୫ହଜାରରୁ ଅଧିକ ଡାକ୍ତର ପଦ ଖାଲିପଡିଛି - ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ହସ୍ପିଟାଲରେ ଡାକ୍ତର ମରୁଡ଼ି । ଜିଲ୍ଲା ହସ୍ପିଟାଲ ଗୁଡିକରେ ୫ହଜାରରୁ ଅଧିକ ଡାକ୍ତର ପଦ ଖାଲି ପଡିଛି । ବିଧାୟକ ଅଶ୍ବିନ ପାତ୍ରଙ୍କ ଏକ ପ୍ରଶ୍ନରେ ବିଧାନସଭାରେ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୧୫,୭୯୩ଟି ଡାକ୍ତର ପଦବୀ ମଧ୍ୟରୁ ୫,୨୧୯ଟି ପଦବୀ ଖାଲି ରହିଛି । ମୋଟ ୪ହଜାର ୩୯୨ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବୀ ମଧ୍ୟରୁ ୧ହଜାର ୩୪୮ଟି ପଦବୀ ଖାଲି ରହିଛି । ଖାଲି ଥିବା ଏହି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ସରକାର ନିୟମିତ ଚୟନ, ବିଭାଗୀୟ ପଦୋନ୍ନତି, ଡେପୁଟେସନ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ଭଳି ବ୍ୟବସ୍ଥା ମାଧ୍ୟମରେ ବିହିତ ପଦକ୍ଷେପ ନେଉଛନ୍ତି । ଡାକ୍ତରୀ ଶିକ୍ଷକ ପଦବୀ ଖାଲି ଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନରେ ଯେପରି କୌଣସି ପ୍ରଭାବ ନ ପଡ଼େ, ସେଥିପ୍ରତି ସରକାର ବିଶେଷ ଯତ୍ନଶୀଳ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
