Tirupparankundram Deepam Row: Tension Erupts in Tamil Nadu, BJP Leaders Detained

Nov 25, 2026 - 00:18
Tirupparankundram Deepam Row: Tension Erupts in Tamil Nadu, BJP Leaders Detained

#ତିରୁପରଙ୍କୁନ୍ଦ୍ରମ୍_ଦୀପମ୍_ବିବାଦ #ତାମିଲନାଡୁରେ_ଉତ୍ତେଜନା
ତିରୁପରଙ୍କୁନ୍ଦ୍ରମ୍ ଦୀପମ୍ ବିବାଦକୁ ନେଇ ତାମିଲନାଡୁରେ ଉତ୍ତେଜନା । କାର୍ତ୍ତିଗାଇ ଦୀପମ୍ ଉତ୍ସବକୁ ନେଇ ତାମିଲନାଡୁର ମଦୁରାଇ ଜିଲ୍ଲାସ୍ଥିତ ତିରୁପରଙ୍କୁନ୍ଦ୍ରମରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ହିନ୍ଦୁ ସଂଗଠନର ସଦସ୍ୟ ଓ ପୋଲିସ ମଧ୍ୟରେ ହୋଇଛି ଧସ୍ତାଧସ୍ତି । ମିଳିଥିବା ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ସତ୍ତ୍ୱେ ବିବାଦୀୟ 'ଦୀପଥୂଣ୍' ପଥର ସ୍ତମ୍ଭରେ ଦୀପ ଜଳାଯାଇନାହିଁ । ଏହା ପରିବର୍ତ୍ତେ ଉଚି ପିଲ୍ଲାୟାର ମନ୍ଦିର ନିକଟରେ ଥିବା ପାରମ୍ପରିକ ସ୍ଥାନରେ ସଂଧ୍ୟାରେ ପ୍ରଜ୍ୱଳନ କରାଯାଇଛି ଦୀପ । ସୁପ୍ରିମକୋର୍ଟ ଆଜି ଏକକାଳୀନ ଭାବେ ଦୀପଥୂଣ୍ ରେ ଦୀପ ଜଳାଇବାକୁ ଅନୁମତି ଦେଇଥିଲେ। କହିଥିଲେ ଏହା କୌଣସି ସ୍ଥାୟୀ ଧାର୍ମିକ କିମ୍ବା ପାରମ୍ପରିକ ଅଧିକାର ପ୍ରଦାନ କରୁନାହିଁ।
ତାମିଲନାଡୁ ସରକାର ଏହି ନିର୍ଦ୍ଦେଶର ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ଏହାପୂର୍ବରୁ ମାଦ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ ପ୍ରଶାସନକୁ କହିଥିଲେ। କିନ୍ତୁ ଦୀପଥୂଣ୍ ରେ ଦୀପ ନ ଜଳିବାକୁ ନେଇ ହିନ୍ଦୁ ସଂଗଠନ ଓ ବିଜେପି ନେତାମାନେ ପ୍ରତିବାଦ କରିଥିଲେ। ପାହାଡ଼ ଉପରକୁ ଯିବା ରାସ୍ତାର ପ୍ରବେଶ ପଥରେ ଧାରଣା ଦେବା ସହ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଆନ୍ଦୋଳନକାରୀଙ୍କୁ ହଟିଯିବାକୁ ଚେତାବନୀ ଦେଇଥିଲା। ସେପଟେ ଅଞ୍ଚଳରେ ୫ ହଜାରରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ। ବିଭିନ୍ନ ସ୍ଥାନରେ ବିଜେପି ନେତା ଓ ହିନ୍ଦୁ ସଂଗଠନର କର୍ମୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା। ଏହି ବିବାଦ ଭିତରେ ଏବେ ସମସ୍ତଙ୍କ ନଜର ରହିଛି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ। କିନ୍ତୁ ଏହି ଘଟଣାକୁ ନେଇ ତାମିଲନାଡୁରେ ରାଜନୈତିକ ଓ ଧାର୍ମିକ ବିବାଦ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି।
#TamilNaduNews_Tirupparankundram#KarthigaiDeepam_TamilNadu#BJP_TamilNadu#SupremeCourt_India#ReligiousControversy#TempleTraditions#PoliceSecurity#PoliticalProtests#OTV

Tension erupted in Tirupparankundram, Madurai district, Tamil Nadu, over the Karthigai Deepam festival and the lighting of a lamp at the disputed Deepathoon stone pillar. Despite the Supreme Court's reported interim direction permitting the lamp to be lit at the site on a one-time basis, the lamp was instead lit at the traditional location near Uchi Pillayar Temple.

Hindu organisation members and BJP leaders staged protests, alleging non-compliance with the Supreme Court's direction. Clashes and confrontations were reported between protesters and police. More than 5,000 police personnel were deployed to maintain law and order, while several BJP leaders and Hindu organisation workers were detained. The Tamil Nadu Government had also reportedly sought a review of the Supreme Court's direction.

The Madurai Bench of the Madras High Court had earlier directed the state administration to comply with the Supreme Court's order. The controversy has now triggered fresh political and religious tensions, with attention focused on the Supreme Court's next legal steps.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)