Gold and Silver Prices Fall: ଖୁସି କରିଦେଉଛି ସୁନା ଦର; ଆଜି ଦିନକରେ ଖସିଲା ପ୍ରାୟ ୫ ହଜାର, ପହଞ୍ଚିଲା ଲକ୍ଷେ ୧୫ ହଜାରରେ

Nov 20, 2026 - 20:53
Gold and Silver Prices Fall: ଖୁସି କରିଦେଉଛି ସୁନା ଦର; ଆଜି ଦିନକରେ ଖସିଲା ପ୍ରାୟ ୫ ହଜାର, ପହଞ୍ଚିଲା ଲକ୍ଷେ ୧୫ ହଜାରରେ

ସୁନା କ'ଣ ସତରେ ଲକ୍ଷେ ହେଇଯିବ?

କାରଣ ଗଲା ୧୦ ଦିନ ଭିତରେ ୧୬ ହଜାର ଟଙ୍କା କମିଲାଣି ଗୋଲ୍ଡ।

ଆଜି ବି ସାଢ଼େ ୪ ହଜାର ଟଙ୍କାରୁ ଅଧିକ ଖସି ୨୨ କ୍ୟାରେଟ୍ ୧୦ ଗ୍ରାମ୍ ୧ ଲକ୍ଷ ୧୫ ହଜାରରେ ପହଞ୍ଚିଛି।

ରୁପା ବି ଯେମିତି ସୁନା ସହ ପ୍ରତିଯୋଗିତା କରୁଛି।

ଖସି ଯାଇଛି ଆଉ ୫ ହଜାର ଟଙ୍କା।

ଆଗକୁ ବିବାହ ସିଜନ୍, ତା ପୂର୍ବରୁ ଏଇ ଟ୍ରେଣ୍ଡ ଗ୍ରାହକଙ୍କୁ ଖୁସି ଦେଇଛି କିନ୍ତୁ ଦ୍ବନ୍ଦ୍ବରେ ନିବେଶକ।

Advertisment ନିଅ କଥା ମାନିଲେନି, ଶୁଣିଲେନି ନା…ପୁଣି ଖସିଲା ସୁନା।

ବିଶ୍ବାସ ନହେଉଥିଲେ ବି ସତ ଘଟଣା।

ଆଜି ଭୁବନେଶ୍ବରରେ ସୁନା ୪ ହଜାର ୭ ଶହ ଟଙ୍କା ଖସିଛି।

ମାର୍କେଟ୍ ଖୋଲୁ ଖୋଲୁ ଗ୍ରାହକଙ୍କ ପାଇଁ ଖୁସି ଖବର ନେଇ ଆସିଛି।

ଶସ୍ତା ହୋଇଛି ସୁନା ରେଟ୍ ।

ଏତେ ଶସ୍ତା କି କେହି କେବେ ଭାବିନଥିଲା କି ୨୦୨୬ ନଭେମ୍ବରରେ ଏତେ ଖସିବ।

ଆଜି ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ୧ ଲକ୍ଷ ୧୫ ହଜାରକୁ ଖସି ଆସିଛି, ୨୪ କ୍ୟାରେଟ୍ ବି ୫ ହଜାରରୁ ଅଧିକ ଖସି ୧ ଲକ୍ଷ ୨୫ ହଜାରକୁ ଆସିଛି।

ଗଲା ୬ ମାସରେ ୟେ ସବୁଠୁ ଶସ୍ତା।

ସୁନା ୩୦ ପ୍ରତିଶତ ଖସିଲାଣି।

ଟ୍ରେଣ୍ଡ ଦେଖିଲେ ଆହୁରି ଖସିଲା ଭଳି ଲାଗୁଛି।

Advertisment ରୁପା ଯେମିତି ସୁନାର ପିଛା କରୁଛି, ପ୍ରତିଯୋଗିତାରେ ସେ ବି ପଛରେ ପଡ଼ିନି।

୫ ହଜାର ଟଙ୍କା କମି ଆଜି କିଲୋ ପିଛା ୧ ଲ୪ ୭୫ ହଜାର ଟଙ୍କାରେ ବିକ୍ରି ହେଉଛି।

ଚମକ ହରାଇଲେ ବି ରୁପାରା ଚାହିଦା ବଜାରରେ ଦେଖିବାକୁ ମିଳିଛି।

ଏସବୁ ଭିତରେ ନିବେଶକ ଟିକିଏ ଦ୍ବନ୍ଦ୍ବରେ।

କିଣିବେ କେବେ?

କାରଣ ଆଜିଠୁ କାଲି ଶସ୍ତା, ପହରଦିନ ହେବ କଣ ଜଣାନାହିଁ।

ଆମେରିକାରେ ଟ୍ରମ୍ପଙ୍କ କ୍ଷମତା ସଙ୍କୋଚିତ ହେବା, ଯୁଦ୍ଧ ସ୍ଥିତିରେ ସୁଧାର ତୈଳ ବଜାର ସମେତ ବିଶ୍ବ ବଜାରରେ ନୂଆ ଆଶା ଦେଇଛି।

ଆମେରିକୀୟ ବଣ୍ଡ୍ ଉପରେ ଭରସା ବଢ଼ିଛି।

ତେଣୁ ସୁନା, ରୁପାର ଚାହିଦା କମିଥିବା କୁହାଯାଉଛି।

ତଥାପି ଭାରତରେ ବାହାଘର ସିଜନ୍ ମାନେ ସୁନା, ରୁପାକୁ ଖୋଜାପଡ଼େ।

ସେତେବେଳକୁ ଏଇ ଦର ରହିବ ତ?

ଖୁସି କରିଦେଉଛି ସୁନା ଦର ଆଜି ଦିନକରେ ଖସିଲା ପ୍ରାୟ ୫ ହଜାର ୨୨ କ୍ୟାରେଟ୍ ସୁନା ପହଞ୍ଚିଲା ଲକ୍ଷେ ୧୫ ହଜାରରେ ରୂପା କିଲୋକୁ ଲକ୍ଷେ ୭୫ ହଜାର ଦଶ ଦିନରେ ୧୬ ହଜାର କମିଲାଣି ସୁନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)