Sexual Abuse Cases: ଇଟାଲୀରେ ବଡ଼ ଖୁଲାସା: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୫୭ ପାଦ୍ରୀ
ରୋମ୍: ଇଟାଲୀୟ ବିଶପ୍ ସମ୍ମିଳନୀ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ଇଟାଲୀର ୫୭ ଜଣ ପାଦ୍ରୀଙ୍କୁ ଶିଶୁ ଯୌନ ନିର୍ଯାତନା ପାଇଁ ଶେଷରେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ୍ଦଣ୍ଡ ଦିଆଯାଇଛି।
ରିପୋର୍ଟରେ ୨୦୦୧ ରୁ ୨୦୨୧ ମଧ୍ୟରେ ଚର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଥିବା ୩୭୮ଟି ମାମଲା ସମ୍ପର୍କରେ ଦର୍ଶାଯାଇଛି।
ଏସବୁ ମାମଲାରେ ୩୫୬ ଜଣ ଅଭିଯୁକ୍ତ ଦୁଷ୍କର୍ମକାରୀ ଏବଂ ୩୮୫ ଜଣ ପୀଡିତ ସାମିଲ ଥିଲେ।
Advertisment ମୋଟ ୮୮୦ ଟି ପୃଥକ ଘଟଣା ରେକର୍ଡ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ୧୨୩ ଜଣ ଅଭିଯୁକ୍ତଙ୍କୁ ଇଟାଲୀୟ ନ୍ୟାୟିକ ବ୍ୟବସ୍ଥା ସମ୍ମୁଖରେ ହାଜର କରାଯାଇଥିଲା।
ସେଥି ମଧ୍ୟରୁ ୫୭ ଜଣଙ୍କୁ ଜେଲ୍ଦଣ୍ଡାଦେଶ କରାଯାଇଥିଲା।
ଚର୍ଚ୍ଚ ପକ୍ଷରୁ ୨୧୮ ଜଣ ପାଦ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ପ୍ରକୃତ ସଂଖ୍ୟା ବହୁ ଅଧିକ ହୋଇପାରେ ରିପୋର୍ଟ ପ୍ରସ୍ତୁତ କରିଥିବା ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ, ଏହି ଫଳାଫଳ କେବଳ ଚର୍ଚ୍ଚ ଅଭିଲେଖାଗାର ଉପରେ ଆଧାରିତ।
ତେଣୁ ଏହି ସଂଖ୍ୟା ପାଦ୍ରୀମାନଙ୍କ ଦ୍ୱାରା ନିର୍ଯାତନାର ସମ୍ପୂର୍ଣ୍ଣ ସ୍ଥିତିକୁ ପ୍ରତିଫଳିତ କରେ ନାହିଁ ।
ପ୍ରକୃତ ସଂଖ୍ୟା ବହୁ ଅଧିକ ହୋଇପାରେ।
ଇଟାଲୀୟ ବିଶପ୍ ସମ୍ମିଳନୀର ମୁଖ୍ୟ କାର୍ଡିନାଲ୍ ମାଟେଓ ମାରିଆ ଜୁପି କହିଛନ୍ତି ଯେ, ଏହି ଅପରାଧଗୁଡ଼ିକ ଚର୍ଚ୍ଚ ଭିତରେ ବ୍ୟାପି ରହିଥିବା ପାପ ଏବଂ ମନ୍ଦ ଉଦ୍ଦେଶ୍ୟକୁ ପ୍ରକାଶ କରିଛି।
ଆମକୁ ଏହାର ମୁକାବିଲା କରିବାକୁ ପଡିବ ଏବଂ ଏଭଳି ଭୟଙ୍କର ସ୍ଥିତିକୁ ସ୍ବୀକାର କରିବାକୁ ପଡିବ।
Indian Students: ଅକ୍ସଫୋର୍ଡରେ ଭାରତୀୟ ଛାତ୍ରୀ ବର୍ଣ୍ଣ ବୈଷମ୍ୟର ଶିକାର: ତୁମ ଦେହରୁ ଦୁର୍ଗନ୍ଧ ଆସୁଛି ବୋଲି କହିଲେ ଭଦ୍ର ମହିଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
