Businessman Birupaksha Agrawal Murder Case: ଧାର ଟଙ୍କା ମାଗିଲେ ବୋଲି ଜୀବନ ନେଇଗଲେ! ବ୍ୟବସାୟୀଙ୍କୁ ହତ୍ୟା କରି ଗିରଫ ହେଲେ ଶିକ୍ଷକ
ବହୁଚର୍ଚ୍ଚିତ କପଡ଼ା ବ୍ୟବସାୟୀ ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଖୁଲାସା।
ଶେଷରେ ପୋଲିସ ହାତରେ ଧରାପଡ଼ିଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ।
ଗିରଫ ହେଲେ ଶିକ୍ଷକ ସ୍ୱାଧୀନ କୁମାର ପ୍ରଧାନ।
ଧାର ଟଙ୍କା ମାଗିବାରୁ ଜଙ୍ଗଲରେ ଗଳା କାଟି ହତ୍ୟା କରିଥିଲେ ଶିକ୍ଷକ।
ଅଭିଯୋଗ ଅନୁଯାୟୀ, ବ୍ୟବସାୟୀ ବୀରୁପାକ୍ଷ ବାରମ୍ବାର ଟଙ୍କା ମାଗିବାରୁ ତାଙ୍କୁ ଟଙ୍କା ଫେରାଇବାର ବାହାନା କରି କଦଳୀଗଡ଼ ନିକଟସ୍ଥ ତନ୍ତଗଡ଼ ଜଙ୍ଗଲକୁ ଡାକି ନେଇଥିଲେ ସ୍ୱାଧୀନ।
Advertisment ସେଠାରେ ଠେଙ୍ଗାରେ ଆକ୍ରମଣ କରିବା ସହ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ରହିଛି।
ଏହି ହତ୍ୟାକାଣ୍ଡରେ ଆଉ ଚାରି ଜଣ ସହଯୋଗୀ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା।
ପୂର୍ବରୁ ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ପ୍ରଧାନ ଗିରଫ ହୋଇଛନ୍ତି।
ତେବେ ଏହି ହତ୍ୟା ପଛରେ ଆଉ କେଉଁ କେଉଁ ରହସ୍ୟ ଲୁଚି ରହିଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
