Akhilesh Yadav Unveils 2027 Manifesto: ଚାଷୀଙ୍କ ଋଣ ଛାଡ଼! ଇସ୍ତାହାରରେ ପ୍ରତିଶ୍ରୁତିର ପେଡ଼ି ଖୋଲିଲେ ଅଖିଳେଶ

Nov 26, 2026 - 18:04
Akhilesh Yadav Unveils 2027 Manifesto: ଚାଷୀଙ୍କ ଋଣ ଛାଡ଼! ଇସ୍ତାହାରରେ ପ୍ରତିଶ୍ରୁତିର ପେଡ଼ି ଖୋଲିଲେ ଅଖିଳେଶ

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍ ଖେଳିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।

୨୦୨୭ ବିଧାନସଭା ନିର୍ବାଚନ ପାଇଁ ଘୋଷଣା କଲେ ଦଳର ଇସ୍ତାହାର।

ଯେଉଁଥିରେ ଯୁବକ, ଚାଷୀ, ମହିଳା ଓ ଗରିବଙ୍କ ପାଇଁ ରହିଛି ଅନେକ ବଡ଼ ପ୍ରତିଶ୍ରୁତି।

Advertisment ଇସ୍ତାହାର ଅନୁସାରେ, ୫ ବର୍ଷ ମଧ୍ୟରେ ୨୫ ଲକ୍ଷ ସରକାରୀ ଚାକିରି ଦିଆଯିବ।

ଚାକିରି ନପାଇଥିବା ସ୍ନାତକ ଯୁବକଙ୍କୁ ମାସକୁ ୫ ହଜାର ଟଙ୍କା ଭତ୍ତା ମିଳିବ।

ଏହାସହ ଅନ୍ୟ କ୍ଷେତ୍ରରେ ୨ରୁ ୩ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି।

ଚାଷୀଙ୍କ ପାଇଁ ତୁରନ୍ତ ଋଣ ଛାଡ଼ ସହ ୨୩ଟି ଫସଲ ଓ କ୍ଷୀର ପାଇଁ ଆଇନଗତ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଘୋଷଣା କରିଛି ଦଳ।

କୃଷି କାର୍ଯ୍ୟ ପାଇଁ ମାଗଣା ବିଦ୍ୟୁତ୍ ଏବଂ ଗ୍ରାମାଞ୍ଚଳ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ ମଧ୍ୟ ପ୍ରତିଶ୍ରୁତି ରହିଛି।

Advertisment ଶିକ୍ଷା କ୍ଷେତ୍ରରେ ବନ୍ଦ ହୋଇଥିବା ୨୬ ହଜାର ପ୍ରାଥମିକ ସ୍କୁଲ ଖୋଲିବା ସହ ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଦେବା ଯୋଜନା ଫେରାଇ ଆଣିବାକୁ ଘୋଷଣା କରିଛି ସମାଜବାଦୀ ପାର୍ଟି।

ସେହିପରି ଗରିବ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ପୁରୁଣା ପେନସନ୍ ଯୋଜନା ଲାଗୁ, ମହିଳାଙ୍କ ପାଇଁ ପୋଲିସ ନିଯୁକ୍ତିରେ ୩୩ ପ୍ରତିଶତ ପ୍ରତିନିଧିତ୍ୱ ଏବଂ ୫ ଟଙ୍କାରେ ଭୋଜନ ଯୋଗାଇବାକୁ ସମାଜବାଦୀ କ୍ୟାଣ୍ଟିନ୍ ଖୋଲିବା ଭଳି ପ୍ରସ୍ତାବ ରହିଛି।

ଲକ୍ଷ୍ନୌରେ ଘୋଷଣାପତ୍ର ଜାରି କରି ବିଜେପିର ୨୦୧୪ ନିର୍ବାଚନୀ ସ୍ଲୋଗାନକୁ ମଧ୍ୟ ଟାର୍ଗେଟ୍ କରିଥିଲେ ଅଖିଳେଶ।

କହିଥିଲେ, 'ଅଚ୍ଛେ ଦିନ୍ ଆସିଲା ନାହିଁ, ଏବେ ବୁରେ ଦିନ୍ ଯିବାକୁ ଯାଉଛି।' ଏହାସହ ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ଜାତିଗତ ଜନଗଣନା କରିବାକୁ ମଧ୍ୟ ଦଳ ପ୍ରତିଶ୍ରୁତି ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)