Assembly Winter Session Disrupted: ବିରୋଧୀ ଦଳଙ୍କ ହଟ୍ଟଗୋଳରେ ତିନି ଦିନ ହେଲା ଅଚଳ ବିଧାନସଭାର ଶୀତ ଅଧିବେଶନ
କଂଗ୍ରେସର କୋଟିଆ, ବିଜେଡିର ବାତ୍ୟା।
ଦୁଇ ବିରୋଧୀ ଦଳଙ୍କ ହଟ୍ଟଗୋଳରେ ତିନି ଦିନ ହେଲା ଅଚଳ ବିଧାନସଭାର ଶୀତ ଅଧିବେଶନ।
ଗୃହରେ ମୁହାଁମୁହିଁ ଶାସକ ଓ ବିରୋଧୀ।
କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଜିଦ୍ ଧରିଥିବାବେଳେ, ବାତ୍ୟା ଓ ବନ୍ୟା ପରିଚାଳନା ପ୍ରସଙ୍ଗରେ ହୋହଲ୍ଲା ଚଳାଇଛି ବିଜୁ ଜନତା ଦଳ ।
Advertisment ଏହାରି ଭିତରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଆତ୍ମାହୁତି ଚେତାବନୀ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
୩ ଦିନରେ ମାତ୍ର ଘଣ୍ଟାଏ ଗୃହ ଚାଲିବାକୁ ନେଇ ବିରୋଧୀଙ୍କୁ ନିଶାନା କରିଛି ଶାସକ ବିଜେପି।
ତୀବ୍ର ହେଲା କୋଟିଆ ପ୍ରସଙ୍ଗ।
ବିଧାନସଭାରେ ଅଚଳାବସ୍ଥା ଜାରି।
ତାରା ଦେଲେ ଆତ୍ମାହୁତି ଚେତାବନୀ।
କହିଲେ କୋଟିଆ ପ୍ରସଙ୍ଗରେ ଆଲୋଚନା ନହେଲେ ଦେବେ ଆତ୍ମାହୁତି।
ତିନିଦିନ ହେବ କଂଗ୍ରେସ ବିଧାନସଭାରେ କୋଟିଆ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ପାଇଁ ଦାବି କରି ହଟ୍ଟଗୋଳ ଜାରି ରଖିଛି।
ଆଉ ତାରାଙ୍କ ଧମକ ପରେ ତେଜିଛି ରାଜନୀତି।
Advertisment ତାରାଙ୍କ ଯୁକ୍ତି, ଓଡିଶାର ପ୍ରାୟ 50 ଗାଁ କୁ ମାଡ଼ି ବସିଲାଣି ଆନ୍ଧ୍ର।
ରାଜସ୍ବ ମନ୍ତ୍ରୀ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ସରକାର ଏଥିପାଇଁ ପଛଘୁଞ୍ଚା ଦେଉଥିବା ଅଭିଯୋଗ କରିଛନ୍ତି ତାରା।
ବିଜେଡିର ଅଭିଯୋଗ, କେନ୍ଦ୍ରରୁ ଗୋଟିଏ ଫୋନ୍ ଆସିଲେ ଏ ବିବାଦରୁ ସମାଧାନ ହୋଇପାରିବ।
ଓଡ଼ିଶା ସରକାର ଏତିକି କଥା କାହିଁକି କରି ପାରୁନାହାନ୍ତି?
ବିଜେପିର କାଉଣ୍ଟର ହେଲା, 50 ବର୍ଷ ଭିତରେ କଂଗ୍ରେସ୍ କଣ କରିଛି ଚିଠା ଦିଅନ୍ତୁ l ଟ୍ରିପଲ ଇଞ୍ଜିନ୍ ସରକାର ରେ କୋଟିଆର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି l ତାରା, ବିଜେଡି ସରକାର ସମୟରେ ଆତ୍ମାହୁତି ଚେତାବନୀ ଦେଇଥିଲେ ଭଲ ହୋଇଥାନ୍ତା।
ଅନ୍ୟପଟେ ତିନି ଦିନ ହେଲାଣି ଗୃହ ସ୍ୱାଭାବିକ ହୋଇପାରୁ ନାହିଁ।
ବିଜେଡି ବାତ୍ୟା ବନ୍ୟା ପରିଚାଳନାରେ ବିଫଳତା ନେଇ ଗୃହରେ ସ୍ବତନ୍ତ୍ର ଆଲୋଚନା ଦାବି କରି ହଙ୍ଗାମା କରୁଛି।
ସେପଟେ କଂଗ୍ରେସ୍ କୋଟିଆ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ପାଇଁ ଅଡି ବସିଛି।
ବିଜେପିର ଜବାବ ବିରୋଧୀଙ୍କ ପାଇଁ ବିଧାନସଭାରେ ଅନେକ ଫୋରମ୍ ଅଛି କିନ୍ତୁ ଗୃହ ନଚଳାଇ ଲୋକ ଙ୍କ ପ୍ରସଙ୍ଗ କୁ ଉଠାଉ ନାହାଁନ୍ତି।
ବାତ୍ୟା ପାଇଁ ସର୍ବଦଳୀୟ ବୈଠକ ନିଷ୍ପତ୍ତି କ୍ରମେ ଆସନ୍ତାକାଲି ବିଧାନସଭାକୁ ବାଚସ୍ପତି ବନ୍ଦ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
