Supreme Court Pushes Stricter Food Labelling: ପ୍ୟାକେଟ୍ ଖାଦ୍ୟରେ ଲାଗିବ ଲାଲ୍ ଚେତାବନୀ ଚିହ୍ନ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ଏଣିକି ପ୍ୟାକେଟ୍ ଖାଦ୍ୟ କିଣିବା ପୂର୍ବରୁ ଗ୍ରାହକଙ୍କୁ ମିଳିବ ସ୍ପଷ୍ଟ ଚେତାବନୀ।
ଅଧିକ ଚର୍ବି, ଚିନି ଓ ଲୁଣ ଥିବା ଖାଦ୍ୟ ସାମଗ୍ରୀ ଉପରେ ଲାଗିବ ଅଲଗା ଅଲଗା ଲାଲ୍ ଚିହ୍ନ।
ଏନେଇ କେନ୍ଦ୍ର ସରକାର ଓ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଏହାଦ୍ୱାରା ଗ୍ରାହକମାନେ କୌଣସି ଖାଦ୍ୟରେ କେଉଁ ଉପାଦାନ ଅଧିକ ରହିଛି, ତାହା ସହଜରେ ଜାଣିପାରିବେ।
Advertisment ଜଷ୍ଟିସ୍ ଜେ.ବି.
ପାର୍ଦିୱାଲା ଓ ଜଷ୍ଟିସ୍ କେ.ଭି.
ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି, ଅଧିକ ଫ୍ୟାଟ୍, ସୁଗାର ଓ ସଲ୍ଟ ଥିବା ପ୍ୟାକେଟ୍ ଖାଦ୍ୟର ସାମ୍ନା ପାର୍ଶ୍ୱରେ ସ୍ପଷ୍ଟ ଭାବେ ଚେତାବନୀ ଚିହ୍ନ ରହିବା ଆବଶ୍ୟକ।
ଏଥିପାଇଁ ଲାଲ୍ ରଙ୍ଗର ଷଡ଼ଭୁଜ ଆକୃତିର ଚିହ୍ନ ବ୍ୟବହାର କରିବାକୁ କୁହାଯାଇଛି।
ତିନୋଟି ଉପାଦାନ ପାଇଁ ତିନିଟି ଅଲଗା ଚିହ୍ନ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଅଧିକ ଚର୍ବି, ଚିନି କିମ୍ବା ଲୁଣ ଥିଲେ ପ୍ରତ୍ୟେକ ପାଇଁ ଅଲଗା ଚେତାବନୀ ଚିହ୍ନ ରହିବ।
ଯଦି କୌଣସି ଖାଦ୍ୟ ପ୍ୟାକେଟ୍ରେ ଏହି ତିନୋଟି ଉପାଦାନ ଯାକ ଅଧିକ ଥାଏ, ତେବେ ସେଥିରେ ତିନୋଟି ଅଲଗା ଚିହ୍ନ ଲଗାଇବାକୁ ପଡ଼ିବ।
ଗୋଟିଏ ଚିହ୍ନରେ ସମସ୍ତ ସୂଚନା ଦେଲେ ହେବ ନାହିଁ।
Advertisment କେଉଁ ପରିମାଣରୁ ଅଧିକ ହେଲେ ଚେତାବନୀ ଚିହ୍ନ ଲାଗିବ, ତାହା FSSAI ବୈଜ୍ଞାନିକ ଗବେଷଣା ଓ ତଥ୍ୟ ଆଧାରରେ ସ୍ଥିର କରିବ।
ଏଥିରେ ମୋଟ ଚିନି ଓ ସାଚୁରେଟେଡ୍ ଫ୍ୟାଟ୍ର ପରିମାଣକୁ ମଧ୍ୟ ବିଚାରକୁ ନେବାକୁ କୁହାଯାଇଛି।
ସୀମା ଅତି କମ୍ କିମ୍ବା ଅତି ଅଧିକ ନ ରଖିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।
ଚେତାବନୀ ଚିହ୍ନଗୁଡ଼ିକ ପ୍ୟାକେଟ୍ର ସାମ୍ନା ପାର୍ଶ୍ୱର ପ୍ରାୟ ୪ରୁ ୫ ପ୍ରତିଶତ ସ୍ଥାନ ଦଖଲ କରିବ।
ସାଧାରଣ ଆଲୋକରେ ମଧ୍ୟ ଏହା ଯେପରି ସ୍ପଷ୍ଟ ଦେଖାଯାଏ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।
ପିଲାଙ୍କୁ ଶିଖାଯିବ ସୁସ୍ଥ ଖାଦ୍ୟ ଅଭ୍ୟାସ କେବଳ ପ୍ୟାକେଟ୍ରେ ଚେତାବନୀ ଲଗାଇବା ନୁହେଁ, ପିଲାମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନତା ବଢ଼ାଇବାକୁ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
ସ୍କୁଲ ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ ସହ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଉପରେ ବିଚାର କରିବାକୁ କୁହାଯାଇଛି।
ଏହି ନିୟମ ପ୍ରସ୍ତୁତିରେ ହୋଇଥିବା ଅଗ୍ରଗତି ନେଇ FSSAIକୁ ରିପୋର୍ଟ ଓ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ।
୧୦ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
