ଶ୍ରଦ୍ଧାଙ୍କୁ ପ୍ରଶଂସା

Nov 24, 2026 - 16:50
ଶ୍ରଦ୍ଧାଙ୍କୁ ପ୍ରଶଂସା

 

ଆଗକୁ ଶ୍ରଦ୍ଧା କପୁରଙ୍କ ଫିଲ୍ମ ଇଥା ପରଦାକୁ ଆସୁଛି । ତେବେ ଇଥା ପାଇଁ ଶ୍ରଦ୍ଧାଙ୍କୁ ଅନେକ ଶୁଭେଚ୍ଛା ସହିତ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଅଭିନେତ୍ରୀ କଙ୍ଗନା ରଣାୱତ ‘ଇଥା’ କୁ ପ୍ରଶଂସା କରି ଏହା ବେଶ୍ ଭଲ ଲାଗୁଥିବା ପ୍ରକାଶ କରିଛନ୍ତି । ଫିଲ୍ମଟି ଆସନ୍ତା ଡିସେମ୍ବର ୪ ତାରିଖରେ ରିଲିଜ ହେବ ବୋଲି ଯୋଜନା ରହିଛି । କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏନେଇ ଉଲ୍ଲେଖ କରିବା ସହିତ ଫିଲ୍ମର ମେକର୍ସଙ୍କୁ ପ୍ରଶଂସା କରିଛନ୍ତି ।  ତେବେ ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ  ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧା ମହାରାଷ୍ଟ୍ରର ପ୍ରଖ୍ୟାତ ତାମାସା ଓ ଲାବଣୀ କଳାକାର ବିଠାବାଇ ନାରାୟଣଗାଓଁକରଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଯେଉଁଥିରେ ରଣଦୀପ ହୁଡା, ମହମ୍ମଦ ଜିଶାନ ଆୟୁବ, ସିଦ୍ଧାର୍ଥ ଯାଦବ, ଅନନ୍ତ ଯୋଶୀ, ଅକ୍ଷରା ସିଂ ଏବଂ ଉଲକା ଗୁପ୍ତାଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ ।  ଏହାର ଟ୍ରେଲରରେ ଶ୍ରଦ୍ଧା ମହାରାଷ୍ଟ୍ରର ପାରମ୍ପରିକ ନଅ ଗଜ ଶାଢ଼ୀ ପିନ୍ଧି ଜବରଦସ୍ତ ଲାବଣୀ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି । ଏହାସହ ଟ୍ରେଲରରେ ବିଠାବାଇଙ୍କ ବ୍ୟକ୍ତିଗତ ଜୀବନର ସଂଘର୍ଷକୁ ମଧ୍ୟ ଦର୍ଶାଯାଇଛି । ତେଣୁ ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବବୋଲି ମେକର୍ସ ଆଶା କରିଛନ୍ତି । ସେହିଭଳି ଏଭଳି ଏକ ଭିନ୍ନସ୍ବାଦର ଚରିତ୍ରରେ ଅଭିନୟ କରି ଶ୍ରଦ୍ଧା ମଧ୍ୟ ଖୁବ ଖୁସି ଅଛନ୍ତି । ଏହି ଚରିତ୍ରଟି ତାଙ୍କ କ୍ୟାରିୟର ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ଶ୍ରଦ୍ଧା ଆଶା ରଖିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)