆ ୱେବ୍‌ ଧାରାବାହିକକୁ ନେଇ ବିବାଦ ଦେଖାଦେବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପରାମର୍ଶ ଦେଇଛି।

ଭାରତୀୟ ଦର୍ଶକଙ୍କ ପାଇଁ ପାକିସ୍ତାନୀ ବିଷୟବସ୍ତୁ ଉପଲବ୍ଧ ନ କରିବାକୁ ମନ୍ତ୍ରଣାଳୟ ନେଟଫ୍ଲିକ୍ସକୁ କହିଛି।

Advertisment ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୫ ମେ ୮ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ପରାମର୍ଶକୁ ପାଳନ କରିବାକୁ ନେଟଫ୍ଲିକ୍ସକୁ ମନେ ପକାଇ ଦିଆଯାଇଛି।

ସେହି ପରାମର୍ଶରେ ଭାରତରେ ପାକିସ୍ତାନରେ ନିର୍ମିତ କାର୍ଯ୍ୟକ୍ରମ ଓ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ କରିବାକୁ ସମସ୍ତ ଓଟିଟି ମଞ୍ଚ ଓ ଅନ୍‌ଲାଇନ୍‌ ପ୍ରସାରଣ ସେବାକୁ କୁହାଯାଇଥିଲା।

ଗତ ଜୁନ୍‌ ମାସରେ ନେଟଫ୍ଲିକ୍ସ ମଧ୍ୟ ଭାରତୀୟ ଗ୍ରାହକଙ୍କ ପାଇଁ ପାକିସ୍ତାନରେ ନିର୍ମିତ କୌଣସି ଚଳଚ୍ଚିତ୍ର କିମ୍ବା ଧାରାବାହିକ ଉପଲବ୍ଧ କରାଇନଥିବା କଥା କହିଥିଲା।

ଏହି ନୀତି ବଜାୟ ରଖିବାକୁ ଏବେ ମନ୍ତ୍ରଣାଳୟ କହିଛି।

ପାକିସ୍ତାନୀ ୱେବ୍‌ ଧାରାବାହିକର ପ୍ରଚାର ଭିଡିଓକୁ ନେଇ ବିବାଦ 'ଜୋ ବଚେ ହୈ ସଙ୍ଗ୍‌ ସମେଟ୍ ଲୋ' ନାମକ ପାକିସ୍ତାନୀ ୱେବ୍‌ ଧାରାବାହିକର ପ୍ରଚାର ଭିଡିଓ ମଙ୍ଗଳବାର ପ୍ରକାଶ ପାଇବା ପରେ ଏହି ବିବାଦ ଆରମ୍ଭ ହୋଇଛି।

ଡିସେମ୍ବର ୪ରେ ଏହାର ପ୍ରସାରଣ ଆରମ୍ଭ ହେବାକୁ ଥିବାବେଳେ ଭାରତରେ ଏହା ଦେଖିବାକୁ ମିଳିବ କି ନାହିଁ, ସେ ନେଇ ନେଟଫ୍ଲିକ୍ସ ଏଯାଏଁ ସ୍ପଷ୍ଟ କରିନାହିଁ।

ଏହାକୁ ବିରୋଧ କରି ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍‌ ଓ ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୟିଜ୍‌ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଭାରତରେ ଏହି ଧାରାବାହିକର ପ୍ରସାରଣ ରୋକିବାକୁ ସେମାନେ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଏହା ପ୍ରସାରିତ ହେଲେ ନେଟଫ୍ଲିକ୍ସର ସମସ୍ତ ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଫେଡେରେସନ୍‌ ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ପାକିସ୍ତାନ ର ଯୋଜନା ଓ ଉନ୍ନୟନ ମନ୍ତ୍ରୀ ଅହସାନ ଇକବାଲ ଏହି ଦାବିକୁ ସମାଲୋଚନା କରିଛନ୍ତି।

ଭାରତରେ କଳା ଓ ସଂସ୍କୃତିକୁ ରାଜନୀତି ସହ ଯୋଡ଼ାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଅମିତାଭ ବଚ୍ଚନଙ୍କ ବଙ୍ଗଳା ଓ ମେଟ୍ରୋ ଷ୍ଟେସନରେ ବୋମା ଥିବା ଦାବି: ଘଟଣାସ୍ଥଳରେ ପହଞ୍ଚିଛନ୍ତି ନିଷ୍କ୍ରିୟକାରୀ ଦଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)