ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ
ଭୁବନେଶ୍ୱର : ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନଭେମ୍ବର ୨୯ ତାରିଖର ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୨୯ତାରିଖରେ ପୁରୀରେ ହେବାକୁ ଥିବା ଇଷ୍ଟର୍ଣ୍ଣ ଜୋନାଲ କାଉନସିଲର ୨୮ତମ ବୈଠକ ବାତିଲ ହେବ ଯୋଗୁଁ ଅମିତ ଶାହଙ୍କ ଗସ୍ତ ବାତିଲ ହୋଇଥିବା ନେଇ ସୂଚନା ମିଳିଛି । ବୈଠକ ବାତିଲ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
କେନ୍ଦ୍ର ଗୃହମନ୍ତ୍ରୀ ନଭେମ୍ବର ୨୮ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା ଏବଂ ଏହି ଗସ୍ତ ସମୟରେ ସେ ସରକାରୀ ବୈଠକ ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
