Amit Shah Meets Ramayana Team: ଅସ୍କାର ଦୌଡରେ ‘ରାମାୟଣ’, ଫିଲ୍ମର ଟିମ୍କୁ ଭେଟିଲେ ଅମିତ ଶାହ, ସଫଳତା ପାଇଁ ଜଣାଇଲେ ଶୁଭେଚ୍ଛା
ବିଶ୍ୱବ୍ୟାପୀ ବକ୍ସ ଅଫିସ୍ରେ ସଫଳତା ହାସଲ କରିଥିବା ଫିଲ୍ମ 'ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ'ର ଟିମ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ଫିଲ୍ମର ସଫଳତା ପାଇଁ ସେ ପୂରା ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ମହାକାବ୍ୟ ରାମାୟଣକୁ ଏତେ ବଡ଼ ପରିସରରେ ପରଦାକୁ ଆଣିବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି।
Advertisment ଏହି ସାକ୍ଷାତ ସମୟରେ ଫିଲ୍ମର ପ୍ରଯୋଜକ ନମିତ ମାଲହୋତ୍ରା, ନିର୍ଦ୍ଦେଶକ ନିତେଶ ତିୱାରୀ, ଅଭିନେତା ରଣବୀର କପୁର, ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ସହ-ପ୍ରଯୋଜକ ନୀରଜ ସାଙ୍ଗାଇ ଉପସ୍ଥିତ ଥିଲେ।
ଏହି ଅବସରରେ ଅମିତ ଶାହ ଫିଲ୍ମ ନିର୍ମାତାଙ୍କ କାମକୁ ଖୁବ୍ ପ୍ରଶଂସା କରିଥିଲେ।
ଏହାସହ ରାମାୟଣର କାହାଣୀ, ଇତିହାସ ଓ ଭାରତୀୟ ସଂସ୍କୃତିରେ ଏହାର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
Advertisment ସୂଚନାଯୋଗ୍ୟ, ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏବଂ ନମିତ ମାଲହୋତ୍ରା ଓ ଅଭିନେତା ୟଶଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ନଭେମ୍ବର ୫ ତାରିଖରେ ଭାରତରେ ମୁକ୍ତିଲାଭ କରିଥିଲା।
ଏଥିରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ, ୟଶ ରାବଣ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଛନ୍ତି।
ଫିଲ୍ମଟି ବିଶ୍ୱବ୍ୟାପୀ ୧,୭୦୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଥିବା ବେଳେ ଏବେ ୨,୦୦୦ କୋଟି ଟଙ୍କାର ଆୟ କରିବା ଲକ୍ଷ୍ୟ ରହିଛି।
ଦୀର୍ଘ ବର୍ଷର ଯୋଜନା ଓ ଅନେକଙ୍କ ମିଳିତ ପ୍ରୟାସରେ ନିର୍ମିତ ଏହି ଫିଲ୍ମ ୨୦୨୭ ମସିହା ଏକାଡେମୀ ଆୱାର୍ଡସ୍ (ଅସ୍କାର)ର ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ ବର୍ଗର ୨୦ଟି ଫିଲ୍ମର ଲଙ୍ଗଲିଷ୍ଟରେ ମଧ୍ୟ ସ୍ଥାନ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
